ରଣପୁର : ରଣପୁର ରେ ଲୋକାଲ ପଜେଟିଭ୍ କେସ ବାହାରିବା ପରେ ସାଧାରଣ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିବା ଜଣା ପଡିଛି । ରଣପୁର ଡାକ୍ତରଖାନା, କୋର୍ଟ, ତହସିଲ୍ ଓ ସବ୍ ରେଜେଷ୍ଟ୍ରି ଅଫିସ୍ କୁ ଦମକଳ ବାହିନୀ ତରଫରୁ ସାନିଟାଇଜ୍ କରାଯିବା ସହ କୋର୍ଟ, ତହସିଲ୍, ଓ ସବ୍ ରେଜେଷ୍ଟ୍ରି ଅଫିସକୁ ସଟ୍ ଡାଉନ୍ କରାଯାଇଛି ଏବଂ କରୋନା ପଜେଟିଭ୍ ବାହାରିଥିôବା ରଣପୁର କୋର୍ଟ ର ଷ୍ଟାମ୍ପ ଭେଣ୍ଡର ଓ ଡାକ୍ତରଖାନାର ଆଟେଣ୍ଡାଟ୍ ଙ୍କର କଣ୍ଟ୍ରାକ୍ଟ ଟ୍ରେସିଙ୍ଗ କରାଯାଇ ସେମାନଙ୍କ ଯୋଗା ଯୋଗ ରେ ଆସିଥିବା ଲୋକଙ୍କର ସ୍ୱାବ ନମୁନା ରଣପୁର ଡାକ୍ତରଖାନାରେ ଟେଷ୍ଟ କରାଯାଇଥିବା ଜଣା ପଡିଛି । ଯାହାକୁ ନେଇ ଲୋକଙ୍କ ମନ ଭିତରେ ଭୟର ବାତାବରଣ ଦେଖା ଦେଇଛି ।
