Odisha news

ରାମାୟଣ ର ରୋଚକ କଥା : କେଉଁ ଅଭିଶାପ କାରଣରୁ ରାବଣର ସୁନାର ଲଙ୍କା ପୋଡି ଧ୍ବଂସ ହୋଇଥିଲା

0

ରାମାୟଣରେ ରାବଣର ସୁନାର ଲଙ୍କାକୁ ନେଇ ଅନେକ ରହସ୍ୟ ରହିଛି, ଯେତେବେଳେ ପ୍ରଭୁ ହନୁମାନ ମାତା ସୀତା ଙ୍କର ଠାବ କରି ଲଙ୍କାରେ ଯାଇ ପହଂଚି ଥିଲେ, ଯେଉଁଠି ରାବଣ ସୀତାଙ୍କୁ ବନ୍ଦୀ କରି ରଖିଥିଲା l ଏବଂ ରାବଣ ର ସ୍ଵର୍ଣ ଲଙ୍କାକୁ ନଷ୍ଟ କରିବା ଦ୍ୱାରା ରାବଣ ତାର ଲାଞ୍ଜରେ ନିଆଁ ଲଗାଇ ଦେଇଥିଲା ଏବଂ ସେହି ନିଆଁ ଦ୍ୱାରା ପ୍ରଭୁ ହନୁମାନ ସମ୍ପୂର୍ଣ ସ୍ଵର୍ଣ ଲଙ୍କାକୁ ଭସ୍ମୀଭୂତ କରି ଦେଇଥିଲେ l

ପୌରାଣିକ କଥା ଅନୁସାରେ ଏକଦା ମାତା ପାର୍ବତୀ ଙ୍କ ନିମନ୍ତ୍ରଣ ଅନୁସାରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ କୈଳାଶ ପର୍ବତ ରେ ପହଂଚି ଥିଲେ , ଏବଂ କୈଳାଶ ପର୍ବତ ରେ ଅଧିକ ଥଣ୍ଡା ଥିବାରୁ ମାତା ଲକ୍ଷ୍ମୀ ଶୀତରେ ଥରିବାକୁ ଲାଗିଥିଲେ l ଏହାପରେ ମାଲକ୍ଷ୍ମୀ ଦେବୀ ପାର୍ବତୀ ଙ୍କୁ ପଚାରିଥିଲେ କି ଆପଣ ଏତେ ଥଣ୍ଡା ରେ ଏହି ପର୍ବତ ରେ କିପରି ରହୁଛନ୍ତି ? ଯାହାକୁ ଶୁଣି ମାତା ପାର୍ବତୀ ଙ୍କୁ ଅଦ୍ଭୁତ ଲାଗିଥିଲା ଓ ଦୁଃଖ ମଧ୍ୟ ଲାଗିଥିଲା l

ଏହାର କିଛି ସମୟ ପରେ ମହାଦେବ ଓ ମାତା ପାର୍ବତୀ ବୈକୁଣ୍ଠ ଧାମରେ ପହଂଚି ଥିଲେ ଓ ସେଠାକାର ବୈଭବ ଦେଖି ମାତା ପାର୍ବତୀ ମଧ୍ୟ ମହାଦେବ ଙ୍କୁ ଭବ୍ୟ ମହଲ ତିଆରି କରିବାରେ ଇଛା ପ୍ରକାଶ କରିଥିଲେ l ଏହାପରେ ମହାଦେବ ଦେବ ଶିଳ୍ପୀ ବିଶ୍ୱକର୍ମା ଙ୍କୁ ସୁନାର ଲଙ୍କା ତିଆରି କରିବାର କାର୍ଯ୍ୟ ଅର୍ପଣ କରିଥିଲେ l ଯେତେବେଳେ ଲଙ୍କା ତିଆରି ହୋଇଯାଇ ଥିଲା ସେତେବେଳେ ତାହାକୁ ପ୍ରତିଷ୍ଠା କରିବା ପାଇଁ ରାବଣ ର ପିତା ବିସର୍ଭl ରୁଷି ଙ୍କୁ ନିମନ୍ତ୍ରଣ କରିଥିଲେ l

ପୂଜା ପରେ ଯେତେବେଳେ ଦକ୍ଷିଣା ମାଗିବାର ସମୟ ଆସିଲା ବିଶ୍ରବା ରୁଷି ଦାନାରେ ସୁନାର ଲଙ୍କା ମାଗିଥିଲେ l ଏହାପରେ ମହାଦେବ ତାକୁ ଲଙ୍କା ଟି ଦାନ କରିଦେଇ ଥିଲେ l କିନ୍ତୁ ରୁଷି ବିଶ୍ରବା ଙ୍କର ଏହି ସ୍ଵଭାଵ ରେ ମାତା ପାର୍ବତୀ ଖୁବ ଦୁଃଖିତ ହୋଇଥିଲେ, ଏବଂ କ୍ରୋଧିତ ହୋଇ କହିଥିଲେ ଏହି ନଗରୀ ଦିନେ ଭସ୍ମ ହୋଇଯିବ l ଏହା ମହାଦେବ ଙ୍କ ମନରେ ଗଭୀର ଦୁଃଖ ଦେଇଥିଲା ଏବଂ ସେ ମନରେ ସ୍ଥିର କରିଥିଲେ ଯେ ମାତା ପାର୍ବତୀ ଙ୍କ ଅଭିଶାପ ପୂରଣ ହେବା ଜରୁରୀ , ଏହି କାରଣରୁ ମହାଦେବ ଙ୍କ ଏକାଦଶ ଅବତାର  ହନୁମାନ ସୁନାର ଲଙ୍କାକୁ ପୋଡି ଭସ୍ମୀଭୂତ କରିଦେଇ ଥିଲେ l

Leave A Reply