Odisha news

ନାବାଳିକାକୁ ଥାନାରେ ଦୁଷ୍କର୍ମ ମାମଲା ପୁଲିସ ଅଭିଯୁକ୍ତକୁ ଗିରଫ ନକରି ନାବାଳିକା ଉପରେ ମାନସିକ ଚାପ ପକାଇ ତାକୁ ପାଗେଳି କରିବାକୁ ଚେଷ୍ଟା କରୁଛି- ଜର୍ଜ ତିର୍କି

0

ରାଉରକେଲା : ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଥାନାରେ ଜଣେ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରାଯାଇ ତାକୁ ଗର୍ଭବତୀ କରାଇ ଶେଷରେ ତାକୁ ନିକଟସ୍ଥ ଡାକ୍ତରଖାନାରେ ଖୋଦ୍ ଥାନା ବାବୁ ସରକାରୀ ଡାକ୍ତରଙ୍କ ଦ୍ୱାରା ଗର୍ଭପାତ କରାଇବା ମାମଲାରେ ୧୩ ବର୍ଷର ନାବାଳିକାକୁ ଏସପିଙ୍କ ଠାରୁ ଅନ୍ୟ ଅଫିସର ମାନେ ବାରମ୍ବାର ଘଂଟା ଘଂଟା ଧରି ପଚରା ଉଚରା କରି ପୀଡିତାକୁ ପାଗଳ କିମ୍ବା ନଷ୍ଟ ଚରିତ୍ରାର ଆକ୍ଷା ଦେବାକୁ ଉଦ୍ୟମ ଚଳାଇଛନ୍ତି । ପୁରା ଘଟଣା କୁ ବାଟବଣା କରିବାକୁ ଉଦ୍ୟମ ଚାଲିଛି ବୋଲି ପୂର୍ବତନ ବିଧାୟକ ତଥା ଲୋକସଭା ପ୍ରାର୍ଥୀ ଜର୍ଜ ତିର୍କୀ ଅଭିଯୋଗ କରିଛନ୍ତି । ଏହା ସହ ଘଟଣାର ପ୍ରତିବାଦ ଓ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି ନେଇ ଆଜି ବୀରମିତ୍ରପୁର ଥାନା ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେ କହିଛନ୍ତି ପୀଡିତା ପ୍ରଥମ ଦିନରୁ ଥାନା ଅଧିକାରୀ ଓ ଅନ୍ୟ ପୁଲିସର ନାମ କହିବା ସହ ଡାକ୍ତର ବିଷୟରେ ସୂଚନା ଦେଇ ସାରିଛି, ତା ପରେ ବି ଗୋଟିଏ ଛୋଟିଆ ଛୁଆକୁ ବାରମ୍ବାର ଏ ବିଷୟରେ ପଚାରି ତା’ର ମାନସିକ ସ୍ଥିତିକୁ ବିଗାଡିବା କ’ଣ ଦରକାର ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଏହା ଥାନା ନୁହେଁ ରଙ୍ଗଶାଳା, ମଧୁ ଶାଳା ରାତି ୮ଟା ପରେ ଏଠି ଶୁଭେ ବିଭତ୍ସତାର ସ୍ୱର । କାମନାରେ ମତୁଆଲା ଅଧିକାରୀ ପିଏ ଏଠି ଅବଳା, ଦୁର୍ବଳାର ରକ୍ତ । ରକ୍ଷା କରିବାକୁ କେହି ନଥାନ୍ତି କାରଣ ରକ୍ଷକ ଏଠି ସାଜିଥାଏ ଭକ୍ଷକ । ଥାନା ଚଳାନ୍ତି କେହି ହୋମଗାର୍ଡ ସିଂ ବାବୁ ଓ ତାର ସମର୍ଥକ ତ୍ରିପାଠୀ ବାବୁ, ଶର୍ମା ବାବୁ । ତେଣୁ ନାବାଳିକା ଦୁଷ୍କର୍ମ ମାମଲାରେ ବର୍ତମାନ ସୁୁଦ୍ଧା ଯାହା ବି କରାଯାଇଛି ତାହା କେବଳ ନାଟକ ବାଜି । ହୋମ ଗାର୍ଡ ସିଂ, ତ୍ରିପାଠୀ, ଶର୍ମା ସମେତ ଡାକ୍ତର, ଡାକ୍ତରଖାନାରେ ଥିବା ମାଟ୍ରନ, ଥାନାରେ ଏତଲା ଦେଇଥିବା ଚାଇଲ୍ଡ ଲାଇନ ଅଧିକାରୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଶ୍ରୀ ତିର୍କୀ ଦାବି କରିଛନ୍ତି ।

Leave A Reply