Odisha news

ରଣପୁର ରେ ରଜ ଉତ୍ସବ ପାଳିତ

0
ରଣପୁର…. ବିଗତ ଦୁଇ ବର୍ଷ ଧରି କରୋନା କଟକଣା ପାଈଁ ରଜ ଉତ୍ସବ ବନ୍ଦ ଥିବା ଚଳିତ ବର୍ଷ  ନୟାଗଡ ଜିଲ୍ଲା ରଣପୁର ବ୍ଲକ ର ସମସ୍ତ ଗ୍ରାମଅଞ୍ଚଳ ରେ ରଜ ଉତ୍ସବ ଧୁମଧାମ ପାଳିତ ହେଉଥିବା ଦେଖିବାକୁ ମିଳିଛି…. ରଣପୁର ବ୍ଲକ ଓ ଏନ. ଏସି ର ସମସ୍ତ ମହିଳା ଓ କୁଆରୀ ଝିଅ ମାନେ ନୂତନ ଡ୍ରେସ ଓ ଶାଢ଼ୀ ପିନ୍ଧିବା ସହିତ ସାଙ୍ଗ ମାନଙ୍କ  ଘର ଘର ବୁଲି  ଖୁସି ମନରେ ରଜ ପାଳୁଛନ୍ତି ପିଠା ଖାଇବା ସହିତ ବିଭିନ୍ନ ଦୋଳି ଖେଳି ଖୁସି ମନାଉଛନ୍ତି ଏବଂ ଏହି ରଜ ଉତ୍ସବ ଅବସରରେ ରଣପୁର ଏନ. ଏସି ର ପୁରୁଣା ବସନ୍ତ ନାରାୟଣୀ ମନ୍ଦିର  ଅମଲାପଡା ଜେଲ ଛକ ନିକଟ ହନୁମାନ ମନ୍ଦିର ଠାରେ ରଜ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ସେହି ଭଳି ରଣପୁର ବ୍ଲକ ର  ବଜ୍ରକୋଟ ପଞ୍ଚାୟତ ହରିପୁର ଗଡବାଣିକିଲୋ ନରସିଂହପୁର ଗୋପାଳପୁର ଓ ଦର୍ପନାରାୟଣପୁର ଆଦି ଅଞ୍ଚଳ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଛି
IEC 2 years
Leave A Reply