Odisha news

ପଂଚାୟତ କାନ୍ଥ ରେ ଲାଗିଲା ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା,ଯୋଜନାକୁ ଲକ୍ଷ୍ୟକରି ନେତା ଓ ଦଲାର ସକ୍ରିୟ

0
ରଣପୁର —16/1/କେନ୍ଦ୍ର ଓ ରାଜ୍ୟ ସରକାର କଚ୍ଚା ଘରକୁ ପକ୍କା ଘର କରିବା ପ୍ରତେକ ଗରିବ ପରିବାର ପାଇଁ ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର ଓ ମୋ କୁଡ଼ିଆ ଆଦି ମାଳ ମାଳ ଆବାସ ଯୋଜନା ଦୀର୍ଘ ବର୍ଷ ଧରି କରିଆସୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ କିମ୍ଵା ନିର୍ବାଚିତ ଲୋକପ୍ରତିନିଧି ମାନଙ୍କ ବେପାରୁଆ ମନୋଭାବ ଓ ଲାଭଖୋର ମନବୃତ୍ତି ପାଇଁ ଏହି ସବୁ ମହତ ଯୋଜନାର ସୁଫଳ ଗରିବ ବାସହୀନ ଙ୍କ ନିକଟରେ ପହଞ୍ଚି ପାରୁନଥିବା ପାରିଲିଖିତ ହୋଇଛି l
 ଚଳିତବର୍ଷ ଆବାସ ଯୋଜନାରେ ମଧ୍ୟ୍ୟ ସରକାର ଚାଳଘରେ ରହୁଥିବା ପ୍ରତି ଗରିବ ପରିବାରକୁ ପକ୍କାଘର ଯୋଗାଇ ଦେବାପାଇଁ ସରକାର ନିଷ୍ପତି ନେଇଛନ୍ତି l ଆସିଥିବା ଏହି ଯୋଜନାକୁ ଆଖିଆଗରେ ରଖି କିଛି କୁଜିନେତା ଓ ନିର୍ବାଚିତ ପ୍ରତିନିଧି ମାନେ ଏହାକୁ ଅନିୟମିତତା କରିବାପାଇଁ ସଜବାଜ ହେଲେଣି l ଏପରି କି ପକ୍କାଘରେ ରହୁଥିବା ଧାନୀ ଶ୍ରେଣୀର ଲୋକେ ଏମାନଙ୍କୁ ହାତେଇ ଚାଲିଛନ୍ତି l ଫଳରେ  ପ୍ରକୃତ ହିତାଧିକାରୀ ସରକାରଙ୍କର ଏହି ଲୋକାଭିମୁଖି ଯୋଜନାରୁ ବଞ୍ଚିତ ହେବା ଶୁଣିବାକୁ ମିଳିଛି l ଚଳିତ ବର୍ଷ ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକର ପ୍ରାୟ 3800 ରୁ ଉର୍ଦ୍ଧ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲୀ କରି ପକ୍କା ଘର ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି l ଏହି ଖବର ବ୍ଲକରେ ପ୍ରଚାର ହେବାପରେ ପ୍ରତି ପଂଚାୟତରେ କିଛି କୁଜି ନେତା ଵା ନିର୍ବାଚିତ ଜନପ୍ରତିନିଧି ମାନେ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ କିଛି ହାତଗୁଞ୍ଜା ନେଇ ଆବାସ ଯୋଜନାରେ ଚଞ୍ଚକତା କରିବା ପାଇଁ ସକ୍ରିୟ ହୋଇଥିବାର ଦେଖିବାକୁ ମିଳିଛି l
ଯାହାକୁ ନେଇ ଯୋଗ୍ୟ ହିତାଧିକାରୀ ଅନିଶ୍ଚତତା ଘେରରେ ଥିବାବେଳେ ଯଦି କୌଣସି ଅଯୋଗ୍ୟ ହିତାଧିକାରୀ ଏହି ଆବାସ  ଯୋଜନାରେ ସାମିଲ ହୁଅନ୍ତି,ତେବେ ଯେ କୌଣସି ଜନ ସାଧାରଣ ରାଜ୍ୟ ସରକାରଙ୍କ ଦ୍ଵାରା ଅନୁମୋଦିତ ଅଭିଯୋଗ ଫର୍ମରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ବ୍ଲକ କିମ୍ବା ପଞ୍ଚାୟତ ରେ ଅଭିଯୋଗ କଲେ ଏହାର ନିରପକ୍ଷ ଦତନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିଵା ସହ ଅଭିଯୋଗକାରିଙ୍କ ନାମ ଗୋପନ ରଖାଯିବ ବୋଲି ରଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋତି ପ୍ରକାଶ ସେଠି ଗଣମାଧ୍ୟମକୁ ସୂଚନା
Nalco
Leave A Reply