Odisha news

ରଣପୁର ନିର୍ବାଚନମଣ୍ଡଳୀ ସାଂସଦ ପ୍ରତିନିଧି ହେଲେ ପ୍ରିୟବ୍ରତ

0
ରଣପୁର….. ପୁରୀ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ରଣପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରିୟବ୍ରତ ପ୍ରହରାଜ (ଟୁଲୁ ଭାଇନା ) ଙ୍କୁ ସାଂସଦ ପ୍ରତିନିଧି ଭାବେ ଚୟନ କରାଯାଇଥିବା ଜଣାପଡିଛି. ଏନେଇ ପୁରୀ ସାଂସଦ ସମ୍ବିତ ପାତ୍ର ଙ୍କ ଅଫିସ ତରଫରୁ    155/ଏସ.ପି. ଓ /24 ତା 18.09.2024 ରେ ଏକ ଚିଠି  ଦ୍ୱାରା  ନୟାଗଡ ଜିଲ୍ଲାପାଳ ଙ୍କ ସମେତ ରଣପୁର ଓ ଓଡଗାଁ ବ୍ଲକ ଅଧିକାରୀ ଏବଂ ରଣପୁର ଏନ. ଏ. ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ସୂଚନା ପ୍ରଦାନ କରାଯାଇଛି ତେବେ ଏହି ପଦବୀ ହାତେଇବା ପାଇଁ ରଣପୁର ଅଞ୍ଚଳ ର ବହୁ ନେତା ଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଲାଗିରହିଥିବା ବେଳେ ପ୍ରିୟବ୍ରତ ପ୍ରହରାଜ ( ଟୁଲୁ ଭାଇନା ) ଙ୍କୁ ଚୟନ କରାଯାଇଥିବାରୁ ତାଙ୍କ ସମର୍ଥକ ଙ୍କ ମଧ୍ୟରେ ଖୁସି ର ଲହରୀ ଖେଳିଯାଇଛି. ପ୍ରିୟବ୍ରତ ନିଜ ଛାତ୍ର ଜୀବନରୁ ରାଜନୀତି ରେ ସକ୍ରିୟ ରହି ଏକାଧିକ ଥର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିବା ସହିତ ରଣପୁର ଏନ.ଏ.ଏସି ର ପୂର୍ବତନ ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇ ଥିଲେ ଏବଂ ରଣପୁର ବ୍ଲକ ଓ ଏନ. ଏ. ଏସି ଅଞ୍ଚଳ ର ତାଙ୍କର ସଂଗଠନ ଦୃଢ଼ ଥିବାରୁ ଏହି ପଦବୀ ଲୋକଙ୍କ ପାଇଁ  କାର୍ଯ୍ୟ କରିବାରେ ସହାୟକ ହେବବୋଲି ନିଜ ସମର୍ଥକ ମାନେ ମତ ଦେଇଛନ୍ତି. ତେବେ ଏନେଇ ଗୁରୁବାର ମଧ୍ୟାହ୍ନ ଏକ ଘଣ୍ଟିକା ସମୟରେ ରଣପୁର ସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ  ପ୍ରିୟବ୍ରତ ଙ୍କ ସମର୍ଥକ ଙ୍କୁ ନେଇ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ଶତାଧିକ ସମର୍ଥକ ଓ ଶୁଭେଛୁ ପ୍ରିୟବ୍ରତ ଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ
IEC 2 years
Leave A Reply