ରାବଣ ପରମଜ୍ଞାନୀ ହେବା ସହିତ ମହାବଳି ଯୋଦ୍ଧା ମଧ୍ୟ ଥିଲା, କିନ୍ତୁ ତାର ଅନ୍ତର କାରଣ ଥିଲା ଅହଂକାର ଥିଲା l ରାବଣ ମନୁଷ୍ୟଙ୍କୁ ତୁଚ୍ଛ ଭାବିଥାଏ, ଏବଂ ରାବଣ ବରଦାନ ମାଗିଥିଲେ ଯେ ଦେବତା, ରାକ୍ଷସ, ନାଗ ଓ ଗନ୍ଧର୍ବ ଙ୍କ ହାତରେ ତାର ମୃତ୍ୟୁ ନହେଉ l ଏହି କାରଣରୁ ଭଗବାନ ବିଷ୍ଣୁ ରାମ ଅବତାରରେ ମନୁଷ୍ୟ ରୂପରେ ଜନ୍ମ ନେଇ ତାର ବଧ କରିଥିଲେ l ଲଙ୍କାପତି ରାବଣ ଅଜେୟ ଥିଲା, ତେଣୁ ସେ କଦାପି ଜାଣି ନଥିଲା ଯେ ମନୁଷ୍ୟ ରୂପରେ ଜନ୍ମ ନେଇଥିବା ଭଗବାନ ବିଷ୍ଣୁ ତା ଜିବନର ଅନ୍ତ କରିଦେବେ l ନିଜ ଶକ୍ତି ଓ ବଳର ଅହଂକାର ରେ ରାବଣ ଏଭଳି ଥିଲା ଯେ ସାଧୁସନ୍ଥ ଓ ଦେବତା ମାନଙ୍କୁ ମଧ୍ୟ ଅନେକ କଷ୍ଟ ଯନ୍ତ୍ରଣା ଦେଉଥିଲା l ଏତେ ଦିବ୍ୟ ଶକ୍ତିର ଅଧିକାରୀ ହେବା ସତ୍ୱେ ମଧ୍ୟ ରାବଣ ଅନ୍ୟ ୪ଜଣ ଙ୍କ ନିକଟରୁ ଯୁଦ୍ଧରେ ପରାସ୍ତ ହୋଇଥିଲା l
ରାବଣ ଭଗବାନ ମହାଦେବଙ୍କର ଅନନ୍ୟ ଭକ୍ତ ଥିଲା, ସେ ପ୍ରତିଦିନ ତାଙ୍କର ପୂଜା କରୁଥିଲା, ଏକଦା ରାବଣ ମହାଦେବ ଙ୍କୁ ଆହ୍ୱାନ କୈଳାସ ରେ ପହଂଚି ଯାଇଥିଲା l ଏବଂ କୈଳାସ ପର୍ବତ ଉଖାଡ଼ି ଫୋପାଡ଼ି ବାକୁ ଚେଷ୍ଟା କରିଥିଲା l ରାବଣର ଏହି ସ୍ଵଭାଵ ଦେଖି ମହାଦେବ ନିଜ ଗୋଡ଼ର ବୁଢା ଆଙ୍ଗୁଠିରେ ଦାବି ଦେଇଥିଲେ l ଏହାଦ୍ୱାରା ରାବଣର ହାର ପାହାଡ଼ ତଳେ ରହି ଯାଇଥିଲା l ନିଜ ଭୁଲ ପରେ ବୁଝିପାରି ରାବଣ ପରେ ମହାଦେବଙ୍କୁ କ୍ଷମା ମାଗିଥିଲେ l
ନିଜ ଅହଂକାର କାରଣରୁ ରାବଣ ଦୈତ୍ୟରାଜ ବଳି ସହିତ ଲଢ଼ିବା ପାଇଁ ପାତାଳ ଲୋକରେ ପହଂଚି ଯାଇଥିଲା , ଯେତେବେଳେ ରାବଣ ଯୁଦ୍ଧ ପାଇଁ ଆହ୍ୱାନ ଦେଇଥିଲା ସେତେବେଳେ ବାଳି ତାଙ୍କୁ ଧରି ଅସ୍ତବଳ ରେ ବାନ୍ଧି ଦେଇଥିଲା l ଏହିଭଳି ଭାବରେ ରାବଣର ଅହଂକାର ଭାଙ୍ଗିଥିଲା l
ରାବଣ ଏକ ହଜାର ହାତ ଥିବା ସହସ୍ର ବହୁ କୁ ଯୁଦ୍ଧର ଆହ୍ୱାନ ଦେଇଥିଲା, ପୌରାଣିକ କଥା ଅନୁସାରେ ରାବଣ ନିଜ ସେନା ସହିତ ଯେତେବେଳେ ପହଞ୍ଚିଥିଲା ସହସ୍ର ବହୁ ନିଜ ହାତ ସାହାଯ୍ୟରେ ନର୍ମଦା ନଦୀର ଜଳକୁ ଅଟକାଇ ଦେଇଥିଲା l ଯେତେବେଳେ ସହସ୍ର ବହୁ ପାଣି ଛାଡିଲା ରାବଣ ତାର ସେନା ସହିତ ନର୍ମଦା ଜଳରେ ଭାସି ଯାଇଥିଲା l
ରାବଣ ଏକଦା ସୁଗ୍ରୀବ ର ଭାଇ ବାନର ରାଜ ବାଲି ସହିତ ଲଢ଼ିବା ପାଇଁ ପହଂଚି ଗଲା l ବାଳି ସେହି ସମୟ ରେ ପୂଜା କରୁଥିଲା , ରାବଣର ପାଟି ଶୁଣି ମଧ୍ୟ ବାଳି ପୂଜା ସ୍ଥାନରୁ ଉଠି ନଥିଲା l ଯେତେବେଳେ ରାବଣ ବଳି ର ପୂଜା ରେ ବିଘ୍ନ କରିବାକୁ ଚେଷ୍ଟା କଲା, ବାଳି ତାକୁ ନିଜ କାଖ ତଳେ ଚାପି ରଖିଲା, ପୁରାଣର ବର୍ଣନା ଅନୁସାରେ ୬ମାସ ପର୍ଯ୍ୟନ୍ତ ବାଲି ରାବଣକୁ ନିଜ କାଖ ତଳେ ଚାପି ରଖିଥିଲା l