Odisha news

ତିନି କିଲୋମିଟର ବଡ଼ ଦାଣ୍ଡରେ ବୁଲି ପ୍ରସ୍ତୁତି ନେଇ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

0
ପୁରୀ: ଆଉ ନଅ ଦିନ ବାକି ରହିଲା ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା। ଜୁଲାଇ ୧ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ରଥ ଯାତ୍ରା। ଜୁନ ୨୯ ତାରିଖରେ ହେବ ଶ୍ରୀଜୀଉଙ୍କ ପବିତ୍ର ନବ ଯୌବନ ଦର୍ଶନ ବା ନେତ୍ର ଉତ୍ସବ।
ରଥ ଯାତ୍ରା ଯେତିକି ପାଖେଇ ଆସୁଛି ଚଳ ଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର। ରଥଯାତ୍ରାରେ ସମାଗମ ଭିଡ଼ ହେବ ଲକ୍ଷାଧିକ ଭକ୍ତଙ୍କ। ଲକ୍ଷାଧିକ ଭକ୍ତଙ୍କ ସମାଗମ ଓ ଶୃଙ୍ଖଳିତ ଦର୍ଶନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗୁରୁବାର ସକାଳେ ଜିଲ୍ଲାପାଳ ସମର୍ଥ ବର୍ମା ବିଭିନ୍ନ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଗୁଣ୍ଡିଚା ମନ୍ଦିର ଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ପ୍ରାୟ ତିନି କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ବଡ଼ଦାଣ୍ଡର ଉଭୟ ପାର୍ଶ୍ଵ ସ୍ଥିତି ଅନୁଧ୍ୟାନ କରିବା ସହ ରଥ ଯାତ୍ରା ପାଇ ପ୍ରଶାସନିକ ପ୍ରସ୍ତୁତି ସମୀକ୍ଷା  କରିଛନ୍ତି।
ଜିଲ୍ଲାପାଳ ବଡ଼ ଦାଣ୍ଡର ଉଭୟ ପାର୍ଶ୍ଵ ରେ ଥିବା ନାଳ ନର୍ଦମା  ସଫା ସୁତରା କାର୍ଯ୍ୟ, ଗଳି କନ୍ଦି ରାସ୍ତା ଘାଟ ମରାମତି, ପାନୀୟ ଜଳ ଯୋଗାଣ, ଅସ୍ଥାୟୀ ଶୌଚାଳୟ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବଡ଼ ଦାଣ୍ଡରେ ୮ ଗୋଟି ସ୍ଥାଇ ଶୌଚାଳୟ ଥିବା ବେଳେ ୧୮ ଗୋଟି ଅସ୍ଥାୟୀ ଶୌଚାଳୟ ସ୍ଥାପନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଆଜିର ଏହି କାର୍ଯ୍ୟ କ୍ରମରେ ପୌର ସଂସ୍ଥା ଅତିରିକ୍ତ ନିର୍ବାହୀ ଅଧିକାରୀ, ଉପଜିଲ୍ଲାପାଳ, ପୂର୍ତ୍ତ ବିଭାଗ ଯନ୍ତ୍ରୀ, ପୌର ସଂସ୍ଥା ଯନ୍ତ୍ରୀଙ୍କ ସମେତ ସ୍ୱରେଜ ଓ ଡ୍ରେନେଜ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
Leave A Reply

Your email address will not be published.