Odisha news

ରାୟଗଡ଼ାରେ ଚାଞ୍ଚଲ୍ୟ ନିଖୋଜ ସିଆରପିଏଫଙ୍କ ନରକଙ୍କାଳ ଉଦ୍ଧାର

0

 

ରାୟଗଡ଼ା -ରାୟଗଡା ସହର ୩୨୬ନମ୍ବର ରାଜପଥ ନୂଆସାହି ବସ୍ତି ନିକଟ ଏକ ବୁଦା ଭିତରୁ ଜଣେ ସିଅରପିଏଫ ଜବାନଙ୍କ ନରକଙ୍କାଳ ଉଦ୍ଧାର ହୋଇଛି । ଉଦ୍ଧାର ହୋଇଥିବା କଙ୍କାଳର ଦେହରୁ ମୁଣ୍ଡର ଖପୁରି ଅଲଗା ହୋଇ ପଡିରହିଥିବା ଦେଖିବାକୁ ମିଳିଛି । ବୁଦା ଭିତରେ ପଡିରହିଥିବା ଦୁଇଟି ବ୍ୟାଗରେ ଥିବା ପୋଷାକ ପତ୍ର ଏହା ଜଣେ ସିଆରପିଏଫଙ୍କର ବୋଲି ପ୍ରକାଶ କରୁଥିବା ବେଳେ ମନିପର୍ସରେ ଥିବା ଆଧରକାର୍ଡ ପରିଚୟକୁ ଆହୁରି ଦୃଢ଼ିଭୂତ କରିଛି । ତେବେ ପୁଲିସ ଏବଂ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନି କୁକୁର ମାଧ୍ୟମରେ ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାସ୍ଥଳରୁ ମିଳିଥିବା କଙ୍କାଳକୁ ଜବତ କରି ଚିହ୍ନଟ ପାଇଁ ବ୍ରହ୍ମପୁର ସ୍ଥିତ ସାଇଣ୍ଟିଫିକ ଲ୍ୟାବକୁ ପରୀକ୍ଷା ନିରୀକ୍ଷା ପାଇଁ ପଠାଯାଇଥିବା ପୁଲିସ ସୂଚନା ଦେଇଛି । । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏହାକୁ ନେଇ ନାନା ପ୍ରଶ୍ନ ଉଠୁଥିବା ବେଳେ ପୁଲିସର ଖୁଲାସାକୁ ଲୋକେ ଅପେକ୍ଷା ।

ଏକ ସୁଚନାକୁ ଆଧାର କରି ପୁଲିସ ରାୟଗଡା ସହର ନୂଆସାହି ନିକଟ ବସ୍ତି ପଛପଟ ବୁଦା ନିକଟରେ ପହଞ୍ଚିଥିଲା । ଘଟଣାସ୍ଥଳରେ ଏସପି ଶ୍ରବଣ ବିବେକ ଏମ, ଏସ.କେ ଠାକୁର, ଆସିଷ୍ଟାଣ୍ଟ କମାଣ୍ଟେଣ୍ଟ, ସିଆପିଏଫ ୪ର୍ଥ ବାଟାଲିୟନ,ରାୟଗଡ଼ା ଏସଡିପିଓ ତପନ ନାରାୟଣ ରଥ ସମେତ ବହୁ ପୁଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପରେ ସାଇଣ୍ଟିଫିକ ଟିମକୁ ଡାକି ଅଧିକ ଅନୁସନ୍ଧାନ ଆରମ୍ଭ କରିଥିଲେ । ତେବେ ଶରୀରଟି ସମ୍ପୂର୍ଣ୍ଣରୂପେ ପଚିସଢ଼ି ନଷ୍ଟ ହୋଇଯାଇଥିବା ବେଳେ ତାହା କାହାର ଚିହ୍ନଟ କରିବା ଅସମ୍ଭବ ହୋଇପଡିଥିଲା । ତେବେ ପାଖରେ ପଡିମଥିବା ବ୍ୟାଗ, ଜଙ୍ଗଲିଛାପ ପୋଷାକ ପତ୍ର ଏବଂ ଆସବାବ ପତ୍ରରୁ ଏହା ଜଣେ ସିଆରପିଏଫ ଜବନଙ୍କ ବୋଲି ଆହୁରୀ ଦୃଢ଼ିଭୂତ ହୋଇଥିଲା ।

ଜାଞ୍ଚବେଳେ କଙ୍କାଳ ପାଖରେ ପଡିଥିବା ପର୍ସରୁ ମିଳିଥିବା ଆଧାରକାର୍ଡରୁ ଏହା ସିଆରପିଏଫ ଜବାନ ଧରମବୀର ସିଂଙ୍କର ବୋଲି ଜଣାପଡିଥିଲା । ସୁଚନା ଅନୁଯାଇ ଉତରପ୍ରଦେଶର ଧରମବିର ରାୟଗଡା ସହରରେ ଥିବା ସିଆରପିଏଫ ୪ର୍ଥ ବାଟାଲିୟନରେ ଗତ ଏକବର୍ଷ ତଳେ ଆସି ଯୋଗଦେଇଥିଲେ । ତେବେ ସହର ଠାରୁ ପ୍ରାୟ ୧୮କିଲୋମିଟର ଦୂର ଶେଷଖାଲ କ୍ୟାମ୍ପରେ ସେ କାର୍ଯ୍ୟ କରୁଥିଲେ । ତେବେ ଗତ ଡିସେମ୍ବର ମାସରେ ତାଙ୍କର ଦିଲ୍ଲୀକୁ ବଦଳୀ ହୋଇଯାଇଥିଲା । ଡିସେମ୍ବର ୨୯ତାରିଖରେ ଶେଷଖାଲରୁ ବାହାରି ସେ ରାୟଗଡା ଅଭିମୂଖେ ଆସିଥିଲେ । ସତ କିନ୍ତୁ ରାୟଗଡା ଠାରେ ଥିବା ସିଆରପିଏଫ କ୍ୟାମ୍ପକୁ ଯାଇନଥିଲେ । ତା ପରଠାରୁ ସେ ନିଖୋଜ ଥିଲେ । ଏହାକୁ ନେଇ ଉତ୍ତରପ୍ରଦେଶରେ ତାଙ୍କ ପରିବାରକୁ ସୁଚନା ଦିଆଯିବା ପରେ ସେଠାରେ ମଧ୍ୟ ସେ ପହଞ୍ଚିନଥିବା ଜଣାପଡିଥିଲା । ଫଳରେ ସିଆରପିଏଫ କମାଣ୍ଡେଣ୍ଟଙ୍କ ନିଦେ୍ର୍ଦଶ ପ୍ରକରେ ଇନ୍ସପେକ୍ଟର ଭୋଲାରାମ ଜାନୁୟାରୀ୨ତାରିଖରେ ରାୟଗଡା ଥାନାରେ ଏତଲା ଦେଇଥିଲେ । ସେହିଦିନ ଠାରୁ ପୁଲିସ ବିଭିନ୍ନ ଦିଗକୁ ନେଇ ଏପରିକି ଧରବବୀରଙ୍କ ମୋବାଇଲ ଫେନକୁ ଟ୍ରାକିଙ୍ଗ କରି ସ୍ପଷ୍ଟ ସୁଚନା ପାଇବାରେ ବିଫଳ ହୋଇଥିଲା ।

Leave A Reply