ଭାରତରେ ଏଭଳି ଅନେକ ସ୍ଥାନ ରହିଛି ଯାହାର ସମ୍ପର୍କ ରାମାୟଣ ଓ ମହାଭାରତ ଯୁଗ ସହିତ ରହିଛି l ସେହିଭଳି ଗୋଟିଏ ସ୍ଥାନ ଭାରତରେ ଅଛି ଯାହାର ସମ୍ପର୍କ ରାବଣ ସହିତ ରହିଛି l ଏବଂ ଏହି ସ୍ଥାନ କୁ ଭଗବାନ ଶିବ ଓ ରାବଣ ସହିତ ଜଡିତ lଏବଂ ଏହି ପ୍ରସଙ୍ଗ ରାବଣ ର ପରିସ୍ରା ସହିତ ଜଡିତ, କୁହାଯାଏ ଯେ ଏଠାରେ ଗୋଟିଏ ପୁଷ୍କରିଣୀ ରହିଛି ଯାହାକି ରାବଣର ମୂତ୍ର ବା ପରିସ୍ରାରେ ସୃଷ୍ଟି l ଏହା ଆପଣଙ୍କୁ ଅଦ୍ଭୁତ ଲାଗୁଥିଲେ ମଧ୍ୟ ଏଥିରେ କିଛିଟା ପୌରାଣିକ କାହାଣୀ ରହିଛି l ମାନ୍ୟତା ଅନୁସାରେ ଏହି କାହାଣୀ ଟି ସତ୍ୟ ଅଟେ ବୋଲି କୁହାଯାଇ ଥାଏ l କିନ୍ତୁ ଭାରତର ଏହି ସ୍ଥାନଟିକୁ କାହିଁକି ରାବଣ ର ମୂତ୍ର ସହିତ ଯୋଡ଼ା ଯାଇଛି ଆସନ୍ତୁ ଜାଣିବା l
ଭାରତର ଝାରଖଣ୍ଡ ରାଜ୍ୟରେ ବୈଦ୍ୟନାଥ ଧାମ ରେ ଭଗବାନ ଶିବ ଙ୍କର ଗୋଟିଏ ପ୍ରାଚୀନ ମନ୍ଦିର ରହିଛି l କୁହାଯାଏ ଯେ ଏଠାରେ ଯେଉଁ ଶିବ ଲିଙ୍ଗ ବିରାଜମାନ ତାହାକୁ ରାବଣ ନେଇ ଆସିଥିଲା l ଏବଂ ଏଠାରେ ସେହି ଶିବ ଲିଙ୍ଗ ଟି ସ୍ଥାପିତ ହୋଇଛି ଓ ଏହାର ଅନେକ ମାନ୍ୟତା ରହିଛି l ଏହି ସ୍ଥାନରେ ମଧ୍ୟ ଦୁଇଟି ପୁଷ୍କରିଣୀ ରହିଛି l ଯେଉଁଥିରେ ଗୋଟିଏ ରାବଣ ମୂତ୍ର ରେ ତିଆରି ହୋଇଛି , ଯାହାକୁ ଲୋକେ ସ୍ପର୍ଶ ମଧ୍ୟ କରି ନଥାନ୍ତି l
ଏହା ପଛରେ କଣ ରହିଛି କାହାଣୀ –
ମାନ୍ୟତା ଅନୁସାରେ ଏକଦା ରାବଣ ଭଗବାନ ଶିବ ଙ୍କୁ ନେଇ ଲଙ୍କା ଯିବାର ଜିଦି ରେ ଅଟଳ ରହିଲା, ମହାଦେବ ମଧ୍ୟ ରାବଣ ର କ୍ରୁର ବୁଦ୍ଧି କୁ ପରଖିବା ପାଇଁ ଗୋଟିଏ ସର୍ତ୍ତ ରଖିଲେ l କହିଲେ ଯେ ମୁଁ ତୁମ ସହ ଯିବାକୁ ପ୍ରସ୍ତୁତ ଅଛି କିନ୍ତୁ ଯଦି ତୁମେ ମତେ ବାଟରେ କେଉଁଠି ରଖିଦିଅ ତେବେ ମୁଁ ଆଉ ଯଉଁ ସହିତ ଲଙ୍କା କୁ ଯିବି ନାହିଁ l ମହାଦେବ ଙ୍କର ଏହି କଥାରେ ରାବଣ ରାଜି ହୋଇଗଲା l ଏହା ଦେଖି ଦେବତା ମାନେ ଚିନ୍ତାରେ ପଡିଗଲେ l ଏବଂ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ l ବିଷ୍ଣୁ ମା ଗଙ୍ଗା ଙ୍କୁ ରାବଣ ମଧ୍ୟରେ ଜଳ ପ୍ରବାହ କରିବା ପାଇଁ ଅନୁରୋଧ କଲେ ଓ ନିଜେ ଗୋଟିଏ ଛୋଟ ପିଲାର ରୂପ ଧାରଣ କରି ପୃଥିବୀ ପୃଷ୍ଠକୁ ଅବତରଣ କଲେ l
ମା ଗଙ୍ଗା ଙ୍କ ଜଳ ପ୍ରବାହ କାରଣରୁ ଅଚାନକ ଭାବରେ ରାବଣ କୁ ଜୋରେ ପରିଶ୍ରା ଲାଗିଲା ଏବଂ ସେ ବିଷ୍ଣୁ ଙ୍କୁ ଶିବଲିଙ୍ଗ ଟି ଧରାଇ ଦେଇ ପରିସ୍ରା କରି ବସିଲେ l ଏପରି ସ୍ଥିତି ରେ ରାବଣ ର ପରିସ୍ରା ମଧ୍ୟ ସରିଲା ନାହିଁ l ବିଷ୍ଣୁ ଦୀର୍ଘ ସମୟ ଧରି ଶିବ ଲିଙ୍ଗ ଟି ଠିଆ ହେବା ପରେ ତଳେ ରଖି ଦେଇଥିଲେ l ଏବଂ ଏହି ସ୍ଥାନଟି ବୈଦ୍ୟନାଥ ଧାମ ରେ ପ୍ରସିଦ୍ଧି ଲାଭ କଲା l ଏହାଛଡା ରାବଣ ର ଦୀର୍ଘ ସମୟ ର ପରିଶ୍ରା ଦ୍ୱାରା ଗୋଟିଏ ପୁଷ୍କରିଣୀ ର ସୃଷ୍ଟି ହୋଇଥିଲା l
