Odisha news

ବନ୍ଦ ହୋଇଯିବା ରେଭେନ୍ସା ରେଡ଼ିଓ!

0

ଡାକ୍ତର ଦିଲ୍ଲୀ କୁମାର ମହାରଣା : ହଜାର ବର୍ଷର କଟକ ସହରର କେବଳ ନୁହେଁ ଓଡ଼ିଶା, ଭାରତ ଓ ସମଗ୍ର ବିଶ୍ୱରେ ଶିକ୍ଷାୟତନ କ୍ଷେତ୍ରରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଏକ ସ୍ୱର୍ଣ୍ଣାକ୍ଷରର ପରିଚିତି । ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଏସବୁ ଭିତରେ କିନ୍ତୁ ବର୍ଷ ବର୍ଷ ଧରି ଇତିହାସ ରଚିଥିବା ରେଭେନ୍ସା ରେଡ଼ିଓ ବନ୍ଦ ହେବାକୁ ବସିଲାଣି । ବିଗତ ଛଅ ବର୍ଷ ଭିତରେ ଦୁଇଥର ଟଙ୍କା ଖର୍ଚ୍ଚ ହେଲାଣି । ରାଜ୍ୟ ବାହାରୁ ଯନ୍ତ୍ରପାତି କିଣାଯାଉଛି, ରେଡ଼ିଓ କାର୍ଯ୍ୟକ୍ରମ ଆରମ୍ଭ ହେଉଛି, କିଛି ଦିନ ପରେ ପୁଣି ବନ୍ଦ ହୋଇଯାଉଛି । ବାରମ୍ବାର ରେଭେନ୍ସା କର୍ତ୍ତୃପକ୍ଷ ରେଡ଼ିଓକୁ ଚାଲୁ କରିବା ପଛରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଅବହେଳା ଯୋଗୁଁ ସମସ୍ତ ଟଙ୍କା ପାଣିରେ ପଡ଼ୁଛି । ଏମଏଚ୍ଜେଡ଼ ୯୦.୪ରେ କଟକବାସୀ ଶୁଣିପାରୁନାହାନ୍ତି ରେଭେନ୍ସା ରେଡ଼ିଓର ସ୍ୱର । ଏଥିଯୋଗୁଁ ରାଜ୍ୟର ପ୍ରଥମ କ୍ୟାମ୍ପସ କମୁ୍ୟନିଟି ରେଡ଼ିଓ ସବୁଦିନ ପାଇଁ ବନ୍ଦ ହୋଇଯିବ ବୋଲି ଆଶଙ୍କା ଉପୁଜିଛି ।
ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସହ ସ୍ୱାସ୍ଥ୍ୟ, ମନୋରଞ୍ଜନ, ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମର ଲକ୍ଷ୍ୟ ରଖି ଆରମ୍ଭ ହୋଇଥିଲା ରେଭେନ୍ସା ରେଡ଼ିଓ । ୨୦୧୪ ଏପ୍ରିଲ ୧୪ ତାରିଖରେ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଦେବଦାସ ଛୋଟରାୟ ଏହାକୁ ଉଦ୍ଘାଟନ କରିଥିଲେ ।

କୌଣସି ଶିକ୍ଷାନୁଷ୍ଠାନରେ କମୁ୍ୟନିଟି ରେଡ଼ିଓ ଚାଲୁ କରାଯିବା ପ୍ରଥମ ଘଟଣା ଥିଲା । ୮ରୁା ୧୦ କିମି ପରିଧି ମଧ୍ୟରେ ଏହି ରେଡ଼ିଓକୁ ଶ୍ରୋତାମାନେ ଶୁଣିପାରୁଥିଲେ । ଗୋଟିଏ ବର୍ଷ ଠିକ୍ ଭାବେ ଚାଲିବା ପରେ ବୈଷୟିକ ତ୍ରୁଟି ଏବଂ କିଛି ଯନ୍ତ୍ରାଂଶ ଚୋରି ହୋଇଯିବା ଯୋଗୁଁ ଏହା ବନ୍ଦ ହୋଇଯାଇଥିଲା । ତେବେ ପରେ ଏହି ରେଡ଼ିଓ ଷ୍ଟେସନକୁ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀମାନେ ପ୍ରାକ୍ଟିକାଲ ପାଇଁ ବ୍ୟବହାର କରିଥିଲେ । ମାତ୍ର ବଜ୍ରପାତରେ ରେଡ଼ିଓର ଆଣ୍ଟିନା ନଷ୍ଟ ହୋଇଯାଇଥିବାରୁ କୌଣସି କାର୍ଯ୍ୟକ୍ରମ ପ୍ରସାରିତ ହୋଇପାରିନଥିଲା । ୨୦୧୯ରେ ଏହାକୁ ପୁନରୁଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ବିଶ୍ୱବିଦ୍ୟାଳୟର କିଛି ପ୍ରାଧ୍ୟାପକ । ୫୦ ୱାଟର ଟ୍ରାନ୍ସମିଟର ଲଗାଯାଇଥିବା ବେଳେ ପ୍ରସାରଣର ପରିଧି ୨୦ କିମିକୁ ବୃଦ୍ଧି କରାଯାଇଥିଲା । କିଛି ଦିନ ଧରି ଡ୍ରାଏ ରନରେ ଚାଲିଥିବାବେଳେ ୨୦୧୯ ଜୁଲାଇ ୨୫ ତାରିଖରେ ଏହାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଉଦ୍ଘାଟନ କରିଥିଲେ ।

ସକାଳ ୧୦ଟାରୁ ୧୨ଟା ଏବଂ ଅପରାହ୍ନ ୩ଟାରୁ ୫ଟା ମଧ୍ୟରେ ପ୍ରତିଦିନ ୪ଘଣ୍ଟା ବିଭିନ୍ନ କାର୍ଯ୍ୟକ୍ରମ ପ୍ରସାରିତ କରିବାର ବ୍ୟବସ୍ଥା ହୋଇଥିଲା । ହେଲେ କିଛି ଦିନ ପରେ ଏସବୁ ବନ୍ଦ ହୋଇଯାଇଥିଲା । ତେଣୁ ରେଭେନ୍ସା ରେଡ଼ିଓର କାର୍ଯ୍ୟକ୍ରମ ଶ୍ରୋତାଙ୍କ ନିକଟରେ ପହଞ୍ଚô ପାରୁନାହିଁ । ରେଭେନ୍ସା ରେଡ଼ିଓକୁ କେବଳ ପୁରାତନ ବା ବର୍ତ୍ତମାନର ରେଭେନ୍ସା ଛାତ୍ରଛାତ୍ରୀ ମାନେ ନୁହଁନ୍ତି ସମଗ୍ର ଭାରତରେ ରହିଥିବା ଓଡ଼ିଆମାନେ ମଧ୍ୟ ଏଥିରୁ ବଞ୍ଚôତ ହେଉଛନ୍ତି । ସରକାର ଓ ପ୍ରଶାସନ ଏ ଦିଗକୁ ଦୃଷ୍ଟିରେ ରଖି ରେଭେନ୍ସା ରେଡ଼ିଓ ଶ୍ରୋତାଙ୍କ ନିକଟକୁ ନେବା ପାଇଁ ବ୍ୟବସ୍ଥା କରନ୍ତୁ । ବିଭାଗୀୟ ଡିନ୍ ପ୍ରଫେସର ଅସୀମା ସାହୁଙ୍କୁ ପଚାରିବାରୁ ସେ କହିଥିଲେ ଯେ କରୋନା ଯୋଗୁଁ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଛି ।

Leave A Reply