Odisha news

ପିଲା ଚୋର ସନ୍ଦେହରେ ଅଟକ ରଖି ପୁଲିସ ଜିମା ଦେଲେ ଗ୍ରାମବାସୀ

ରଣପୁର, 7/2  : ଜଣେ ମହିଳାକୁ ପିଲା ଚୋର ସନ୍ଦେହରେ ଅଟକ ରଖି ରଣପୁର ବ୍ଲକର ବାମ୍ବଡ଼ା ଗ୍ରାମବାସୀ ପୁଲିସ ଜିମା ଦେଇଥିବା ଜଣା ପଡିଛି l ଖବର ନେବାରେ ଜଣା ଯାଏ ଯେ ଆଜି ବାମ୍ବଡ଼ା ଗ୍ରାମରେ ସନ୍ଦେହ ଜନକ ଭାବେ  ବୁଲୁ ଥିବା ଦେଖିବାକୁ ମିଳିଥିଲା l କିଛି ଗ୍ରାମବାସୀ ତାଙ୍କୁ ପଚାରିବାରୁ ସେ ହିନ୍ଦୀ ଭାଷାରେ ଉତ୍ତର ଦେଇଥିଲେ l

ତାଙ୍କ ବ୍ୟାଗଟିକୁ ଦେଖିଲା ବେଳେ ସେଥିରୁ ଛୋଟ ପିଲାଙ୍କ ଚପଲ, ଚକୋଲେଟ ମିଳିଥିଲା l ସେ ମହିଳା ଜଣଙ୍କ ଗ୍ରାମବାସୀଙ୍କୁ ଠିକ ଭାବେ କଥା କହି ନ ଥିଲେ l ସନ୍ଦେହ କରି ଗ୍ରାମବାସୀମାନେ ପୁଲିସକୁ ଖବର ଦେଇଥିଲେ l ଖବର ପାଇ ରଣପୁର ସବ-ଇନ୍ସପେକ୍ଟର ପ୍ରୀତି ପ୍ରକାଶ ମହାନ୍ତି ଘଟଣା ସ୍ଥଳରେ ପହଂଚି ମହିଳା ଜଣଙ୍କୁ ଥାନାକୁ ନେଇ ଅଟକ ରଖି ଥିଲେ l ଏ ସମ୍ପର୍କରେ  ସବ-ଇନ୍ସପେକ୍ଟର ପ୍ରୀତି ପ୍ରକାଶ ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ ମହିଳାଙ୍କର ଘର ଝାଡ଼ଖଣ୍ଡ ଓ ସେ ମାନସିକ ବିକାର ଗ୍ରସ୍ତ ବୋଲି ମତ ଦେଇଛନ୍ତି l

Comments are closed.