ରାମଗିରି 15/02 ଓଡିଶା ପ୍ରଦେଶ କଂଗ୍ରେସ କମିଟି ନିର୍ଦ୍ଧେଶ କ୍ରମେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦ କରି ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକ ଅଧିନସ୍ତ ରାମଗିରି ଠାରେ ଆର. ଉଦୟଗିରି ବ୍ଲକ କଂଗ୍ରେସ ତରଫରୁ ତଵାରସିଂ ସମିତି ସଭ୍ୟ ଶ୍ରୀ ଗୋପାଳ କୃଷ୍ଣ ଦଳାଇଙ୍କ ନେତୃତ୍ୱରେ ସକାଳ 7 ଘଂଟିକା ଠାରୁ ମଧ୍ୟାହ୍ନ 1 ଘଂଟିକା ପର୍ଯ୍ୟନ୍ତ ରାମଗିରି ହାଟପଦା ଛକର ସମସ୍ତ ରାସ୍ତା ବନ୍ଦ କରାଯାଇଥିଲା l ଆଗରୁ ଅବଗତ ଥିବା ବହୁଲୋକ ଯାତାୟାତ କରୁନଥିବା ବେଳେ ଯେଉଁଲୋକମନେ ଜାଣିନଥିଲେ ଓ ଦୂରଦୂରାନ୍ତରୁ ଆସି ସେମାନେ ଅଟକି ଯାଇଥିଲେ l ବନ୍ଦ ପାଳନବେଳେ ରୋଗୀ ଓ ମେଡିକାଲ କୁ ଆସୁଥିବା ଗାଡି ଗୁଡିକୁ ଛାଡ଼ କରାରାଜଇ ସନ୍ତିଶୃଙ୍ଖଳା ସହିତ ବନ୍ଦ ପାନଳ କରାଯାଇଥିଲା l ଏହି ବନ୍ଦ ପାଳନରେ ଆର. ଉଦୟଗିରି ବ୍ଲକ କଂଗ୍ରେସ କର୍ମକର୍ତା ତଥା କର୍ମୀ ପ୍ରତ୍ୟୁଷ କୁମାର ମାଳି, ମସିୟା ମାଳି,ସୁରେଶ କୁମାର ବଡମୁଣ୍ଡି, ନାରାୟଣ ପ୍ରଧାନ, ପ୍ରଦୀପ କୁମାର କରାଡ଼,ବୁଡ଼ ଗୌଡ଼, କମଳ ଲଚନ ରାଇତ,ପ୍ରଦୀପ ରାଇତ, ଲାବଣ୍ୟ ମାଳି ଓ କଂଗ୍ରେସ ସାମର୍ଥକ ଅଂଶ ଗ୍ରହଣ କରି ବନ୍ଦ ପାଳନରେ ସହଯୋଗ କରିଥିଲେ l
Comments are closed.