ରଣପୁର : ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପରିଷର ରୁ ରୋଗୀମାନଙ୍କ ୱାର୍ଡରୁ ରାତି ଅଧରେ ରୋଗୀମାନେ ଶୋଇଥିଲା ବେଳେ ସେମାନଙ୍କ ବ୍ୟବହୃତ ସାମଗ୍ରୀ ଯଥା ମୋବାଇଲ୍, ଟର୍ଚ୍ଚ ଲାଇଟ୍ ଚୋରି ହେଉଥିବା ନେଇ ଆଗରୁ ଅନେକ ଅଭିଯୋଗ ହୋଇଥିବା ଯୋଗୁଁ ତାହାକୁ ରୋକିବା ପାଇଁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସିକୁ୍ୟରିଟିଗାର୍ଡ ନିଯୁକ୍ତି ହୋଇଛନ୍ତି । କିନ୍ତୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପରିଷର ଅନୁସାରେ ମାତ୍ର କମ୍ ସଂଖ୍ୟକ ସିକୁ୍ୟରିଟି ଥିବାରୁ ଏହାକୁ ରୋକିବା ସମ୍ଭବ ହେଉନଥିବା ଦେଖିବାକୁ ମିଳିଛି ।
ଗତ ବୁଧବାର ରାତ୍ରିରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ଶୋଇଗଲା ପରେ କିଛି ଅସାମାଜିକ ଯୁବକ ସେମାନଙ୍କର ୩ଗୋଟି ମୋବାଇଲ୍ ଓ ୧୭ଶହ ଟଙ୍କା ଚୋରି କରିଥିବା ଜଣା ପଡିଛି ଏବଂ ଚୋରି ଘଟଣାକୁ ଲୁଚାଇବା ପାଇଁ ସେହି ୱାର୍ଡ ବାରଣ୍ଡାରେ ଥିବା ସି.ସି କ୍ୟାମେରାକୁ ମଧ୍ୟ ଚୋର ଚୋରି କରି ନେଇ ଚାଲିଯାଇଛି । ସିକ୍ୟୁରିଟ୍ ଗାର୍ଡଠାରୁ ଖବର ପାଇ ଡାକ୍ତର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ୍ ତଦନ୍ତ ଜାରି ରଖିଛି ।
ଏ ସମ୍ପର୍କେ କାର୍ଯ୍ୟରତ ଥିବା ସିକୁ୍ୟରିଟ୍ ଗାର୍ଡ ଭାଗିରଥି ନାୟକଙ୍କୁ ପଚାରିବାରେ କୁହନ୍ତି ଯେ ରାତି ଗୋଟାଏ ୩୦ ମିନିଟ୍ ସମୟରେ ମୁଁ ଆକ୍ୱାଗାର୍ଡକୁ ପାଣିପିଇବା ପାଇଁ ଯାଇଥିଲି । ସେହି ସମୟରେ ଚୋରି ହୋଇଛି । ଏ ସମ୍ପର୍କେ ରଣପୁର ଥାନା ଇନିସ୍ପେକ୍ଟର ରଶ୍ମିରଂଜନ ଦାଶଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଯେ ସି.ସି କ୍ୟାମେରା ଫୁଟେଜ୍ ରେ କୌଣସି ସୁରାଗ ମିଳୁନାହିଁ ତଥାପି ତଦନ୍ତ ଚାଲିଛି ।