Odisha news

୩ ବର୍ଷିୟା ଶିଶୁକନ୍ୟାକୁ ସଂପର୍କୀୟ ମାମୁଁର ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

0

ବଡବିଲ, ୧୬ ଜୁନ  : ୩ ବର୍ଷର ଶିଶୁକନ୍ୟାକୁ ସଂପର୍କୀୟ ମାମୁଁର ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛିା ଏହି ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣା ପଡିଛି ।ମିଳିଥିବା ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ପଂଚାୟତର ଝାଡ଼ଗାଁ ଅଂଚଳରେ ଗତ ଶନିବାର ଏହି ଅଭାବନୀୟ ଘଟଣା ଘଟିଛି । ଏନେଇ ଗତକାଲି ସଂଧ୍ୟାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ବଡ଼ବିଲ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଗତ ଶନିବାର ପୀଡିତା ଶିଶୁକନ୍ୟା, ଅନ୍ୟ ପିଲାଙ୍କ ସହ ଘରପାଖରେ ରଜ ଦୋଳି ଖେଳୁଥିଲା । ଏହି ସମୟରେ ସଂପର୍କୀୟ ମାମୁଁ ତାକୁ ନିଜ ଘରକୁ ଡାକିନେଇ ଦୁଷ୍କର୍ମ କରିଥିଲା । ଅଭିଯୋଗକୁ ଭିତ୍‌?ତି କରି ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣାରେ ବଡ଼ବିଲ ପୁଲିସ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି । ବଡ଼ବିଲ ପୁଲିସ ଝାଡ଼ଗାଁର ଅଭିଯୁକ୍ତ ପିଂଟୁ ଓରଫ ପବିତ୍ର ନଏକକୁ ଟଣ୍ଟ ଏଆର ଷ୍ଟ୍ରିପ ନିକଟରୁ ଅପରାହ୍ନ ୩.୩୦ରେ ଗିରଫ କରି ଥାନାରେ ଅଟକ ରଖିଛି । ପୀଡିତା ଶିଶୁକନ୍ୟାର ଆଜି ଡାକ୍ତରୀ ମାଇନା କରାଯାଇଛି ।

Ad2
Leave A Reply