Odisha news

ଏହି ରାଶିର ଝିଅମାନେ ହୋଇଥାଆନ୍ତି ସ୍ୱଭାବରେ ଦୟାଳୁ , ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସି ଥାଆନ୍ତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ବ୍ୟବହାର ଜାଣି ହୁଏ । କିଛି ଲୋକ ଅନ୍ୟକୁ ସାହାଯ୍ୟ କରିବା ପାଇଁ ସବୁବେଳେ ପ୍ରସ୍ତୁତ ଥାଆନ୍ତି । ଅନ୍ୟ ର କଷ୍ଟ ଦେଖି ସେମାନେ ସାହି ପାରନ୍ତି ନାହିଁ । ଆସନ୍ତୁ ଆଜି ଜାଣିବା ସେଭଳି କିଛି ରାଶି ବିଷୟ ରେ ।
* ସିଂହ – ସିଂହ ରାଶିର ସ୍ବାମୀ ସୂର୍ଯ୍ୟ ଅଟନ୍ତି । କୁହାଯାଏ ଯେ ଏହି ରାଶିର ଝିଅମାନେ ଖୁବ୍ ଦୟାଳୁ ଅଟନ୍ତି । ବାହାରୁ ଦେଖିବାକୁ କଠୋର ହୋଇଥିଲେ ମଧ୍ୟ ଭିତରୁ ଖୁବ୍ କୋମଳ ହୋଇ ଥାଆନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ଝିଅମାନେ କାହାର ଦୁଃଖ ଦେଖି ପାରନ୍ତି ନାହିଁ । ଏହି ରାଶିର କନ୍ୟା ଅଧିକ ଦାନ ପୁଣ୍ୟ କରି ଥାଆନ୍ତି । ନିଜର ସ୍ଵଭାବ ପାଇଁ ସମସ୍ତ ଙ୍କ ନିକଟରେ ଆଦରଣୀୟା ।
* ମକର – ମକର ରାଶିର ସ୍ବାମୀ ଗ୍ରହ ଶନି ଦେବ ଅଟନ୍ତି । କୁହାଯାଏ ଯେ ଏହି ରାଶିର କନ୍ୟା ସଚ୍ଚୋଟ , ଦୟାଳୁ ଓ ସାହାସୀ ଅଟନ୍ତି । ଅନ୍ୟ ମାନଙ୍କୁ ସାହାଯ୍ୟ କରିବା ପାଇଁ ସବୁବେଳେ ଆଗରେ ରୁହନ୍ତି । ଅନ୍ୟ ମାନଙ୍କ ନିକଟରୁ କିଛି ବି ଆଶା କରନ୍ତି ନାହିଁ ।
* କୁମ୍ଭ – କୁମ୍ଭ ରାଶିର ସ୍ବାମୀ ଗ୍ରହ ମଧ୍ୟ ଶନି ଅଟନ୍ତି । ଶନି ଙ୍କ ପ୍ରଭାବରୁ ଏହି ରାଶିର କନ୍ୟା ସ୍ୱଭାବରେ କୋମଳ ଅଟନ୍ତି । ଏମାନଙ୍କ ଭିତରେ ଛଳନା ନଥାଏ । ଏମାନେ ଦୟାଳୁ ସ୍ୱଭାବର ହୋଇଥିବା କାରଣରୁ ଅନ୍ୟର ଅସୁବିଧା ସମୟରେ ସାହାଯ୍ୟ କରିଥାଆନ୍ତି । ନିଜର ସ୍ଵଭାବ ପାଇଁ ଏମାନେ ସବୁଠି ପ୍ରିୟ ଅଟନ୍ତି ଓ ଏହି ରାଶିର ନାରୀ ଖୁବ୍ ପରିଶ୍ରମୀ ହୋଇ ଥାଆନ୍ତି ।

Comments are closed.