Odisha news

ଦାଯୁତ୍ୱ ରେ ଥିବା ସବରେଜିଷ୍ଟର ଅନୁପସ୍ଥିତ ନେଇ ଓକିଲ ଓ ମୋହର ସଙ୍ଘର ଅଫିସ ସମ୍ମୁଖ ରେ ବିକ୍ଷୋଭ ସ୍ଥାୟୀ ସବରେଜିଷ୍ଟର ନିଯୁକ୍ତି ଦାବୀ

0

ରଣପୁର… ନୟାଗଡ ଜିଲ୍ଲା ରଣପୁର ସବରେଜିଷ୍ଟର ଅଫିସ ସମ୍ମୁଖ ରେ ରଣପୁର ଓକିଲ ଓ ମୋହରି ସଙ୍ଘ ତରଫରୁ କିଛି ସମୟ ଧାରଣା ଦେବ ସହିତ ବିକ୍ଷୋଭ ପ୍ରଦଶନ କରାଯାଇଥିଲା ଦୀର୍ଘ ଦିନ ସ୍ଥାୟୀ ସବରେଜିଷ୍ଟର ନଥିବା ସହ ତୁରନ୍ତ ନିଯୁକ୍ତି ଦାବୀ ଏବଂ ଦାୟତ୍ୱ ରେ ଥିବା ସବରେଜିଷ୍ଟର ଅନୁପସ୍ଥିତ ନେଇ ଧାରଣା ଓ ବିକ୍ଷୋଭ କରାଯାଇଥିଲା ପରେ ରଣପୁର ତହସିଲ ଦାର ଘଟଣାସ୍ଥଳ ରେ ପହଞ୍ଚି ବୁଝାସୁଝା କରିବା ପରେ ଧାରଣା ପ୍ରତିହୁତ ହୋଇଥିଲା…. ସୂଚନା ଅନୁସାରେ ରାଜ୍ୟସରକାର ଙ୍କ 5ଟି ନିୟମ ଅନୁସାରେ ସାଧାରଣଲୋକ ରେଜେଷ୍ଟି କରିବା ପାଇଁ ଆଗୁଆ ସ୍ଲଟ ବୁକିଙ୍ଗ କରାଯାଇ ରେଜେଷ୍ଟି ପାଇଁ ସମୟ ଓ ଦିନ ଧାର୍ଯ୍ୟ କରାଯାଇଥାଏ ଉକ୍ତ ସମୟ  ଓ ଦିନ ରେ ସେହି ବ୍ୟକ୍ତି ଙ୍କ  ଜମି ଜମା ଓ ବାସଗୃହ ଇତ୍ୟାଦି ରେଜେଷ୍ଟି କରାଯାଇଥାଏ କିନ୍ତୁ ରଣପୁର ସବ ରେଜେଷ୍ଟି ଅଫିସ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ସ୍ଲଟ ବୁକିଙ୍ଗ କରି ସମୟ ଓ ଦିନ ଧାର୍ଯ୍ୟ ସମୟ ରେ ରେଜେଷ୍ଟି ହୋଇନପାରି ସାଧାରଣ ଲୋକ ମାନେ ନାହିଁ ନଥିବା ହଇରାଣ ର ଶିକାର ହେଉଥିବା ଜଣାପଡିଛି ଏହାର ମୁଖ୍ୟକାରଣ ଏଠାରେ ଦୀର୍ଘ ଦିନ ଧରି ସ୍ଥାୟୀ ସବରେଜିଷ୍ଟର ପଦବୀ ଖାଲି ପଡିବା ସହ ଦାଇତ୍ୱ ରେ ସବରେଜିଷ୍ଟର ଅନୁପସ୍ଥିତ ରହୁଛନ୍ତି ଯାହାକୁ ନେଇ ମଙ୍ଗଳବାର ଅପରାହ୍ନ ତିନିଘଂଟିକା ସମୟରେ ରେଜେଷ୍ଟି ପାଇଁ ଅପେକ୍ଷା କରିଥିବା ବହୁଜନସାଧାରଣ ଓ ରଣପୁର ଓକିଲ ଏବଂ ମୋହରି ମାନେ ଅଫିସ ସମ୍ମୁଖ ରେ ଧାରଣା ବସିବା ସହିତ ବିକ୍ଷୋଭ ପଦର୍ଶନ କରିଥିଲେ ପରେ ଖବର ପାଇ ରଣପୁର ତହସିଲଦାର ଇଶପିତ ସାହୁ ଘଟଣା ସ୍ଥଳ ରେ ପହଞ୍ଚି ଧାରଣା ବସିଥିବା ଓକିଲ ଓ ମୋହରି ଙ୍କୁ ବୁଝାସୁଝା କରିବା ସହିତ ସ୍ଥାୟୀ ସବରେଜିଷ୍ଟର ନିଯୁକ୍ତି ପାଇଁ ସରକାର ଜଣାଇବା ପାଇଁ ପ୍ରତିଶୃତି ଦେବା ପରେ ଧାରଣା ପ୍ରତିହୁର୍ତ ହୋଇଥିଲା

Nalco
Leave A Reply