Odisha news

ସିଆରପିଏଫଙ୍କ ସର୍ଚ୍ଚ ଅପରେସନ, ବିପୁଳ ପରିମାଣର ମାଓ ସାମଗ୍ରୀ ସହ ବିସ୍ଫୋରକ ଜବତ

0
ରାୟଗଡା-ସିଆରପିଏଫଙ୍କ ଆଣ୍ଟୀ ନକ୍ସଲ କୁମ୍ବିଙ୍ଗ ଅପରେସନ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସହ ମାରଣାସ୍ତ୍ର ଜବତ ହଇଛି । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ନିୟମଗିରି ପର୍ବତ୍ୟମାଳାର ଘଞ୍ଚ ଜଙ୍ଗଲିଆ ପରିବେଶରେ ଥିବା ଟିଡିମୁସ୍କା ଜଙ୍ଗଲର  ୨ଟି ସ୍ଥାନରୁ ଏହି ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଜବତ ହେଇଛି।
ଜବତ ବିସ୍ଫରକ ଭିତରେ ୪ଟି ବନ୍ଧୁକ , ୨ଟିଫିନ୍ ବୋମା,୪୦ ଟି ଜିଲୋଟିନ୍,୩୦ ଟି ଡିଟେରାନେଟର, ବିସ୍ଫୋରଣରେ ବ୍ୟବହୃତ ବିଦ୍ଯୁତ ତାର, ବେଟେରି,୧୨ କେଜି ଓଜନ ଏନ ଏଫ ଓ, ପଲିଥିନ୍, ସୁଇଚ ଓ ରସି ଏହିପରି ୨୫ କିସମର ବିସ୍ଫରକ ଏବଂ ମାରଣାସ୍ତ୍ର ଜବତ ହେଇଛି। ଏନେଇ ସିଆରପିଏଫ୍ ୪ର୍ଥ ବାଟାଲିୟନ କମାଣ୍ଡେନ୍ଟ ମିତୁ ରାୟ ଓ ଅତିରିକ୍ତ କମାଣ୍ଡେନ୍ଟ ଗୁରୁ ପ୍ରସାଦ ସ୍ୱାଇଁ ସୂଚନା ଦେଇଛନ୍ତି।
Leave A Reply

Your email address will not be published.