ରଣପୁର… ନୟାଗଡ ଜିଲ୍ଲା ରଣପୁର ଥାନା ଅଧିନସ୍ଥ ରାଜ ସୁନାଖଳା ପୋଲିସ ଫାଣ୍ଡି ଅଞ୍ଚଳ ରେ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବୃଦ୍ଧି ପାଉଥିବା ବେଳେ ଅବକାରୀ ବିଭାଗ ନିଷ୍କ୍ରିୟତା କୁ ନେଇ ସାଧାରଣ ରେ ପ୍ରଶ୍ନ ଉଠିଛି. ମାତ୍ର ରାଜ ସୁନାଖଳା ଫାଣ୍ଡି ଅଧିକାରୀ ଭାବେ ସବ ଇନ୍ସପେକଟର ପ୍ରୀତି ପ୍ରକାଶ ମହାନ୍ତି ଯୋଗ ଦେବାର 15 ଦିନ ମଧ୍ୟରେ ବିଭିନ୍ନ ସ୍ଥାନ ରେ ଚଢ଼ାଉ କରି ଚୋରା ଦେଶୀ ମଦ ସହିତ ମଦ ବେପାରୀ ଙ୍କୁ ଗିରଫ କରି ଏହା ଉପରେ ଅଙ୍କୁଶ ଲଗାଇବାରେ ସକ୍ଷମ ହୋଇଥିବା ବେଳେ ଚୋରା ମଦ ବେପାରୀ ଙ୍କ ନିଦ ହଜି ଯାଇଛି… ତେଵେ ସୋମବାର ରାଜସୁନାଖଳା ଫାଣ୍ଡି ପୋଲିସ 100 ଲିଟର ଦେଶୀ ମଦ ଜବତ କରିବା ସହ ଜଣେ ବେପାରୀ କୁ ଗିରଫ କରିଛି… ରାଜସୁନାଖଳା ଫାଣ୍ଡି ଅଧିକାରୀ ଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ.. ରଣପୁର ଥାନା କାକଲମା ଗ୍ରାମ ର ସୂର୍ଯ୍ୟମଣି ପ୍ରଧାନ ଏକ ଟିଭିଏସ ଲୁନା ଯାହାର ନମ୍ବର OD25B5971ଯୋଗେ ରାଜସୁନାଖଳା ଫାଣ୍ଡି ଅଧିନସ୍ଥ ସୁରକାବାଡ଼ି ଗ୍ରାମରୁ 100ଲିଟର ଦେଶୀ ମଦ ନେଇ ରାସୋଳ ଯାଉଥିବା ନେଇ ଖବର ପାଇଥିଲେ ଖବର ପାଇବା ପରେ ରାଜସୁନାଖଳା ଫାଣ୍ଡି ଅଧିକାରୀ ତାଙ୍କ ଷ୍ଟାଫ ଙ୍କ ସମେତ ଉକ୍ତ ମଦ ବେପାରୀ କୁ ପିଛା କରି ସୁନାଖଳା ରେଲୱେ ଓଭର ବ୍ରିଜ ଉପରେ ସୂର୍ଯ୍ୟମଣି ଙ୍କୁ ଗିରଫ କରି ତାହା ଠାରୁ 100 ଲିଟର ଦେଶୀ ମଦ ସହିତ ବ୍ୟବହୃତ ଲୁନା ଗାଡିଟିକୁ ଜବତ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ତେଵେ ରଣପୁର ଥାନା ଓ ସୁନାଖଳା ଫାଣ୍ଡି ଅଞ୍ଚଳ ରେ ବେଆଇନି ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବନ୍ଦ କରିବା ପାଈଁ ଅବକାରୀ ବିଭାଗ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି
