Odisha news

ରଣପୁର ଦୁଇ ନମ୍ବର ୱାର୍ଡ ରେ ବସିଲା ଏନ. ଏସି ଅଫିସ : ଅଭିଯୋଗ ଶୁଣାଣି ଶିବିର ସହିତ ଆବାସ କାର୍ଯ୍ୟାଦେଶ ବଣ୍ଟନ

0

ରଣପୁର : ନୟାଗଡ ଜିଲ୍ଲା ରଣପୁର ଏନ. ଏସି ର  ନୂତନ ଅଧକ୍ଷା  ରଙ୍ଗିନୀ ମହାନ୍ତି ଦାୟିତ୍ଵ ଗ୍ରହଣ କରିବା ଦିନ ଠାରୁ ନିଆରା ଢଙ୍ଗ ରେ  ବା ନିଆରା  ଶୈଳୀ ରେ କାର୍ଯ୍ୟ କରୀ  ସାଧାରଣ ଜନତା ଙ୍କ ପ୍ରିୟ ହେବା ସହ ଲୋକ ଙ୍କ କାମ କରିବା ପାଈଁ   ଏନ. ଏସି ଅଧକ୍ଷା ଦାୟୀତ୍ଵ ଗ୍ରହଣ କରିବା ଦିନ ଠାରୁ ପ୍ରତେକ ୱାର୍ଡ ରେ ଅଭିଯୋଗ ଶୁଣାଣି ଶିବିର ଆୟୋଜନ କରିବା ସହିତ ସାଧାରଣ ଲୋକ ଙ୍କ ପାଈଁ କାର୍ଯ୍ୟ କରୀ ଆସୁଛନ୍ତି ଏହି ପରିପକ୍ଷେ ଗୁରୁବାର ଦିନ  ରଣପୁର ଏନ. ଏସି ଦୁଇ ନମ୍ବର ୱାର୍ଡ ର ହାଟସାହି ସ୍ଥିତ ପଡିଆ ଠାରେ  ଏକ ଅଭିଯୋଗ ଶୁଣାଣି ଶିବିର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି ଏଥିରେ ରଣପୁର ଏନ. ଏସି ଅଧକ୍ଷା ରଙ୍ଗିନୀ ମହାନ୍ତି ରଣପୁର ଏନ. ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବିଜୁ ଜନତା ନଗରସଭାପତି ଲିଙ୍ଗରାଜ ନାୟକ ସମସ୍ତ ୱାର୍ଡ ର କାଉନସିଲର ଙ୍କ ସମେତ ଏନ. ଏସି ର ସମସ୍ତ ଷ୍ଟାଫ ଉପସ୍ଥିତ ରହି  ଦୁଇ ନମ୍ବର ୱାର୍ଡ ର ସମସ୍ତ ୱାର୍ଡ ବାସି ଙ୍କ ପ୍ରାୟ ପଚାଶ ରୁ ଉର୍ଦ୍ଧ ଅଭିଯୋଗ ଶୁଣାଣି କରିବା  ସହିତ  40 ଜଣ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ ଏହି ଶିବିର ରେ ଦୁଇ ନମ୍ବର ୱାର୍ଡ ର ସମସ୍ତ ସମସ୍ୟା ଯଥା ପାନୀୟ ଜଳ ଆଲୋକ ପରିମଳ ଓ ସାନଫାଶୀ ପୁଷ୍କରିଣୀ ବିଷୟରେ ଆଲୋଚନା କରାଯିବା ସହିତ ଏହି ବୈଠକ ରେ   ପ୍ରାୟ ଦୁଇ ସହ ରୁ ଉର୍ଦ୍ଧ ଜନସାଧାରଣ ଯୋଗଦେଇଥିଲେ  ରଣପୁର ଏନ. ଏସି ଏହି କାର୍ଯ୍ୟକର୍ମ ଙ୍କୁ ୱାର୍ଡ ବାସି ଙ୍କ ତରଫରୁ ବେଶ ସ୍ବାଗତ କରିବା ସହିତ ସମସ୍ତ କାର୍ଯ୍ୟକର୍ମ ସୁଚାରୁ ରୂପେ ସମ୍ପାଦନ ହୋଇଥିଲା

IEC 2 years
Leave A Reply