ରଣପୁର…. ନୟାଗଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ବ୍ରଜରାଜପୁର ଗ୍ରାମ ର ଏକ 14 ବର୍ଷ ର ହରିଜନ ନାବାଳିକା କୁ ଅସଦାଚରଣ ସହିତ ନିଯ୍ୟାତନା ଅଭିଯୋଗ ରେ ରଣପୁର ପୋଲିସ ସାତ ଜଣ କୁ ଗିରଫ କରି ଜେଲ କୁ ପଠେଇଥିବା ଜଣାପଡିଛି….ନାବାଳିକା ପିତା ଙ୍କ ଦୁର୍ଯ୍ୟାଧନ ନାୟକ ଙ୍କ ଲିଖିତ ଅଭିଯୋଗ ଅନୁସାରେ ତାଙ୍କର 14 ବର୍ଷ ନାବାଳିକା କନ୍ୟା ଛଦ୍ମ ନାମ (ଝୁନୀ ) ନାୟକ ଙ୍କୁ ସେହି ଗ୍ରାମ ର ତପନ ପରିଡା ଙ୍କ ବଡ ପୁଅ ବାବୁ ପରିଡା ଦୀର୍ଘ ତିନି ମାସ ଧରି ତାଙ୍କ ଝିଅ କୁ ଘରକୁ ଡାକି ନେଇ ତାହା ସହିତ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରକ୍ଷା କରି ଆସୁଥିଲେ ତେଵେ ଏନେଇ ଝୁନୀ ନିଜ ପରିବାର ଲୋକ ଙ୍କୁ ଜଣେଇଵା ପରେ ପରିବାର ପକ୍ଷ ରୁ ସେହି ଗ୍ରାମ ର ସରପଞ୍ଚ ଓ ଭଦ୍ର ଲୋକ ଙ୍କୁ ଏବିଷୟରେ ଜଣାଇଥିଲେ ବ୍ରଜରାଜପୁର ସରପଞ୍ଚ ସମସ୍ୟା ର ସମାଧାନ କରି ନପାରି ରଣପୁର ଥାନା ରେ ଲିଖିତ ଅଭିଯୋଗ କରିବା ପାଇଁ ଦୁର୍ଯ୍ୟଧନ ଙ୍କୁ କହି ଥିଲେ ତେଵେ ଦୁର୍ଯ୍ୟାଧନ ଥାନା ରେ ଅଭିଯୋଗ କରିବା ନେଇ ଅଭିଯୁକ୍ତ ମାନେ ଜାଣିବା ପରେ ସେହି ଗ୍ରାମ ର ସୋଭାଗ୍ୟ ବେହେରା (ବାବାଜୀ ) କୈଳାସ ପରିଡା. ରବି ପରିଡା, ବିନ ମତା ଓ ସିପୁ ତୋଟାଳ ପ୍ରମୁଖ ମାନେ ଆସି ଦୁର୍ଯ୍ୟଧନ ଙ୍କ ଘରେ ପଶି ତାଙ୍କ ସ୍ତ୍ରୀ ଙ୍କୁ ମାରଧର କରିବା ସହିତ ବିଭିନ୍ନ ଅଶାଳୀନ ଭାଷା ରେ ଗାଳି ଗୁଲଜ କରିବା ସହିତ ନାବାଳିକା ଝୁନୀ କୁ ଘର ସମ୍ମୁଖ ବିଦ୍ୟୁତୁ ଖୁଣ୍ଟ ରେ ବାନ୍ଧି ଶାରୀରିକ ନିର୍ଯ୍ୟାତନା ଦେବା ସହିତ ନୀଚ ଜାତି ଵା ଦଳିତ ହୋଇଥିବାରୁ କେଶ ଚପେଇ ଦେବା କୁ ଧମକ ଚମକ ଦେଇ ଆସୁଥିଲେ ତେଵେ ଏନେଇ ଦୁର୍ଯ୍ୟଧନ ଓ ତାଙ୍କ ପରିବାର ପକ୍ଷ ରୁ ରଣପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ରଣପୁର ପୋଲିସ ତତ୍ପରତା ପ୍ରକାଶ କରି. ଅଭିଯୁକ୍ତ ଦିଲୀପ ତୋଟାଳ, ରବି ପରିଡା, ରୀନା ପରିଡା ସଞ୍ଜୁ ପରିଡା ଶଶି ପରିଡା ମଞ୍ଜୁ ମତ୍ତା ଓ ଛାଇ ବେହେରା କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ତେଵେ ସେମାନଙ୍କ ଜାମୀନୀ ନାମଞ୍ଜୁର ହେବାରୁ ଜେଲହାଜତ କୁ ପଠେଇ ଦିଆଯାଇଥିବା ଜଣା ପଡିଛି
