Odisha news

ରାଣୀଗାଡିଆରେ କାଜୁ ଜଙ୍ଗଲକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ.

0

ରଣପୁର-ନୟାଗଡ ଜିଲ୍ଲା ରଣପୁର ତହସିଲ୍ ଅନ୍ତର୍ଗତ ସରକାରୀ ଯାଗାରେ ଥିବା କାଜୁ ଜଙ୍ଗଲକୁ ନେଇ ବହୁ ବର୍ଷ ହେଲା ବିବାଦ ଲାଗି ରହିଛି । ରାଜ୍ୟ କାଜୁ ନିଗମ ରଣପୁର ତହସିଲ୍ ଅଂଚଳରେ ଥିବା କିଛି ଯାଗାରେ ଲିଜ୍ ଆକାରରେ କାଜୁ ଗଛ ଲଗାଇ ନିଲାମ କରି ଆସୁଥିଲା । ଲିଜ୍ ଅବଧି ପୁରିଯାଇଥିଲେ ମଧ୍ୟ ସେହି କାଜୁ ଜଙ୍ଗଲକୁ ନେଇ ଏବେବି ବିବାଦ ଲାଗି ରହିଛି । ସେହିଭଳି ଏକ ବିବାଦ ଦେଖାଦେଇଛି ଚାନ୍ଦପୁର ଥାନା ଅନ୍ତର୍ଗତ ରାଇପଡା ଗ୍ରାମପଂଚାୟତ ରାଣୀଗାଡିଆ ମୌଜାରେ । କିଛି ସବର୍ଣ୍ଣ ଓ ଆଦିବାସୀଙ୍କ ମଧ୍ୟରେ କିଛଦିନ ହେଲା ବିବାଦ ଲାଗି ରହିଥିଲା । ଆଦିବାସୀମାନେ ତହସିଲ୍ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଏହି କାଜୁ ଜଙ୍ଗଲର ସୁରକ୍ଷା ପାଇଁ ଲିଖିତ ଅଭିଯୋଗ କରିଥିଲେ । ଆଦିବାସୀମାନେ ପାଳିକରି କାଜୁ ଜଙ୍ଗଲକୁ ଜଗି ଆସୁଥିଲେ ।

ଗତ ୨୪ ତାରିଖ ମଧ୍ୟାହ୍ନରେ କିଛି ସବର୍ଣ୍ଣ ବ୍ୟକ୍ତି କାଜୁ ଜଙ୍ଗଲରେ ପହଁଚି କାଜୁ ଜଙ୍ଗଲ ଜଗୁଥିବା କିଛି ଆଦିବାସୀ ମହିଳାଙ୍କୁ ଗାଳି ଗୁଲଜ କରିବା ସହିତ କାଜୁ ଜଙ୍ଗଲ ଛାଡି ଚାଲିଯିବା ପାଇଁ ଧମକ୍ ଦେଇଥିଲେ ବୋଲି ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ରାତ୍ରି ୧୨ ଘଟିକା ସମୟରେ କାଜୁ ଜଙ୍ଗଲ ମଧ୍ୟରେ ଘର କରି ରାତ୍ରିରେ ଶୋଇଥିବା ଅବସ୍ଥାରେ ସେହିଘରେ କେହି ର୍ଦୁବୁତ୍ତ ସେହିଘରେ ନିଆଁ ଲଗାଇ ଦେଇଥିଲେ । ଫଳରେ ସେହିଘରେ ଶୋଇଥିବା ୪ଜଣ ଯୁବକ ପ୍ରତାପ ଜେନା, ଗୋପବନ୍ଧୁ ଜେନା, ସିଦ୍ଧାନ୍ତ ଜେନା ଓ ଟେରୁ ଜେନା ଅଳ୍ପକେ ରକ୍ଷା ପାଇଥିବା ବେଳେ ଘର ଭିତରେ ଥିବା ଏକ ବାଇକ୍ ପୋଡିଯାଇଥିବା ଜଣା ପଡିଛି ।

ଘଟଣା ସ୍ଥଳରେ ଦମକଳ ବାହିନୀ ପହଁଚି ନିଆଁ ଲିଭାଇଥିଲେ । ତତ୍ ସଙ୍ଗେ ସଙ୍ଗେ ଖବର ପାଇ ଚାନ୍ଦପୁର ଥାନା ଇନିସ୍ପେକ୍ଟର ଧନେଶ୍ୱର ନାହାକ ସଦଳବଳେ ଘଟଣା ସ୍ଥଳରେ ପହଁଚିଥିଲେ । ୨୫ ତାରିଖ ସକାଳୁ ଆଦିବାସୀଙ୍କ ତରଫରୁ ଲିଖିତ ଅଭିଯୋଗ ପାଇବା ପରେ ଚାନ୍ଦପୁର ଥାନା ପୋଲିସ୍ ଘଟଣା ସ୍ଥଳରେ ଉଭୟ ଗୋଷ୍ଠୀଙ୍କୁ ଡାକି ସମାଧାନ ପାଇଁ ବୈଠକ ଚଲାଇଥିବା ଜଣା ପଡିଛି । କିନ୍ତୁ ଉଭୟ ଗୋଷ୍ଠୀ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି ।

Leave A Reply