Odisha news

ରମ୍ଭାରେ ବର୍ଜ୍ୟବସ୍ତୁରେ କ୍ରାଫ୍ଟ ମେଳା

0

ରମ୍ଭା ତା -16/10/2022 ସ୍ଥାନୀୟ କଲ୍ୟାଣୀ ମଣ୍ଡପ ପରିସରରେ ବିଜ୍ଞାପିତ ଅଞ୍ଚଳ ପରିସରଭୁକ୍ତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଏନ ଏ ସି ପକ୍ଷରୁ ସ୍ଵଛ ସର୍ବକ୍ଷଣ -2023 ବର୍ଜ୍ୟ ବସ୍ତୁରେ ଏକ କ୍ରାଫ୍ଟ ମେଳା ଅନୁଷ୍ଠିତ ହୋଇଥିଲା l ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଭିନ୍ନ ଭିନ୍ନ ଛାତ୍ର ଛାତ୍ରୀ ପ୍ରତିଯୋଗିତା ମୂଳକ ପ୍ରଦର୍ଶନୀରେ ସାମିଲ ହୋଇ ବିଭିନ୍ନ ସରଞ୍ଜାମ ପ୍ରସ୍ତୁତି କରି ନିଜ ନିଜର ପତିଆରା ଦେଖାଇଥିଲେ l କାର୍ଯ୍ୟକ୍ରମ ଶେଷରେ ଏକ ସଭା ଆୟୋଜନ କରାଯାଇ ନବାଗତା ଅଧକ୍ଷା ଶ୍ରୀମତୀ ମାନସୀ ସ୍ୱାଇଁ, ସିଟି ମେନେଜମେଣ୍ଟ ବିକ୍ରମ କେଶରୀ ସାମଲ, ଉପାଧ୍ୟକ୍ଷ କାଳିଆ ତରେଇ, ଜେ ଇ ପ୍ରମୋଦିନୀ ମହାରଣା, ସର୍ବନାମ ଦାଶ ନିରୀକ୍ଷଣ କରି କୃତି ଛାତ୍ର ଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ l ଏଥିରେ ଦଶ ଗୋଟି ବିଦ୍ୟାଳୟ ଯଥା ଟିକରପଡା ପ୍ରାଥମିକ ବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର , ବ୍ରହ୍ମଣ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଛାମୁସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ, ବ୍ରଜମୋହନ ପୁର ପ୍ରାଥମିକ ବିଦ୍ୟାଳୟ,ଲଷ୍ମୀ ପୁର ସେବାଶ୍ରମ ବିଦ୍ୟାଳୟ,ଲଣ୍ଡନ କିଡ଼ସ ପବ୍ଲିକ ସ୍କୁଲ, ରଙ୍ଗମାଟିଆ ନୁଆଁ ଗାଁ ପ୍ରାଥମିକ ବିଦ୍ୟାଳୟ,, ମିଞ୍ଚିନି ପାଟଣା ପ୍ରାଥମିକ ବିଦ୍ୟାଳୟ,ପ୍ରମୁଖ ସାମିଲ ହୋଇଥିଲେ l ଏଥିରେ ଲଣ୍ଡନ କିଡ଼ସ ପବ୍ଲିକ ସ୍କୁଲ ପ୍ରଥମସ୍ଥାନ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଦ୍ୱିତୀୟ ସ୍ଥାନ, ଟିକରପଡା ପ୍ରାଥମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ l କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଏନ ଏ ସି ର ଦୀପକ କୁମାର ବିଷୋୟୀ, ଜି ସଙ୍ଗମ ଚୌଧୁରୀ,କମଲ ପାତ୍ର,ସୁକାନ୍ତ କୁମାର ମହାରଣା, ଅଧକ୍ଷା ପ୍ରତିନିଧି କାହ୍ନା ସ୍ୱାଇଁ, ନିରଞ୍ଜନ ନାୟକ, ପ୍ରଶାନ୍ତ କୁମାର ନାୟକ ସମେତ ସହ ଯୋଗ କରିଥିଲେ l

Nalco
Leave A Reply