ସୋର : ସୋର ମ୍ୟୁନିସିପାଲିଟିରେ ଜିଲ୍ଲା ଚିକିତ୍ସା ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ୪୦ ଜଣଙ୍କର ରେପିଡ୍ ସ୍ୱାବ ଟେଷ୍ଟ କରାଯାିଥିବା ବେଳେ ସମସ୍ତଙ୍କର ରିପୋର୍ଟ ନେଗେଟିଭ୍ ଅଛି । ପୂର୍ବରୁ ଜିଲ୍ଲା ଟିମ୍ ପକ୍ଷରୁ ସ୍ୱାବ ସଂଗ୍ରହ କରାଯାଇ ଅତିକମ୍ରେ ୪୮ ଘଣ୍ଟା ପରେ ରିପୋର୍ଟ ମିଳୁଥିଲା । ଏବେ ରେପିଡ୍ ଟେଷ୍ଟ ମାଧ୍ୟମରେ ସ୍ୱାବ ସଂଗ୍ରହ ପରେ ଅନ୍ ଦ ସ୍ପଟ୍ ମାତ୍ର ଏକ ଘଣ୍ଟା ମଧ୍ୟରେ ରିପୋର୍ଟ ମିଳିପାରୁଛି । ପ୍ରଥମ ପର୍ଯ୍ୟାୟ ଟେଷ୍ଟ ପରେ ଏବେ ୨ୟ ପାଳିରେ କରୋନା ଯୋଦ୍ଧାଙ୍କ ସହ ବିଭିନ୍ନ ସାମାଜିକ ସଂପର୍କରେ ଥିବା ସାମ୍ବାଦିକ ଓ ଆଇନ୍ଜୀବୀଙ୍କର ଟେଷ୍ଟ କରାଯିବ ବୋଲି ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଯୋଜନା କରିଛନ୍ତି ।
ସୋରକୁ ଆସିଥିବା ପ୍ରବାସୀ ରେଜିଷ୍ଟ୍ରେସନ୍ କରି ଆସିବା ପରେ ନିଜ ଘରେ ସଙ୍ଗରୋଧର ବ୍ୟବସ୍ଥା ନଥିଲେ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ରହିବାର ବ୍ୟବସ୍ଥା କରାଯାଇଛି । ସୋର ମ୍ୟୁନିସିପାଲିଟିରେ ଥିବା ଏକ ମାତ୍ର ସଙ୍ଗରୋଧରେ ୪୬ ଜଣ ପ୍ରବାସୀ ଅଛନ୍ତି । ଅଦ୍ୟାବଧି ମ୍ୟୁନିସିପାଲିଟିରେ ୬ଶହରୁ ଉଦ୍ଧ୍ୱର୍ ପ୍ରବାସୀ ସଙ୍ଗରୋଧ କେନ୍ଦ୍ରରେ ରହି ସାରିଥିବାଥିବା ବେଳେ ୨୫୦ଜଣଙ୍କର ସ୍ୱାବ ଟେଷ୍ଟେ ପରେ ମାତ୍ର ୨ ଜଣ ପ୍ରବାସୀ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେବା ପରେ ଘରକୁ ଫେରିଛନ୍ତି । ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ଅଦ୍ୟାବଧି ୪୫ ଜଣ ଆକ୍ରାନ୍ତ ହୋଇଛନ୍ତି । ସାମାଜିକ ଦୂରତା ରକ୍ଷା ସହ ସଂକ୍ରମଣ ରୋକିବାକୁ ସରକାରୀ ଭାବେ ଘୋଷିତ ଗାଇଡ୍ ଲାଇନ୍ କଡାକଡି ଭାବେ ପାଳନ କରିବାକୁ ମାଇକ୍ ଯୋଗେ ପୈାର କର୍ତ୍ତୃପକ୍ଷ ପ୍ରଚାର କରୁଛନ୍ତି ।