Odisha news

ରଣପୁର : ଶାଗୁଆନ ପଟା ବୋଝେଇ ପିକଅପ ଭ୍ୟାନ ଜବତ ଜଣେ ଗିରଫ

0

ରଣପୁର… ନୟାଗଡ ଜିଲ୍ଲା ରଣପୁର ପୋଲିସ ତରଫରୁ ରାତ୍ରକାଳୀନ ପେଟ୍ରୋଲିଙ୍ଗ କଡାକଡ଼ି କରାଯାଇଥିବା ବେଳେ ଗତକାଲି ବୁଧବାର ରାତି ରେ ରଣପୁର ପୋଲିସ  ପେଟ୍ରୋଲିଙ୍ଗ କରୁଥିବା  ସମୟ ରେ ଏକ ଶାଗୁଆନ ପଟା ବୋଝେଇ ପିକଅପ ଭ୍ୟାନ ଜବତ କରିବା ସହ ଜଣ କୁ ଗିରଫ କରୀ ବନବିଭାଗ କୁ ହସ୍ତାନ୍ତର କରିଥିବା ରଣପୁର ପୋଲିସ ତରଫରୁ ସୂଚନା ମିଳିଛି.. ମିଳିଥିବା ସୂଚନା ଅନୁସାରେ ଗତ ବୁଧବାର ରଣପୁର ପୋଲିସ ତରଫରୁ ରାତ୍ରି ପେଟ୍ରୋଲିଙ୍ଗ ବେଳେ ରଣପୁର ଅଧିନସ୍ଥ ଗୋପାଳପୁର ଛକ ଠାରେ ଏକ ଶାଗୁଆନ ପଟା ବୋଝେଇ ପିକଉପ ଭ୍ୟାନ ଯାଉଥିବାର ଦେଖୀ ସବଇନ୍ସପେକେଟର ବିନୟ ରଞ୍ଜନ  ପରିଡା ଏଏସଆଇ ବିଶ୍ୱଭୂଷଣ ସିଙ୍ଗ ପେଟ୍ରୋଲିଙ୍ଗ କରୁଥିବା ଭ୍ୟାନ ରେ ପିଛା କରି ପଟା ବୋଝେଇ ପିକଉପ ଭ୍ୟାନ ଟିକୁ ଜବତ କରିବା ସହିତ ଜଣକୁ ଗିରଫ କରି  ରଣପୁର ଥାନା କୁ ଆଣିଥିଲେ ଏବଂ ସେଠାରେ ତାର କାଗଜ ପତ୍ର ଯାଞ୍ଚ  କରିବାରୁ ଶାଗୁଆନ ପଟା ଚୋରା ଚାଲାଣ ହୋଇଥିବା ନେଇ ଜାଣିବାକୁ ପାଇଥିଲେ ଏହା ପରେ ରଣପୁର ବନବିଭାଗ କୁ ଖବର ଦେଇ ଶାଗୁଆନ ପଟା ବୋଝେଇ ଗାଡି ସହିତ ଗିରଫ ବ୍ୟକ୍ତି ଙ୍କୁ ହସ୍ତାନ୍ତର କରିଥିବା ରଣପୁର ପୋଲିସ ସୂଚନା ଦେଇଛି

Leave A Reply