ରଣପୁର….. ବିରାଟ ଶୋଭାଯାତ୍ରା ରେ ବାହାରି ହଜାର ହଜାର ଦଳୀୟ ସମର୍ଥକ ଗହଣ ରେ ରଣପୁର ବିଜୁଜନତା ଦଳ ର ବିଧାୟକ ପ୍ରାଥୀ ସତ୍ୟନାରାୟଣ ପ୍ରଧାନ ଗୁରୁବାର ଅପରାହ୍ନ ଏକ ଘଣ୍ଟିକା ସମୟରେ ନୟାଗଡ଼ ଜିଲ୍ଲାପାଳ ଅଫିସ ରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି..ତେବେ ଆଜି ସକାଳ ନଅ ଘଣ୍ଟିକା ସମୟରେ ରଣପୁର ବିଜୁ ଜନତା ଦଳ ର ବିଧାୟକ ପ୍ରାଥୀ ସତ୍ୟନାରାୟଣ ପ୍ରଧାନ ପ୍ରଥମେ ରଣପୁର ମା ମଣିନାଗ ପୀଠ ରେ ପହଞ୍ଚି ମାଙ୍କ ଆଶ୍ରିବାଦ ଲାଭ କରି ନାମାଙ୍କନ ପତ୍ର ଦାଖଲ କରିବାକୁ ବିରାଟ ଶୋଭାଯାତ୍ରା ରେ ନୟାଗଡ ଅଭିମୁଖେ ବାହାରି ଥିଲେ ପରେ ରଣପୁର ରୁ ଗୋଡିପଡା ରାସ୍ତା ଦେଇ ଶରଣକୁଳ ଠାରେ ପହଞ୍ଚି ଶରଣକୁଳ ସ୍ଥିତ ଲଡ଼ୁବାବା ମନ୍ଦିର ରେ ପହଞ୍ଚି ସେଠାରେ ପୂଜା ଅର୍ଜନା ସାରି ନୟାଗଡ ଡିଗ୍ରୀକଲେଜ ଠାରୁ ହଜାର ହଜାର ସମର୍ଥକ ଙ୍କ ସହିତ ପଦଯାତ୍ରା କରି ଜିଲ୍ଲାପାଳ ଅଫିସ ରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିଲେ ଏହି ଅବସରରେ ବିଧାୟକ ଙ୍କ ସହିତ ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ. ରଣପୁର ନିର୍ବାଚନ ମଣ୍ଡଳୀ ର ସମସ୍ତ ବିଜୁ ଜନତା ର ନିର୍ବାଚିତ ଜିଲ୍ଲାପରିଷଦ ସମିତି ସଭ୍ୟ ସରପଞ୍ଚ ଏନ. ଏସି ଅଧକ୍ଷା ରଙ୍ଗୀନ ମହାନ୍ତି ଙ୍କ ସମେତ ରଣପୁର ବିଜୁଜନତା ଦଳ ର ସମସ୍ତ କାର୍ଯ୍ୟକର୍ତା ଙ୍କ ସମେତ ପ୍ରାୟ ପାଞ୍ଚ ହଜାର ରୁ ଉର୍ଦ୍ଧ କର୍ମୀ ଯୋଗଦାନ କରିଥିଲେ
