Odisha news

ଓଡିଶା ରାଜ୍ୟ ସଡ଼କ ପରିବହନର ବସକୁ ରମ୍ଭାରେ ରହଣୀକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

0

ରମ୍ଭା ତା -11/09/2022 ଦୀର୍ଘ ଦିନ ଧରି ରାଜ୍ୟ ସଡ଼କ ପରିବହନର ବସ ଗୁଡିକ କ୍ରମାଗତ ଏନ ଏଚ 16 ନଂ ଜାତୀୟ ରାଜପଥ ଦେଇ ଗତି କରୁଥିଲା l ଏହା ଉପରେ ନିକଟ ଅତୀତରେ ଅଭିଯୋଗ, ଆଲୋଚନା ଓ ଲିଖିତ ଆକାରରେ କର୍ତ୍ତୃପକ୍ଷଙ୍କୁ ଜଣାଯାଇଥିଲେ ମଧ୍ୟ ହେୟ ଜ୍ଞାନ କରି ଅଟକି ରହୁଥିଲେ l ପରମୁହୂର୍ତ୍ତରେ ବାସିନ୍ଦା ତଥା ପାରିପାର୍ଷିକ ଅଞ୍ଚଳର ଜନ ସମସ୍ୟାଜୁ ହୃଦବୋଧ କରି ହିଞ୍ଜିଳିକାଟୁ ଠାରୁ ପୁରୀ ଅଭିମୁଖେ (7:50 am) ବିପରୀତ ଦିଗରୁ ପୁରୀ ଠାରୁ ହିଞ୍ଜିଳି କାଟୁ (8:10 am) ଆସୁଥିବା ଉଭୟ ବସକୁ ରମ୍ଭା ବସ ଷ୍ଟାଣ୍ଡ ଠାରେ ରମ୍ଭା ନାଗରିକ କମିଟି, ଅଟୋ ଚାଳକ ସଂଘ ଓ ଏନ ଏ ସି ଅଧ୍ୟକ୍ଷା ପ୍ରତିନିଧି କାହ୍ନl ସ୍ୱାଇଁ, ଉପନଗରପାଳ କାଳିଆ ତରେଇ ପ୍ରମୁଖଙ୍କ ପକ୍ଷରୁ ବେଲୁନମାଳ ସଂଯୋଗ ସହ ଫୁଲତୋଡ଼ା ଓ ମିଷ୍ଟାନ ଖୁଆଇ ସମ୍ବର୍ଦ୍ଧନା କରି ଶୁଭାରମ୍ଭ କରାଯାଇଥିଲା l ଦୀର୍ଘଦିନର ପ୍ରତୀକ୍ଷା ଓ ଅନ୍ତ ଭାରତର ଗୋଟିଏ ତୀର୍ଥସ୍ଥାନ ପୁରୀସହ ସଂଯୋଗ ହୋଇ ଅଞ୍ଚଳବାସୀଙ୍କ ଖୁସି ଜାହିର କହିଲେ ନ ସରେ l

Nalco
Leave A Reply