Odisha news

ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଦ୍ୱାରା ୩ଟି ପ୍ରକଳ୍ପର ଶିଳାନ୍ୟାସ

0

ତିହିଡି,୧୬/୧୨(ଯଦୁମଣି ପାଣିଗ୍ରାହୀ): ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିହିଡି ବ୍ଲକର ୩ଟି ପ୍ରକଳ୍ପର ଆଜି ଶିଳାନ୍ୟାସ କରିଛନ୍ତି ଉଚ୍ଚଶିକ୍ଷା, କ୍ରୀଡା, ଯୁବ ବ୍ୟାପାର, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀ ଶ୍ରୀ ସୂରଜ ପ୍ରଥମେ ବିଲଣା ପଞ୍ଚାୟତର ବିଲଣା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୧କୋଟି ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ବର୍ହିବିଭାଗର ନୂତନ ଗୃହର ଶିଳାନ୍ୟାସ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏନଏଚଏମ ଯନ୍ତ୍ରୀ ଜନ୍ମେଞ୍ଜୟ ଜେନା, ସିଡିଏମଓ ସୁଧାଂଶୁ ଶେଖର ବଳ, ତିହିଡି ମେଡିକାଲ ଅଫିସର ଡା.ଶୁଭକାନ୍ତ ଓଝା, ଡା.ଅନୁରୂପ ଅଂଶୁମାନ, ବରିଷ୍ଠ ନେତା ଦୀନବନ୍ଧୁ ପତି, ମନୋଜ ମଲ୍ଲିକ, ଅଜୟ ନାୟକ, ବିଦୁ୍ୟତଲତା ନାୟକ, ଦେବେନ୍ଦ୍ର ପୁହାଣ, ତପନ ପାଢୀ, ପ୍ରମୋଦ ଦାସ, ଶୁକଦେବ ମଳିକ, ରଘୁନାଥ ପାତ୍ର, ସଞ୍ଜିବ ବେହେରା, ସୀତାକାନ୍ତ ନାୟକ, ଶୁଭ୍ର ନାରାୟଣ ସେଠୀ, ପ୍ରଦୀପ ବଳ, ପ୍ରତାପ ଜେନା, ଯଦୁମଣି ପାଣିଗ୍ରାହୀ, ଦେବବ୍ରତ ପାଢୀ, ବୁଦ୍ଧଦେବ ଜେନା, ଭରତ ସାହୁ, କେଶବ ବେହେରା, ମନୋଜ ପାଣିଗ୍ରାହୀ, ସୂର୍ଯ୍ୟନାରାୟଣ ଭୋଇ, ରଘୁନାଥ ଦାସ ଓ ଉଷାକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପରେ ମନ୍ତ୍ରୀ ଶ୍ରୀ ସୂରଜ ଦହପାଣିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଶ୍ରେଣୀଗୃହର ଶିଳାନ୍ୟାସ କରିଥିଲେ । ଏଥିରେ ବିଡିଓ ଜ୍ୟୋତିର୍ମୟ କର. ଜେଇ ଭରତ ବିଶ୍ୱାଳ, ଏଇ ସୁକାନ୍ତ ମିଶ୍ର, ପ୍ରଧାନଶିକ୍ଷକ ସନତ କୁମାର ବେହେରା. ଜୟପ୍ରକାଶ ମହାପାତ୍ର, କାଳୀପଦ ଦାସ, ରାମଚନ୍ଦ୍ର ନାୟକ, ଶରତ ଦାସ, ସନ୍ଦିପ ଦାସ, ସରପଞ୍ଚ କୁନ୍ତଳା ମଳିକ, ଉମାକାନ୍ତ ଦାସ, ଜୟନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ମନ୍ତ୍ରୀ ଶ୍ରୀ ସୂରଜ ଈଶ୍ୱରପୁର ଠାରେ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ମା’ ଦପାନାୟକାଣୀ ପୀଠର ଉନ୍ନତିକରଣ କାର୍ଯ୍ୟର ଶିଳାନ୍ୟାସ କରିଥିଲେ । ଏଥିରେ ସରପଞ୍ଚ ପବିତ୍ରମୋହନ ମଳିକ, ଶରତ ଚନ୍ଦ୍ର ଦାସ, ବିକାଶ ମଳିକ, ନୀଳମଣି ଦାସ, ଉଦୟନାଥ ଦାସ, କାଳନ୍ଦୀ ମଳିକ, ରମେଶ ରାଉତ, ସୁରେନ୍ଦ୍ର ନାୟକ, ଶତ୍ରୁଜିତ ନାୟକ, ଦେବେନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply