ରମ୍ଭା : ଗଞ୍ଜାମ ବ୍ଲକ ସୁବଲୟା ପଂଚାୟତ କଣ୍ଟାପଡା ମଠମକୁନ୍ଦପୁର ଗ୍ରାମର ଶ୍ରୀନଗନ୍ନାଥ ମନ୍ଦିରର ସପ୍ତଦିନ ବ୍ୟାପି ପ୍ରତିଷ୍ଠା ମହୋତ୍ସବ ଶାନ୍ତି ଶୃଙ୍ଖଳା ସହିତ ଉଦଯାପିତ ହୋଇଯାଇଛି। ପ୍ରଥମ ଦିବସରେ ସାମାଜିକ କାର୍ଯକ୍ରମ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରୁ 15 ୟୁନିଟ ରକ୍ତ ସଂଗ୍ରହ ହୋଇଥିବାବେଳେ ଚକ୍ଷୁ ଚିକିତ୍ସା ଶିବିରରେ ପଚାଶରୁ ଉର୍ଦ୍ଧ ଚକ୍ଷୁ ରୋଗୀଙ୍କୁ ପରୀକ୍ଷା କରାଯାଇ ୭ଜଣଙ୍କୁ ଇକସ ଚକ୍ଷୁ ଚିକିତ୍ସାଳୟକୁ ମୋତିଆବିନ୍ଦୁ ଅସ୍ତ୍ରପଚାର ପାଇଁ ପଠାଯାଇଥିଲା।ଦ୍ଵିତୀୟ ଦିବସରେ ପବିତ୍ର ଋଷିକୁଲ୍ୟା ନଦୀରୁ ଏକ ହଜାରରୁ ଉର୍ଦ୍ଧ୍ଵ ମହିଳା ଜଳ କଳସ ଧରି ଶୋଭଯାତ୍ରା ରେ ପହଞ୍ଚିବାପରେ ଅଙ୍କୁରାରୋପଣ ଓ ମଣ୍ଡଳକରଣ କାର୍ଯ ସମାପନ ହୋଇଥିଲା।ତୃତୀୟ ଦିବସରେ ଶ୍ରୀବିଗ୍ରହମାନଙ୍କ ବନଯାଗ, ଶାଲା ସଂସ୍କାର, ସୂର୍ଯ୍ୟପୂଜା,ବ୍ରାହ୍ମଣ ବରଣ,ଅଗ୍ନି ସଂସ୍କାର ,ବୃକ୍ଷ ଗଙ୍ଗା ଅଭିଯାନ,ନାମଯଜ୍ଞ ଅଧିବାସ ସହ ଶ୍ରୀ ଜଗନ୍ନାଥ ସାଂସ୍କୃତିକ ପ୍ରଜ୍ଞା ପରିଷଦ,ଗଞ୍ଜାମ କବିତାଘର ଲିଟେରାରି ଟ୍ରଷ୍ଟ, ରମ୍ଭା ସହିତ୍ୟଘର,ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ସ୍ମୃତି ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ଶ୍ରୀଜଗନ୍ନାଥ ସଂସ୍କୃତି ଆଧାରିତ ଏକ ଆଧ୍ୟାତ୍ମିକ କବିତା ଆସର ଅନୁଷ୍ଠିତ ହୋଇଥିଲା।
ଚତୁର୍ଥ ଦିବସରେ ନାମ ଯଜ୍ଞ ସଙ୍କୀର୍ତ୍ତନ ଆରମ୍ଭ,ମଣ୍ଡଳ ପୂଜା,ଶୈବ ରତ୍ନ ମୁଦ ଓ ବିଭିନ୍ନ ସଂସ୍କାର,ପଞ୍ଚମ ଦିବସରେ ଦିବସରେ ସୂର୍ଯ୍ୟପୂଜା,ଶ୍ରୀ ବିଗ୍ରହମାନଙ୍କ ମହାସ୍ନାନ,ଶୟନ ,ହୋମ ଓ ଦେବତା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମାପନ ହୋଇଥିଲା। ଷଷ୍ଠ ଦିବସରେ ବିଗ୍ରହମାନଙ୍କ ସିଂହାସନ ଆରୋହଣ ଅନୁଷ୍ଠିତ ହୋଇଥିଲା। ପ୍ରତିଷ୍ଠା ମହୋତ୍ସବର ମୁଖ୍ୟ ପଣ୍ଡିତ ଶ୍ରୀ ପବିତ୍ର ମିଶ୍ର, ପ୍ରଚାରକ ପଣ୍ଡିତ ଶ୍ରୀ କୈଳାସ ଦାଶଙ୍କ ସମେତ ସାଥି କର୍ମକାଣ୍ଡି ପୁରୋହିତଙ୍କ ମଙ୍ଗଳାଚରଣ ବେଦ ମନ୍ତ୍ର ସହାୟତାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କର ରାଜଗୁରୁ ପଣ୍ଡିତ ଶ୍ରୀ ସୁଧାଂଶୁ ଶେଖର ରାଜଗୁରୁ,ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ପୁରୋହିତ ତଥା ଶ୍ରୀଜଗନ୍ନଥ ସଂସ୍କୃତି ଗବେଷକ ଡ଼ ସିଦ୍ଧେଶ୍ୱର ମହାପାତ୍ର ,ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ ଶ୍ରୀ ସୁକାନ୍ତ କୁମାର ମହାନ୍ତିଙ୍କ କର କମଳରେ ଶ୍ରୀ ବିଗ୍ରହମାନଙ୍କ ସିଂହାସନାରୁଢ଼ ଯଥା ରୀତିନୀତିରେ ସମ୍ପନ୍ନ କରାଇଥିଲେ।ଏହି ଅବସରରେ ଓଡ଼ିଶା ଗ୍ରସ୍ତରେ ଥିବା ମଧ୍ୟପ୍ରଦେଶ ସରକାରଙ୍କ ଯନ୍ତ୍ରୀ ତଥା ପରାମର୍ଶ ଦାତା ସପତ୍ନୀକ,ବିଶିଷ୍ଟ ବ୍ୟବସାୟୀ ବିଜୟ ପାଣିଗ୍ରାହୀ, ଓଡ଼ିଶା ରାଜ୍ୟ ସରକାରଙ୍କ କୃଷି ବିପଣନ ବୋର୍ଡ଼ ସଭ୍ୟ ରାମଚନ୍ଦ୍ର ପଣ୍ଡା, ଗଞ୍ଜାମ ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ ସୁରଥ ପାହାନ, ଗଞ୍ଜାମ ବ୍ଲକ ବିଜେଡି ସଭାପତି ଇନ୍ଦ୍ରମଣି ଦଳାଇ, କୁକୁଡ଼ା ଖଣ୍ଡି ତହସିଲଦାର କଲ୍ୟାଣି ସଂଘମିତ୍ରା ଙ୍କ ପରି ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହୋଇ ଗ୍ରାମବାସୀ ଙ୍କୁ ଉତ୍ସାହିତ କରିଥିଲେ।ଶେଷ ଦିବସରେ ନାମ ଯଜ୍ଞ ସମାପନ,ନଗର ଭ୍ରମଣ ସହ ଯମୁନା ସ୍ନାନ ପରେ କାର୍ଯକ୍ରମ ଉଦଯାପିତ ହୋଇଥିଲା। ମନୋରଞ୍ଜନ ନିମନ୍ତେ ସପ୍ତାହ ବ୍ୟାପୀ ବିଭିନ୍ନ ସ୍ଥାନରେ ସାଦୃଶ୍ୟ ଶ୍ରୀଜଗନ୍ନଥ ସଂସ୍କୃତି ଆଧାରିତ ଭଜନ, ପାଲା, ସଙ୍ଗୀତ,ଓଡିଶୀ ନୃତ୍ୟ ଆଦି ପରିବେଷଣ ସହିତ ପ୍ରଚଣ୍ଡ ରୌଦ୍ରରୁ ସାମୟିକ ଆଶ୍ୱସ୍ତି ପାଇଁ ଶ୍ରୀ ଜଗନ୍ନାଥ ସାଂସ୍କୃତିକ ପ୍ରଜ୍ଞା ପରିଷଦ ମଠମକୁନ୍ଦ ପୁର ଏବଂ ରମ୍ଭା ଗାୟତ୍ରୀ ଶକ୍ତିପୀଠ ତରଫରୁ ବିଭିନ୍ନ ଥଣ୍ଡା ପାନୀୟ ବଣ୍ଟନ କରାଯାଇଥିଲା l
ସପ୍ତାହ ବ୍ୟାପି ଆୟୋଜିତ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଭକ୍ତମାନଙ୍କ ପାଇଁ ଆନନ୍ଦ ବଜାରରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ବିଭିନ୍ନ କାର୍ଯ୍ୟକ୍ରମରେ ପଡୋଶୀ ଗ୍ରାମଗୁଡିକର ଯଥା ବୁରୁଡ଼ି, ଝାରେଡି, ସୁବଲୟା, ସିପକୁଦା, ବେଲପଡା, ଶତ୍ରୁସୋଲ, ଖଟୁଆ କୁଦା, ନିଳାଦ୍ରୀପୁର, କଣ୍ଟିଆଗଡ଼, ରଘୁନାଥପୁର,ପାଲୁର,ଝରେଡି ରଧାଗୋବିନ୍ଦ୍ ପୂର୍,ମଧୁର ଚୁଆ, ଡ଼ିଆଁଡେଇଁ , ସାନ ରାମଚନ୍ଦ୍ର ପୁର, ଆଦି ଗ୍ରାମଗୁଡିକର ଯୁବ ସ୍ବେଚ୍ଛାସେବୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
