ରମ୍ଭା:୦୫/୧୨: ଅନ୍ତର୍ଜାତୀୟ ସ୍ବେଛାସେବୀ ଦିବସ ଅବସରରେ ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତର ତାରିଣୀ ପଲ୍ଲୀ ଗ୍ରାମରେ ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ଯୁବ ସଂଗଠନ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ଆନ୍ତର୍ଜାତୀୟ ସ୍ବେଛାସେବୀ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ୱାଇ ଫର୍ ଭି ପାଠାଗାର ଠାରେ ୟୁଥ୍ ଫର୍ ଭିଲେଜ୍ ସଭାପତି ଚୈତନ୍ୟ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଗଞ୍ଜାମ ପ୍ରେସ କ୍ଳବ୍ ଉପଦେଷ୍ଟା ଉମାକାନ୍ତ ବେହେରା , ମୁଖ୍ୟବକ୍ତା ୟୁଥ୍ ଫର୍ ଭିଲେଜ୍ ପ୍ରତିଷ୍ଠାତା ଡି ଦେବହରି ରେଡ଼ି,ସମ୍ମାନିତ ଅତିଥି ଶିକ୍ଷାବିତ୍ ରବୀନ୍ଦ୍ର କୁମାର ଗୌଡ,ସମ୍ପାଦକ ଦୀପକ ସାହୁ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ମୁଖ୍ୟଅତିଥି ଶ୍ରୀ ବେହେରା ସମାଜ ଗଠନ ଦିଗରେ ସ୍ବେଛାସେବୀ ମାନଙ୍କ ଦାଇତ୍ୱ,କର୍ତ୍ତବ୍ୟ ଓ ଭୂମିକା କୁ ବର୍ଣ୍ଣନା କରିବା ସାଙ୍ଗକୁ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଂଶସା କରିଥିଲେ। ଶିକ୍ଷାବିତ୍ ଶ୍ରୀ ଗୌଡ ସ୍ବେଛାସେବୀ ମନୋବୃତ୍ତି କିଭଳି ସମାଜର ଦିଗ ପରିବର୍ତ୍ତନରେ ସୁତ୍ରଧର ହୁଏ ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଦେବହରି ରେଡ଼ି ନିଜ ବକ୍ତବ୍ୟରେ ସ୍ବେଛାସେବୀଙ୍କୁ ବିଭିନ୍ନ ପ୍ରକାର ଗପ ସହ ବହୁ ପ୍ରାସଙ୍ଗିକ ଉଦାହରଣ ଦେଇ ଉତ୍ସାହିତ କରିଥିଲେ। ସମ୍ପାଦକ ଶ୍ରୀ ସାହୁ ସ୍ବେଛାସେବୀ ମନୋବୃତ୍ତି ସମ୍ପନ୍ନ ପ୍ରତିଭାକୁ ଖୋଜି ବାହାର କରି ତାଙ୍କୁ ଉତ୍ସାହିତ କରିବା ଦିଗରେ ଅନୁଷ୍ଠାନ ପକ୍ଷରୁ ନିଆଯାଇଥିବା କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଯୁବ ଉଦ୍ୟୋଗୀ ନିରାକାର ମହାରଣା,ଅନିଲ ସେଠୀ,ଗଗନ ସାହୁ,କୈଳାସ ସେଠୀ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ସ୍ବେଛାସେବୀ କାର୍ଯ୍ୟ ପାଇଁ କୈଳାସ ଚନ୍ଦ୍ର ସେଠୀ ଙ୍କୁ “ଦରଦୀ ବନ୍ଧୁ ସମ୍ମାନ -୨୦୨୧” ସମ୍ମାନ ରେ ସମ୍ମାନିତ ଅନୁଷ୍ଠାନ ପକ୍ଷରୁ କରାଯାଇଥିଲା। କାହ୍ନା ଗୌଡଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଅନିଲ ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ବି ଦେବାଶିଷ ରେଡ଼ି, ମିଟୁ ମହାପାତ୍ର, ସୁନିଲ ସେଠୀ,ଦୀପକ ଗୌଡ, ଟୁନା ବେହେରା,ନିଲୁ ମହାପାତ୍ର,ୟୁ ସୁଶାନ୍ତ ରେଡ଼ି, ସୁରେନ୍ଦ୍ର ଗୌଡ,ସତ୍ୟ ରେଡ଼ି,ଯୁଗଳ ରେଡ଼ି, ଜଗନ୍ନାଥ ସେଠୀ,ଆର୍ ଗଣେଶ ରେଡ଼ି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।