Odisha news

ସ୍ବାସ୍ଥ୍ୟକର୍ମୀ ଓ ସ୍ବାସ୍ଥ୍ୟପରିଦର୍ଶକ ମହାସଂଘ ତରଫରୁ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ

0

ରଣପୁର… ନୟାଗଡ ଜିଲ୍ଲା ରଣପୁର ବ୍ଲକ ସ୍ବାସ୍ଥ୍ୟକର୍ମୀ ଓ ସ୍ବାସ୍ଥ୍ୟପରିଦର୍ଶକ ମହାସଂଘ ତରଫରୁ ରଣପୁର ବ୍ଲକ ଚିକିତ୍ସା ଅଧିକାରୀ ଶ୍ରୀ ବୈଦନାଥ ନନ୍ଦ ଙ୍କ ଜରିଆ ରେ ରାଜ୍ୟ ସରକାର ଙ୍କୁ 5 ଦଫା ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି…. ମହାସଂଘ ପକ୍ଷରୁ ପ୍ରମୁଖ  ଦାବି ଗୁଡିକ ହେଲା କ୍ୟାଡର ପୁନ୍ନଗଠନ ପ୍ରତେକ ସରକାରୀ କର୍ମଚାରୀ ନିଜ ଚାକିର କଳା ରେ 4ରୁ 8 ଟି  ପ୍ରମୋସନ  ପାଇଥିବା ବେଳେ ସ୍ବାସ୍ଥ୍ୟ କର୍ମୀ ମାନେ ମାତ୍ର ଗୋଟିଏ ପ୍ରମୋସନ ପାଇଛନ୍ତି ଏବଂ ବିନା ପ୍ରମୋସନ ଅବସର ନେଉଛନ୍ତି ତେଣୁ ଏହା ଦିଗ ପଦକ୍ଷପ ଗ୍ରହଣ କରିବା ସହିତ ଦାବି ଗୁଡିକ ପୂରଣ କରିବା ଯଦି ରାଜ୍ୟ ସରକାର ଏ ଦିଗ ରେ କିଛି ପଦକ୍ଷପ ଗ୍ରହଣ ନକରନ୍ତି ଆଗାମୀ ଦିନରେ  ସ୍ୱାସ୍ଥ୍ୟକର୍ମୀ ମାନେ ଆସନ୍ତା 7 ରୁ କଳାବ୍ୟାଚ ପିନ୍ଧି ନିରବପ୍ରତିବାଦ କରିବେ ଏବଂ ଏକ ସପ୍ତାହ ପରେ 14ତାରିଖ ରୁ ଅସହଯୋଗ ଆନ୍ଦୋଳନ କରିବା ସହ ଦାବି ପୂରଣ ନହେଲେ 21 ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ମହାସଂଘ ତରଫରୁ ଚେତାବନୀ ଦେଇଥିବା ଜଣାପଡିଛି

Leave A Reply