ଅଷାଢ଼ ମାସ ଆସିବା ମାତ୍ରକେ ଓଡ଼ିଶାର କୋଣ ଅନୁକୋଣ ଚଳଚଞ୍ଚଳ ହୋଇ ଉଠିଥାଏ, ଗୋଟିଏ ପଟରେ ଆଦ୍ୟ ଆଷାଢ଼ ରେ ରଜପର୍ବ ଓଡ଼ିଶାରେ ପାଳିତ ହେଉଥିବା ବେଳେ ଅନ୍ୟ ପଟରେ ପବିତ୍ର ରଥଯାତ୍ରା ପର୍ବ ମଧ୍ୟଆଷାଢ଼ ରେ ପାଳିତ ହୋଇଥାଏ l ବିଶେଷ ଭାବରେ ଜ୍ୟେଷ୍ଠ ପୁର୍ଣିମା ଦିନ ପ୍ରଭୁ ଶ୍ରୀଜଗନ୍ନାଥ , ବଳରାମ, ମା ସୁଭଦ୍ରା ଓ ସୁଦର୍ଶନ ୧୦୮ ସୁନା କଳସୀ ଜଳରେ ମହାସ୍ନାନ କରିଥାଆନ୍ତି l ଏହିଦିନ ଠାରୁ ୧୫ ଦିନ ପର୍ଯ୍ୟନ୍ତ ଶ୍ରୀଜୀୟୁ ଜ୍ବରରେ ପୀଡିତ ହୋଇ ଅଣସର ଘରେ ବିଶ୍ରାମ ନେଇ ଥାଆନ୍ତି l ଏହି ୧୫ଦିନ ମଧ୍ୟରେ ପ୍ରଭୁଙ୍କ ସୁସ୍ଥ ହେବା ନିମିତ୍ତ ବିଭିନ୍ନ ଉପଚାର କରାଯାଇ ଥାଏ , ଯେପରିକି ଫୁଲୁରୀ ତେଲ ମାଲିସ କରାଯାଇ ଥାଏ ଓ ଅନ୍ନ ଭୋଗ ଲାଗି ନଥାଏ l ଏହି ସମୟରେ ରତ୍ନ ସିଂହାସନ ରେ ପଟି ଦିଅଁ ପୂଜା ପାଇଥାଆନ୍ତି l ୧୫ ଦିନ ପରେ ଆଷାଢ଼ ଶୁକ୍ଲପକ୍ଷ ଶ୍ରୀଗୁଣ୍ଡିଚା ଦିନ ପ୍ରଭୁଙ୍କର ପ୍ରସିଦ୍ଧ ରଥଯାତ୍ରା ପର୍ବ ଅନୁଷ୍ଠିତ ହୋଇଥାଏ l ରଥର ନିର୍ମାଣ କାର୍ଯ୍ୟ ଅକ୍ଷୟତୃତୀୟା ଠାରୁ ରଥ ଖଳାରେ ଆରମ୍ଭ ହୋଇଥାଏ l
ଏହି ସମୟରେ ଜଗନ୍ନାଥ ଙ୍କ ପାଇଁ ପୁରୀ ଲୋକାରଣ୍ୟ ହୋଇଥାଏ l ବିଶ୍ୱର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀ ରେ ଏକତ୍ରିତ ହୋଇ ଥାଆନ୍ତି ପ୍ରଭୁଙ୍କ ଦର୍ଶନ କରି ଯୁଗ ଯୁଗର ପାପ ରୁ ମୁକ୍ତି ପାଇ ଥାଆନ୍ତି l ରଥଯାତ୍ରା ର ପୂର୍ବ ଦିନ ସନ୍ଧ୍ୟାରେ ପ୍ରଭୁଙ୍କର ନବ ଯୌବନ ଦର୍ଶନ ହୋଇଥାଏ l ଶ୍ରୀଗୁଣ୍ଡିଚା ଦିନ ପ୍ରଭୁ ଶ୍ରୀ ଜଗନ୍ନାଥ ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦର୍ଶନ ଙ୍କ ସହିତ ରଥ ଉପରେ ବିଜେ କରି ଥାଆନ୍ତି l
