ମେଷ: ପରିବାର ଲୋକଙ୍କ ପରାମର୍ଶ ଆପଣଙ୍କ ଲାଗି ମହତ୍ତ୍ବପୂର୍ଣ୍ଣ ରହିବ। ସୁଖ ସୁବିଧା ବୃଦ୍ଧି ହେବ। ଅଫିସରେ ଗୁରୁତ୍ବପୂର୍ଣ୍ଣ ବିଷୟରେ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା କରିବେ।
ବୃଷ: ବକେୟା ଧନ ପାଇବେ। ସାମାଜିକ କାର୍ଯ୍ୟରେ ସହଯୋଗ ଦେବା ପାଇଁ ଚିନ୍ତା କରିବେ। ବ୍ୟବସାୟରେ ଯୋଜନାବଦ୍ଧ କାମ କଲେ ଲାଭ ପାଇବେ। ଜରୁରୀ କାମରେ ଯାତ୍ରା ସୁଖଦ ରହିବ।
ମିଥୁନ: ନିଜର ବୁଦ୍ଧିମତ୍ତାରେ ସବୁ କାମ ସମ୍ଭାଳିବେ। ଦରକାରୀ ଲୋକଙ୍କୁ ସାହାଯ୍ୟ କଲେ ଲାଭ ହେବ। ଚାକିରିଜୀବୀଙ୍କୁ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
କର୍କଟ: ବାପା ମାଆଙ୍କ ସାହାଯ୍ୟରେ ଆପଣଙ୍କର ବିଶେଷ କାମ ସଂପୂର୍ଣ୍ଣ ହେବ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ସୁସମ୍ବାଦ ପାଇବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
ସିଂହ: ଅଫିସରେ ସହକର୍ମୀ ଆପଣଙ୍କ ବିଚାରରେ ପ୍ରଭାବିତ ହେବେ। ସବୁ ଅଶାନ୍ତିର ସମାଧାନ ବାହାରିବ। କୌଣସି ବରିଷ୍ଠଙ୍କ ସହ କଥାବର୍ତ୍ତା ବେଳେ ସାବଧାନ ଅବଲମ୍ବନ କରନ୍ତୁ।
କନ୍ୟା: ଆପଣଙ୍କ ବେଶଭୂଷାର ପ୍ରଶଂସା ହେବ। କୌଣସି ସମସ୍ୟାର ସମାଧାନ ବାହାରିବ। ସମାଜରେ ଆପଣଙ୍କ କାମର ଚର୍ଚ୍ଚା ହେବ। ଛାତ୍ର ନିଜ ସାଥୀର ସହଯୋଗ ପାଇବେ।
ତୁଳା: ରୋଜଗାର ପାଇଁ ନୂଆ ଅବସର ପାଇବେ। ବିନା କାରଣରେ କାହାକୁ ଦୁର୍ବ୍ୟବହାର କରନ୍ତୁ ନାହିଁ। ନୂଆ କାମ ଶିଖିବାର ମଉକା ପାଇବେ। ଯାନ କିଣିବାର ଯୋଗ ଅଛି।
ବିଛା: ନିଜର ଭବିଷ୍ୟତ ସମ୍ବନ୍ଧରେ ଚିନ୍ତା କରିବେ। ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ହେବ। ଘରକୁ ଅଚାନକ କୌଣସି ବନ୍ଧୁ ଆସିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ବହୁତ ଭଲ।
ଧନୁ: ବାକିଥିବା କାମ ପୂରା ହେବାର ସମ୍ଭାବନା। ଅବିବାହିତଙ୍କର ବିବାହ ଲାଗି ଚର୍ଚ୍ଚା ହେବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କ ତରଫରୁ ମାର୍ଗଦର୍ଶନ ମିଳିବ।
ମକର: ଆପଣଙ୍କର ରଚନାତ୍ମକ ପ୍ରତିଭା ଲୋକଙ୍କ ସମ୍ମୁଖକୁ ଆସିବ। ପାଖ ଲୋକଙ୍କ ଠାରୁ ସୁସମ୍ବାଦ ପାଇବେ। ଧନ ବୃଦ୍ଧି ହେବ। ଧର୍ମକାର୍ଯ୍ୟ କରିବା ଲାଗି ଯୋଜନା ତିଆରି କରିବେ।
କୁମ୍ଭ: ବାଲ୍ୟବନ୍ଧୁ ସହ ଦେଖା ହେବ। ବଡ଼ ଫଇସଲା ଜୀବନସାଥୀଙ୍କ ସହଯୋଗରେ ନେବେ। ଦୀର୍ଘ ଦିନରୁ ଚିନ୍ତା କରିଥିବା କାମ ପୂରଣ ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
ମୀନ: ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଯୋଜନା କରିବେ। ପରିବାର ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। କୌଣସି ବିଶେଷ ବିଷୟରେ ବିଶିଷ୍ଟ ବ୍ୟକ୍ତିଙ୍କର ପରାମର୍ଶ ପାଇବେ।