ରଙ୍ଗେଈଲୁଣ୍ଡା!!!!ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରାପଲ୍ଲୀ ଠାରେ ଆଜି ଚଳିତ ପଞ୍ଚାୟତ ନିର୍ବାଚନ କୁ ନେଇ ନିଖିଳ ବୁଣାକାର ପଦ୍ମ ସାଲିଆ ସମାଜ ର ଏକ ଜରୁରୀ ବୈଠକ ଗଞ୍ଜାମ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ରାମହରି ପାତ୍ର ଓ ଯୁବ ବିଜେଡି ନେତା ଶିବ ପାତ୍ର ଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ହୋଇ ଯାଇଛି!ନିର୍ବାଚନ ମଣ୍ଡଳୀ ର ସମସ୍ତ ପଦ୍ମ ସାଲିଆ ସମାଜ ଆଜି କରାପଲ୍ଲୀ ଠାରେ ଏକତ୍ରିତ ହୋଇ ନବୀନ ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ବିଷୟରେ ଆଲୋଚନା କରି ଦୃଢ ସଂକଳ୍ପ ନେବା ସହ ଆସନ୍ତା ମଇ ତେର ତାରିଖ ରେ ହେବାକୁ ଥିବା ସାଧାରଣ ନିର୍ବାଚନ ରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଶ୍ରୀ ବିକ୍ରମ କୁମାର ପଣ୍ଡା ଏବଂ ସାଂସଦ ପ୍ରାର୍ଥୀ ଭୁର୍ଗୁ ବକ୍ସି ପାତ୍ର ଙ୍କୁ ଯୋଡି ଶଙ୍ଖ ରେ ଭୋଟ ଦେବା ପାଇଁ ସଂକଳ୍ପ ନେଇଥିଲେ!ଉକ୍ତ ସଭା ରେ ସହ ସହ ସାଲିଆ ସମାଜ ର ପୁରୁଷ ଏବଂ ମହିଳା ମା ମାନେ ଏକତ୍ରିତ ହୋଇ ଥିଲେ!ଆଜିର ଉକ୍ତ ସଭାରେ କରାପଲ୍ଲୀ ସରପଞ୍ଚ ଧର୍ମା ରେଡି ଙ୍କ ସମେତ ଓଡିଶା ରାଜ୍ୟ ର ଡାଇରେକ୍ଟର ତଥା ସାଲିଆ ସମାଜ ର ସମ୍ପାଦକ ଶ୍ରୀ ଲିଙ୍ଗରାଜ ପାତ୍ର, ସଭାପତି ଦୀନବନ୍ଧୁ ପାତ୍ର, ଉପଦେଷ୍ଟା ପୂର୍ଣଚନ୍ଦ୍ର ପାତ୍ର, ଉପସଭାପତି ସୋମନାଥ ପାତ୍ର,କୋଷାଧକ୍ଷ ପ୍ରଭାକର ପାତ୍ର, ବେହେରା ବି. ନରସିଂହ ପାତ୍ର, ଦଳବେହେରା ସନ୍ତୋଷ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ!