କଣ ରହିଛି ରଥଯାତ୍ରା ପଛରେ କିମ୍ବଦନ୍ତୀ –
– ପ୍ରଭୁ ଜଗନ୍ନାଥ ଙ୍କ ରଥଯାତ୍ରା କାହିଁକି ଅନୁଷ୍ଠିତ ହୋଈଥାଏ ଏହା ପଛରେ ଅଲଗା ଅଲଗା କାରଣ ରହିଛି l କିମ୍ବଦନ୍ତୀ ଅନୁସାରେ କୁହାଯାଏ ଯେ ରାଜା ରାମଚନ୍ଦ୍ର ଦେବ ଜଣେ ଯବନ ମହିଳାଙ୍କୁ ବିବାହ କରିଥିଲେ ଓ ଇସ୍ଲାମ ଧର୍ମ ଗ୍ରହଣ କରିଥିଲେ l ତେଣୁ ତାଙ୍କୁ ମନ୍ଦିର ମଧ୍ୟରେ ପ୍ରବେଶ ନିଷେଧ ହୋଇଥିଲା l ସେ କିନ୍ତୁ ଜଗନ୍ନାଥ ଙ୍କର ଗୋଟିଏ ବଡ ଭକ୍ତ ଥିଲେ , ସେ ସବୁବେଳେ ଜଗନ୍ନାଥ ଙ୍କ ପାଇଁ କାନ୍ଦି ଉଠୁଥିଲେ l ତେଣୁ ଏହାକୁ ନେଇ ରାଜାଙ୍କୁ ଜଗନ୍ନାଥ ଙ୍କୁ ସ୍ୱପ୍ନାଦେଶ କରିଥିଲେ l ଏହାପରେ ଜଗନାଥ ଙ୍କ ରଥଯାତ୍ରା ତାଙ୍କ ଭକ୍ତ ମାନଙ୍କ ପାଇଁ ହୋଇ ଆସୁଛି l
– ଅନ୍ୟ ପଟରେ କୁହାଯାଏ ଯେ ପ୍ରଭୁ ଶ୍ରୀଜଗନାଥ ଙ୍କ ପାଇଁ ତାଙ୍କର ଭକ୍ତମାନେ ସବୁଠୁ ଊର୍ଧ୍ୱରେ ରହି ଥାଆନ୍ତି l ଜାତି ଧର୍ମ ବର୍ଣ ନିର୍ବିଶେଷରେ ସମସ୍ତେ ପ୍ରଭୁଙ୍କୁ ଦର୍ଶନ କରିବା ନିମନ୍ତେ ବଡ ଦାଣ୍ଡରେ ଏକାଠି ହୋଇ ଥାଆନ୍ତି l ସେହି ଭକ୍ତ ମାନଙ୍କୁ ଦର୍ଶନ ଦେବା ନିମନ୍ତେ ଓ ତାଙ୍କ ଦୁଃଖ ଶୁଣିବା ପାଇଁ କାଳିଆ ରାଜା ବଡ ଦାଣ୍ଡକୁ ରଥରେ ବସି ବିଜେ କରିଥାଆନ୍ତି l କୁହାଯାଏ ଯେ ଏହି ସମୟରେ ଯିଏ ରଥ ଉପରେ ଜଗନ୍ନାଥ ଙ୍କୁ ଦର୍ଶନ କରିଥାଏ ତାର ୭ଜନ୍ମ ର ପାପ କ୍ଷୟ ହୋଇଥାଏ l
– ଅନ୍ୟ ଗୋଟିଏ କିମ୍ବଦନ୍ତୀ ଅନୁସାରେ କୁହାଯାଏ ଯେ ଥରେ ମା ସୁଭଦ୍ରା ପ୍ରଭୁଙ୍କୁ ନଗର ବୁଲିଯିବା ପାଇଁ ଅନୁରୋଧ କରିଥିଲେ l ଏହାପରେ ପ୍ରଭୁ ନିଜ ସାନଭଉଣୀ ଓ ବଡଭାଈ ଙ୍କ ସହିତ ରଥ ଉପରେ ବସି ନଗର ବୁଲିବାକୁ ବାହାରିଥିଲେ l ଯେଉଁ କାରଣରୁ ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ ବୋଲି କୁହାଯାଇ ଥାଏ l