ରଣପୁର…… ରଣପୁର ଏନ. ଏସି ସ୍ଥିତ ପଞ୍ଚୁଦୋଳ ପଡିଆ ଠାରେ ଗତ ରବିବାର ସଂନ୍ଧ୍ୟା ରେ ଅନୁଷ୍ଠିତ ହୋଇଥିବା ଏକ ଦିନିକିଆ ଦିବାରାତ୍ରି ଗ୍ରାଉଣ୍ଡ କ୍ରିକେଟ ଟ୍ରୁନାମେଣ୍ଟ ରେ ରଣପୁର ଏନ. ଏସି ର ସାନଗଡ଼ କୁ ହରାଇ ଖୋର୍ଦ୍ଧା ଭୂଷଣ୍ଡପୁର ଦଳ ଚାମ୍ପିୟାନ ହୋଇଥିବା ଜଣାପଡିଛି… ମାଷ୍ଟର କ୍ରିକେଟ ଜିବି ଟିମ ଦ୍ୱାରା ଆୟୋଜିତ ଏହି ଦିବା ରାତ୍ରି କ୍ରିକେଟ ଟ୍ରୁନାମେଣ୍ଟ ରେ ଆଠ ଟି ଦଳ ଯଥା ରଣପୁର ମା ମଣିନାଗ କ୍ରିକେଟ ଟିମ.କଲରାଝର ଟିମ. ଷ୍ଟାର ଏକାଦଶ. ସାନାଗଡ଼ ଟିମ. କାଣ୍ଡରସିଂ ଟିମ. ମାଷ୍ଟର କ୍ରିକେଟ ଜୀବି ଟିମ. କୃଷ୍ଣଚନ୍ଦ୍ର ପୁର ଟିମ. ଭୂଷଣ୍ଡପୁର ଟିମ ପ୍ରଭୁତି ଅଠଟି ଟିମ ଅଂଶ ଗ୍ରହଣ କରିଥିଲେ. ପ୍ରତେକ ମ୍ୟାଚ ଛଅ ଓଭର ବିଶିଷ୍ଟ ହୋଇଥିବା ବେଳେ ପ୍ରଥମେ ପ୍ରତେକ ଟିମ ପରସ୍ପର ମଧ୍ୟରେ ଚାରାଟି ଲିଗ ମ୍ୟାଚ ଖେଳିଥିଲେ ସେଥି ମଧ୍ୟରୁ ଚାରାଟି ବିଜେତା ଟିମ କୁ ନେଇ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ପ୍ରଥମ ସେମି ଫାଇନାଲ ସାନଗଡ ସହିତ ମା ମଣିନାଗ କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସାନାଗଡ଼ ଦଳ ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଥିଲା ପରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଟି ଷ୍ଟାର ଏକାଦଶ ସହିତ ଭୂଷଣ୍ଡପୁର ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଭୂଷଣ୍ଡପୁର ଦଳ ବିଜୟ ଲାଭ କରିଥିଲା ପରେ ଉଭୟ ସେମି ଫାଇନାଲ ବିଜୟୀ ଟିମ କୁ ନେଇ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମେ ବ୍ୟାଟିଙ୍ଗ କରି ସାନଗଡ଼ ଟିମ ଛଅ ଓଭର ରେ 42ରନ କରିଥିବା ବେଳେ ଭୁଷଣ୍ଡପୁର ଦଳ ଏହି ରନ କୁ ପିଛା କରି ମାତ୍ର ତିନ ଓଭର ରେ ଏକ ୱକେଟ ହରାଇ ଜିତି ନେଇଥିଲା ଯାହାଫଳରେ ଭୂଷଣ୍ଡପୁର ଦଳ ଚମ୍ପିୟାନ ହୋଇ ଟ୍ରଫି ହାତେଇବା ସହିତ ପାଞ୍ଚ ହଜାର ଟଙ୍କା ର ପୁରଷ୍କାର ରାଶି ପାଇଥିଲା ରନସଅପ ଦଳ ଭାବେ ସାନଗଡ଼ ଟିମ କୁ ଟ୍ରଫି ସହିତ ତିନି ହଜାର ଟଙ୍କା ର ଅର୍ଥ ରାଶି ପ୍ରଦାନ କରାଯାଇଥିଲା ତେବେ ଏହି ମ୍ୟାଚ କୁ ସାନ୍ଧ୍ୟ ଛଅ ଘଂଟିକା ସମୟରେ ବିଧାୟକ ସତ୍ୟନାରାୟଣ ପ୍ରଧାନ ଦ୍ୱାରା ଉଦଘାଟନ କରାଯାଇଥିବା ବେଳେ ସନ୍ନମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ ସମାଜ ସେବୀ ତ୍ରିନାଥ ବିଶ୍ୱାଳ ନଗର ସଭାପତି ଲିଙ୍ଗରାଜ ନାୟକ. ଜିବି ଟିମ ସଭାପତି ପ୍ରଭାତ କୁମାର ଦଳେଇ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ. ଏହି ସମସ୍ତ ମ୍ୟାଚ ର ଅମ୍ପିଆର ଭାବେ ଶକ୍ତି ପ୍ରସାଦ ରାୟ ଓ ଲଳୀତ ମୋହନ ପ୍ରହରାଜ ସମସ୍ତ ଦାଇତ୍ୱ ତୁଲାଇ ଥିଲେ. ତେବେ ଫିଲଡ ର ସାଜଶଯ୍ୟା ଓ ଚିୟର୍ସଗାର୍ଲ ଙ୍କ ଆକର୍ଷଣୟ ନୃତ୍ୟା ଉପସ୍ଥିତ ଦର୍ଶକ ଙ୍କୁ ବେଶ ମନୋରଞ୍ଜନ ଦେଇଥିବା ବେଳେ ବିଳମ୍ବିତ ଶୀତ ରାତ୍ରି ପ୍ରଯ୍ୟନ୍ତ ହଜାର ହଜାର ଦର୍ଶକ ଉପସ୍ଥିତ ରହି ସମସ୍ତ ସଂଘର୍ଷ ପୂର୍ଣ୍ଣ ମ୍ୟାଚ କୁ ଉପଭୋଗ କରିଥିଲେ. ଏହି ଟ୍ରୁନାମେଣ୍ଟ ସମସ୍ତ ପରିଚାଳନା କୃଷ୍ଣ ଚନ୍ଦ୍ର ଦାଶ କରିଥିବା ବେଳେ ଜୀବି ଟିମ ର ସମସ୍ତ ସଦସ୍ୟ ମାନେ ସାହାଯ୍ୟ ସହଯୋଗ କରିଥିଲେ