ଭୁବନେଶ୍ବର: ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିରରେ ଲାଗିଲା। ଦୁଇରଥକୁ ସେବାୟତ ଓ ପୁଲିସ ଟାଣି ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଥିଲେ।
ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା ଆରମ୍ଭ କରିଥିଲେ ବଡ଼ଠାକୁର ବଳଭଦ୍ର। ବଡଦାଣ୍ଡରେ ଗଡିଲା ବଡ଼ଠାକୁରଙ୍କ ତାଳଧ୍ବଜ ରଥ । ଭାଇ ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କ ରଥ ପରେ ବଡଦାଣ୍ଡରେ ଗଡିଲା ବଡ଼ଠାକୁରଙ୍କ ତାଳଧ୍ବଜ ରଥ । ଘଣ୍ଟଘଣ୍ଟାରେ ତାଳେ ତାଳେ ଆଗେଇ ଚାଲିଥିଲେ ବଡ଼ ଠାକୁରଙ୍କ ତାଳଧ୍ବଜ ରଥ। ବିନା ଭକ୍ତରେ ବଡଦାଣ୍ଡ ଜନଶୂନ୍ୟ ହୋଇଯାଇଥିବା ବେଳେ ଭକତଙ୍କୁ ଝୁରି ଝୁରି ବଡ ଭାଇଭଉଣୀଙ୍କୁ ସାଥିରେ ଯାତ୍ରା କରିଥିଲେ ବଡ଼ଠାକୁର ବଳଭଦ୍ର। ଗୁଣ୍ଡିଚା ମନ୍ଦିରରେ ଲାଗିଲା ବଡ଼ଠାକୁର ବଳଭଦ୍ରଙ୍କର ତାଳଧ୍ବଜ ରଥ। ଅପରାହ୍ଣ ୩ଟା୫୨ରେ ଗୁଣ୍ଡିଚା ମନ୍ଦିରରେ ଲାଗିଲା ତାଳଧ୍ବଜ। ବଡ଼ଠାକୁରଙ୍କ ତାଳଧ୍ବଜ ରଥକୁ ପୁଲିସ ଓ ସେବାୟତ ଟାଣିଥିଲେ।
ଭଉରୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମଧ୍ୟ ଗୁଣ୍ଡିଚା ମନ୍ଦିରରେ ଲାଗିଲା। ଅପରାହ୍ଣ ୪ଟା ୧୧ରେ ଗୁଣ୍ଡିଚା ମନ୍ଦିରରେ ଲାଗି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ।