ରଣପୁର…..ଶୁକ୍ରବାର ନୟାଗଡ ଜିଲ୍ଲା ପୁରୀ ଲୋକସଭା କ୍ଷେତ୍ର ଅଧିନସ୍ଥ ରଣପୁର ପଞ୍ଚୁଦୋଳ ପଡିଆ ଠାରେ ଅନୁଷ୍ଠିତ ହୋଇଥିବା ବିଜୟ ସଂକଳ୍ପ ସମାବେଶ ରେ ଦେଶ ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଯୋଗ ଦେଇ 25ବର୍ଷ ର ବିଜେଡି ସରକାର ପରିବର୍ତନ ହେବାକୁ ଯାଉଛି କହିବା ସହିତ ସଭା ବହୁ ସଂଖ୍ୟା ରେ ଯୋଗ ଦେଇଥିବା ଜନସାଧାରଣ ଙ୍କୁ ଧନ୍ୟବାଦ ଜଣାଇ ଥିଲେ.ପରେ ଉଭୟ ବିଧାନସଭା ପ୍ରାଥୀନୀ ସୁରୁମା ପାଢ଼ୀ ଓ ଲୋକସଭା ପ୍ରାଥୀ ଡ଼ଃ ସମ୍ବିତ ପାତ୍ର ଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି..ତେବେ ଉଭୟ ସମ୍ବିତ ଓ ସୁରୁମା ପାଢ଼ୀ ଉଭୟ ଭାରତୀୟ ଜନତା ପାର୍ଟୀ ର ପୁରୁଖା ଦୃଢ଼ ଓ ଟାଣୁଆ ନେତା ହୋଇଥିବା ବେଳେ ଉଭୟ ଙ୍କୁ ଭୋଟ ଦେଇ ବିଜୟୀ କଲେ ସିଧା ସଳଖ ମୋଦି ଙ୍କ ବିକାଶ ର ପର୍ବ ରେ ରଣପୁର ସାମିଲ ହେବ ବୋଲି କହିଥିଲେ ତେବେ ଅପରାହ୍ନ 4:40ରେ ରଣପୁର ନଡ଼ିଆଭଙ୍ଗା ସ୍ଥିତ ଅସ୍ଥାୟୀ ହେଲିପ୍ୟାଡ଼ ପଡିଆ ରେ ରକ୍ଷା ମନ୍ତ୍ରୀ ଙ୍କ ହେଲିକ୍ୟାପ୍ଟର ଅବତରଣ କରି ସେଠାରୁ କଡା ସୁରକ୍ଷା ବଳୟ ଭିତରେ ସିଧା ରଣପୁର ପଞ୍ଚୁଦୋଳ ପଡିଆ ସ୍ଥିତ ସଭାସ୍ଥଳ କୁ ଆସିଥିଲେ ସଭାସ୍ଥଳ ନିକଟ ରେ ଥିବା ସହିଦ ରଘୁଦିବାକର ଙ୍କ ପ୍ରତିମୂର୍ତ୍ତୀ ରେ ମାଲ୍ୟ ଅର୍ପଣ କରି ସଭାମଞ୍ଚ କୁ ଯାଇଥିଲେ ଏହି ବିଜୟ ସଂକଳ୍ପ ସଭା କୁ ପ୍ରିୟବ୍ରତ ପ୍ରହରାଜ ପରିଚାଳନା କରିଥିବା ବେଳେ ଏଥିରେ ପୁରୀ ଲୋକସଭା ସଂସଦୀୟ ପ୍ରାଥୀ ଡ଼ଃ ସମ୍ବିତ ପାତ୍ର ଓ ବିଧାୟିକା ପ୍ରାଥୀନୀ ସୁରୁମା ପାଢ଼ୀ. ଜିଲ୍ଲା ସଭାପତି ତାପସ ମାର୍ଥା. ଗୋପାଳପୁର ଜିଲ୍ଲା ପରିଷଦ ପ୍ରାଥୀନୀ ଲଷ୍ମୀପ୍ରିୟା ତରେଇ. ରଣପୁର ବ୍ଲକ ଅଧକ୍ଷା ନିର୍ମଳା ବେହେରା. ପ୍ରମୁଖ ମଞ୍ଚାସିନ ଥିଲେ ସାଂସଦ ପ୍ରାଥୀ ନିଜ ଅଭିଭାଷଣ ରେ ମୋଦି ସରକାର ଙ୍କ ଗ୍ୟାରେଣ୍ଟି ର କଥା କହି ନିର୍ବାଚନ ରେ ଜିତିଲେ.. ପାଞ୍ଚଗୋଟି ଗ୍ୟାରେଣ୍ଟି ପୂରଣ କରିବେ ବୋଲି ଉପସ୍ଥିତ ଜନତା ଙ୍କୁ ପ୍ରତିଶୃତି ଦେଇଥିଲେ. ରଣପୁର ରୁ ବହୁ ଜନବହୁଳ ଅଞ୍ଚଳ ହୋଇଥିବା ବେଳେ ଏଠାରେ ରେଳ ଲାଇନ ର ଆବଶକ୍ୟ ରହିଛି. କହିବା ସହିତ ରାଜ ସୁନାଖଳା ଠାରୁ କାଳୁପାଡ଼ ରେଳ ସଂଯୋଗ. ଚାଷୀ ଙ୍କୁ ଭେଟବର ଡ୍ୟାମ ରୁ ଜଳ ସେଚନ ସର୍ବ ପୁରାତନ ରଣପୁର ବିସି ହାଇସ୍କୁଲ ର ଉନ୍ନତିକାରଣ ରଣପୁର ହସ୍ପିଟାଲ ର ଡାକ୍ତର ସମସ୍ୟା ସହିତ ଉନ୍ନତ ଚିକିତ୍ସା ସୁବିଧା. ସହିତ ରଣପୁର ର ଅଧିଷ୍ଠାତ୍ରୀ ଦେବି ମା ମଣିନାଗ ଓ ଆସୁରିକୁମାରୀ ଙ୍କ ଉନ୍ନତିକରଣ କରିବା ସହିତ ରଥଯାତ୍ରା ରେ ମହାପ୍ରଭୁ ଙ୍କ ନୂତନ ରଥ ନିର୍ମାଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ.. ସେହି ରାଜନାଥ ସିଂହ ନିଜ ଅଭିଭାଷଣ ଆରମ୍ଭ ରୁ ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ ଏବଂ ଉଭୟ ପ୍ରାଥୀ ବିଜୟୀ ଲାଭ କଲେ ମୁଁ ପୁନଃବାର ରଣପୁର ଆପଣକୁ ଧନ୍ୟବାଦ ଦେବାକୁ ଆସିବି ବୋଲି କହିଥିଲେ. ସୁରୁମା ପାଢ଼ୀ ନିଜପାଇଁ ଭୋଟ ଭିକ୍ଷା କରିବା ସହିତ. ସମ୍ବିତ ପାତ୍ର ଭୋଟ ଦେବା କୁ ନିବେଦନ କରି କହିଥିଲେ ଯେ ବିଜେଡି ସାଂସଦ ପ୍ରାଥୀ ନିର୍ବାଚନ ସମୟ ଆସିଲେ ହେଲିକ୍ୟାପ୍ଟର ରେ ଆସନ୍ତି ଭୋଟ ମାଗି ଚାଲିଯାନ୍ତି ପୁଣି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଦେଖା ମିଳନ୍ତି ନାହିଁ କିନ୍ତୁ ସମ୍ବିତ ଭାଇ ନିର୍ବାଚନ ହାରିଲା ପରେ ମଧ୍ୟ ଲୋକ ସହିତ ରହି ସମସ୍ୟା ବୁଝିଛନ୍ତି ପରିଶେଷ ରେ ବ୍ଲକ ଅଧକ୍ଷା ନିର୍ମଳା ବେହେରା ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ଏହି ସଭା ନୟାଗଡ ଜିଲ୍ଲା ର ବହୁ କାର୍ଯ୍ୟକର୍ତା ଯୋଗଦାନ କରିଥିଲେ
