Odisha news

ରମ୍ଭାରେ ରେଳଦୁର୍ଘଟଣାରେ ମୃତକଙ୍କ ନିମନ୍ତେ ନୀରବ କ୍ୟାଣ୍ଡଲ ଶୋଭାଯାତ୍ରା

0
ରମ୍ଭା /ତା:୯.୬.୨୦୨୩  ।ରମ୍ଭା ଗାୟତ୍ରୀ ଶକ୍ତିପୀଠର ଆହ୍ଵାନ କ୍ରମେ ରମ୍ଭା ଅଞ୍ଚଳର ସମସ୍ତ ସାମାଜିକ କର୍ମୀ, ଯୁବକ, ସ୍ବେଚ୍ଛାସେବୀ,ନାଗରିକ, ବୁଦ୍ଧିଜୀବୀ,ବିଭିନ୍ନ କ୍ଳବ୍, ସାହିତ୍ୟ, ସାମାଜିକ, ସାଂସ୍କୃତିକ, ଶ୍ରମିକ ସଂଗଠନ, , ସରକାରୀ, ବେସରକାରୀ, ଅବସର ପ୍ରାପ୍ତ ଅନୁଷ୍ଠାନର କର୍ମଚାରୀ , ଜ୍ଞାନୀ ଗୁଣୀ, ଶିକ୍ଷକ, ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଭାଇମାନେ ଏକତ୍ରିତ ହୋଇ ସ୍ଥାନୀୟ ବାବା ଆଖଣ୍ଡଳମଣି ମନ୍ଦିର ଠାରୁ  ଏକ ନୀରବ କ୍ୟାଣ୍ଡଲ ଶୋଭା ଯାତ୍ରାରେ ବାହାରି ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ପହଂଚି ଥିଲେ। ବାଲେଶ୍ଵରର ବାହାନଗା ରେଳଷ୍ଟେସନରେ ଘଟିଥିବା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ଆତ୍ମାର ସଦଗତି ନିମନ୍ତେ ଏହି ଶୋଭାଯାତ୍ରାରେ ପ୍ରାୟ ଶତାଧିକ  ବ୍ୟକ୍ତିମାନେ ରମ୍ଭା ସହର ମୁଖ୍ୟ ରାସ୍ତାରେ ମହମବତୀ ହାତରେ ଧରି ନୀରବରେ ପ୍ରାୟ ଦୁଇ କିମି ରାସ୍ତା ଅତିକ୍ରମ କରି ଶେଷରେ ଜଗନ୍ନାଥ ମନ୍ଦିରରେ ପହଞ୍ଚିବା ପରେ  ଶ୍ରଦ୍ଧାଞ୍ଜଳି ସ୍ୱରୂପ ଦୁଇ ମିନିଟ ନୀରବ ପ୍ରାର୍ଥନା ଏବଂ ଶାନ୍ତି ପାଠ କରାଯାଇଥିଲା ।ଏଥିରେ ସେବକ ସଂଗଠନ ରମ୍ଭାର ହରେକୃଷ୍ଣ ମଲିକ, ଗୋବିନ୍ଦ ବେହେରା, ଗୋପୀନାଥ ବେହେରା,ଚିନ୍ତାମଣି ବେହେରା, ଚିତ୍ରସେନ ଦାସ, ମହାଦେବ ମଲିକ, ଗୌରାଙ୍ଗପାଟଣା ଆଞ୍ଚଳିକ ସେବକ ସଂଘର କୃଷ୍ଣଚନ୍ଦ୍ର ବେହେରା,ଅଭିରାମ ବେହେରା,ସମୀର କୁମାର ଅଧିକାରୀ, ନିରଞ୍ଜନ ବେହେର, ଧରଣୀଧର ବେହେରା, ସାହିତ୍ୟଘର ରମ୍ଭାର ଜୟକୃଷ ତ୍ରିପାଠୀ,ଶେଷଦେବ ବେହେରା,ମତ୍ସ୍ୟଜୀବୀ ସଂଘର ଭୀମସେନ ବେହେରା, ପତଞ୍ଜଳି ଯୋଗ କେନ୍ଦ୍ର ରମ୍ଭାର ମହେଶ୍ୱର ବେହେରା,ଗାୟତ୍ରୀ ପରିବାରର ଉମାକାନ୍ତ ସାହୁ,ପଞ୍ଚାନନ ଖଟୁଆ,ଲମ୍ବୋଦର ମହାନ୍ତି, ଲିଙ୍ଗରାଜ ପାତ୍ର,ଗଣପତି ଆଟିଆଇର ମୋଚିରାମ ବେହେରା, ସ୍ବେଚ୍ଛାସେବୀ ତପନ ସାମନ୍ତ,ଶିକ୍ଷକ ତୁଷାର କାନ୍ତ ବେହେରା, ଅନାଥ ବେହେରା,ରଙ୍କନିଧି ନାହାକ,ପୂର୍ଣ୍ଣଚନ୍ଦ୍ର ବେହେରା, ସଚ୍ଚିଦାନନ୍ଦ ବେହେରା, କୁମୁଦ ରଞ୍ଜନ ପ୍ରଧାନ, ସୁବାସ ଚନ୍ଦ୍ର ପତି ଗଣମାଧ୍ୟମ ପ୍ରତିନିଧି ବନବାସୀ ସେଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Leave A Reply