ରାମାୟଣ କାଳରେ ରାମ ଓ ରାବଣ ଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହୋଇଥିଲା l ଏହି ଯୁଦ୍ଧରେ ଅଧର୍ମ ଉପରେ ଧର୍ମ ର ବିଜୟ ହୋଇଥିଲା l ଏହି ଯୁଦ୍ଧ ଏତେ ବଳଶାଳୀ ଥିଲା ଯେ ଗୋଟି ଗୋଟି କରି ରାବଣର ସମସ୍ତ ଯୋଦ୍ଧା ମୃତ୍ୟୁ ବରଣ କରିଥିଲେ l ରାବଣ ଥିଲା ମହା ଜ୍ଞାନୀ ତା ନିକଟରୁ କିଛିଟା କଥା ମଧ୍ୟ ଶିକ୍ଷଣୀୟ ଥିଲା l
ଯୁଦ୍ଧକୁ ଯିବା ପୂର୍ବରୁ ଥରକ ର ଘଟଣା ରାବଣ ର ପତ୍ନୀ ମନ୍ଦୋଦରୀ ସହିତ କଥାକୁ ହେବାକୁ ପହଞ୍ଚିଥିଲା l ବିଶେଷ ଭାବରେ ମନ୍ଦୋଦରୀ ଚାହୁଁଥିଲା କି ରାବଣ ସୀତା ଙ୍କୁ ରାମଚନ୍ଦ୍ର ଫେରାଇ ଦେବାକୁ ଏବଂ ଏହି ଭୁଲ କାର୍ଯ୍ୟ ପାଇଁ ଭଗବାନ ରାମ ଚନ୍ଦ୍ର ଙ୍କୁ ଭୁଲ ମାଗନ୍ତୁ l ଏଭଳି କରିବା ଦ୍ୱାରା ଲଙ୍କା ସୁରକ୍ଷିତ ହୋଇଯିବ l କିନ୍ତୁ ରାବଣ କିଛିବି ଶୁଣିବାକୁ ପ୍ରସ୍ତୁତ ନଥିଲା l
ମନ୍ଦୋଦରୀ ର କଥା ଶୁଣି ରାବଣ କହିଥିଲା ଯଦି ରାମଚନ୍ଦ୍ର ନର ତେବେ ତାଙ୍କର ଆଜି ମୋ ହାତରେ ବଧ ସୁନିଶ୍ଚିତ, ଯଦି ସେ ଭଗବାନ ତେବେ ରାବଣ ଭଳି ପରାକ୍ରମୀ କୁ ବଧ କରି ନିଜ ନାମକୁ ଯୁଗ ଯୁଗ କୁ ରଖିଦେବେ l ଏବଂ ମୁଁ ଜାଣିଚି ରାମ ହେଉଛନ୍ତି ସ୍ୱୟଂ ନାରାୟଣ l ତେଣୁ ମୋର ମୁକ୍ତି ର ମାର୍ଗ ସୁନିଶ୍ଚିତ l
ରାବଣ ନିକଟରୁ ଏହି କଥା ଶୁଣି ମନ୍ଦୋଦରୀ ଚକ୍ଷୁରେ ଲୁହ ଆସି ଯାଇଥିଲା ଏବଂ ଅଶ୍ରୁ ଧାର ବୋହିବାକୁ ଲାଗିଲା l କିନ୍ତୁ ନିଜ ଅହଂକାର ଓ ବଳ ର ଘମଂଡ କାରଣରୁ ରାବଣ ଅନ୍ଧ ହୋଇଗଲା ଏବଂ ଠିକ ଭୁଲ ବୁଝି ପାରିଲା ନାହିଁ l ମାନ୍ୟତା ଅନୁସାରେ ମନ୍ଦୋଦରୀ ପୂର୍ବରୁ ଜାଣିଥିଲା ଯେ ରାବଣ ର ଵଧ ପ୍ରଭୁ ଶ୍ରୀରାମ ଙ୍କ ହାତରେ ହେବ l ଏବଂ ସେ ରାକ୍ଷସ ଜନ୍ମ ରୁ ମୁକ୍ତି ପାଇଯିବ l