Odisha news

ଏହି ରାଶିର ପୁରୁଷ ପାଇଥାନ୍ତି ମନଲାଖି ପତ୍ନୀ

ସବୁ ପୁରୁଷ ଚାହିଁ ଥାଆନ୍ତି ସମର୍ପଣ ,ଆକର୍ଷଣୀୟ ସ୍ୱଭାବର ପତ୍ନୀ l କିନ୍ତୁ ସମସ୍ତଙ୍କ ଭାଗ୍ୟରେ ତାହା ହୋଇନଥାଏ l କିଛି ଭାଗ୍ୟଶାଲୀ ପୁରୁଷଙ୍କ ଭାଗ୍ୟରେ ଏହା କେବଳ ସମ୍ଭବ ହୋଇଥାଏ l କଣ ଏହା ଆମ ରାଶି ଚକ୍ରରେ ସମ୍ଭବ ଅଟେ , ହଁ ଆଜ୍ଞା ଏହାର ସମ୍ପର୍କ ଆମ ରାଶି ଚକ୍ରରେ ରହିଛି l କିଛି ବିଶେଷ ରାଶି ଚକ୍ରର ବ୍ୟକ୍ତିଙ୍କୁ ଏହି ସ୍ଵଭାଵ ଓ ପ୍ରକୃତିର ପତ୍ନୀ ମିଳି ଥାଆନ୍ତି l ଯେଉଁ ରାଶିର ପୁରୁଷ ଙ୍କ ସ୍ଵଭାଵ ସୌମ୍ୟ , କୋମଳ , ପ୍ରେମ ରେ ଭରି ରହିଥାଏ ଓ ପତ୍ନୀର ଆଦର କରୁଥିବା ସ୍ୱଭାବର ହୋଇ ଥାଆନ୍ତି ସେମାନଙ୍କୁ ସୁନ୍ଦର ଓ ଗୁଣଵତୀ ପତ୍ନୀ ମିଳି ଥାଆନ୍ତି l

* ମିଥୁନ – ମିଥୁନ ରାଶିର ପୁରୁଷ ସ୍ୱଭାବରେ ଖୁସି ମିଜାଜର ହୋଇଥାଆନ୍ତି l ଏହି କାରଣରୁ ଝିଅମାନେ ଖୁବ ଶୀଘ୍ର ଏମାନଙ୍କ ପ୍ରତି ଆକର୍ଷିତ ହୋଇ ଥାଆନ୍ତି l ତା ସହିତ ଏମାନଙ୍କ ପ୍ରତି ନିଷ୍ଠାବାନ ଓ ସମର୍ପିତ ମଧ୍ୟ ରୁହନ୍ତି l ମିଥୁନ ରାଶିର ପୁରୁଷଙ୍କ ସ୍ଵଭାଵ ଖୁବ ମୃଦୁ ହୋଇଥାଏ l ସେମାନେ ନାରୀ ମାନଙ୍କୁ ଖୁବ ସମ୍ମାନ ଦେଇ ଥାଆନ୍ତି ଓ ସ୍ୱଭାବରେ ମଧୁରତା ହେତୁ ତାଙ୍କ ଆଡକୁ ଝିଅମାନେ ଆକର୍ଷିତ ହୋଇ ଥାଆନ୍ତି l

* ସିଂହ – ସିଂହ ରାଶିର ପୁରୁଷ ଖୁବ ଡୋମିନେଟିଙ୍ଗ ଅଟନ୍ତି l କିନ୍ତୁ ପ୍ରେମକୁ ନେଇ ଏମାନଙ୍କ ସ୍ଵଭାଵ କିଛି ଅଲଗା ପ୍ରକାରରl ସିଂହ ରାଶିର ପୁରୁଷ ବିବାହ ପରେ ନିଜ ପତ୍ନୀଙ୍କ ପ୍ରତି ଖୁବ ସମର୍ପିତ ଅଟନ୍ତି l ସିଂହ ରାଶି ପୁରୁଷଙ୍କ ଭାଗ୍ୟରେ ପ୍ରାୟ ସବୁବେଳେ ସୁନ୍ଦର ଓ ଆକର୍ଷଣୀୟ ସ୍ତ୍ରୀ ମିଳିଥାଏ l ଏହି ରାଶିର ପୁରୁଷ ଖୁବ ରୋମାଣ୍ଟିକ ହୋଇ ଥାଆନ୍ତି l ତାଙ୍କର ଏହି ସ୍ଵଭାଵ କାରଣରୁ ତାଙ୍କୁ ସମର୍ପିତ ସ୍ୱଭାବର ପତ୍ନୀ ମିଳନ୍ତି l

* କନ୍ୟା – କନ୍ୟା ରାଶିର ପୁରୁଷ ଦେଖିବାକୁ ଖୁବ ହାଣ୍ଡସମ ହୋଇଥାନ୍ତି l ତାଙ୍କ ଆଡକୁ ଝିଅମାନେ ଖୁବ ଶୀଘ୍ର ଆକର୍ଷିତ ହୁଅନ୍ତି l ତାଙ୍କ ଆଡକୁ ଝିଅମାନେ ଆକର୍ଷିତ ହେବା ସହିତ ସୁନ୍ଦର ପତ୍ନୀ ମଧ୍ୟ ମିଳିଥାଆନ୍ତି l ସାଧାରଣତଃ କନ୍ୟା ରାଶିର ପୁରୁଷଙ୍କୁ ସୁନ୍ଦର ପତ୍ନୀ ମିଳି ଥାଆନ୍ତି l ଏମାନେ ସ୍ୱଭାବରେ ରୋମାଣ୍ଟିକ ହୋଇ ଥାଆନ୍ତି l ତାଙ୍କର ଏହି ରୋମାଣ୍ଟିକ ସ୍ୱଭାବ କାରଣରୁ ଝିଅ ମାନେ ଏମାନଙ୍କ ପ୍ରତି ସମର୍ପିତ ହୋଇଥାଆନ୍ତି l

* ମକର – ମକର ରାଶିର ପୁରୁଷ ସ୍ୱଭାବରେ ଅନ୍ୟକୁ ଖୁବ ଶୀଘ୍ର ଅପାୟୀତ କରି ଥାଆନ୍ତି l ଏମାନେ ଚାଲାକି କରି ପାରନ୍ତି ନାହିଁ ତେଣୁ ତାଙ୍କୁ ସମସ୍ତେ ସରଳ ଭାବି ଖୁବ ପସନ୍ଦ କରନ୍ତି l ସେମାନଙ୍କ ସରଳ ସ୍ଵଭାଵ ଯୋଗୁଁ ତାଙ୍କୁ ଝିଅମାନେ ଖୁବ ପସନ୍ଦ କରନ୍ତି l ଯେଉଁ ସ୍ଥାନରେ ସେ ବସି ଥାନ୍ତି ସେଠାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଯାଆନ୍ତି l ସେ ଯାହା ଇଛା କରନ୍ତି ତାହା ହାସଲ କରନ୍ତି l ପତ୍ନୀ ମାମଲାରେ ମକର ରାଶିର ପୁରୁଷ ଖୁବ ଭାଗ୍ୟବାନ ଅଟନ୍ତି l ସବୁଠୁ ସୁନ୍ଦର ଓ ଜୀବନ ଦେଲାଭଳି ମିଳି ଥାଆନ୍ତି l

Shares