ଅଯୋଧ୍ୟା ନଗରୀ ନିକଟ ଦେଇ କୁଳୁକୁଳୁ ନାଦ କରି ବହି ଯାଇଛି ସରଜୁ ନଦୀ, ଯାହା ସହିତ ଜଡିତ ରହିଛି ଅନେକ ଇତିହାସ l କଣ ଆପଣ ଜାଣିଛନ୍ତି ଭଗବାନ ରାମ ଙ୍କ ନଗରୀ ଅଯୋଧ୍ୟା ରେ ବହି ଯାଉଥିବା ସରଜୁ ନଦୀ ଗୋଟିଏ ଶାପିତ ନଦୀ ଅଟେ l ଯେଉଁ କାରଣରୁ ଏହି ନଦୀର ଜଳ କୁ କୌଣସି ପୂଜାପାଠ ରେ ମଧ୍ୟ ବ୍ୟବହାର କରାଯାଇ ନଥାଏ l ଆସନ୍ତୁ ଜାଣିବା ଏହା ପଛରେ ରହିଛି କଣ ବିଶେଷ କାରଣ l
ଅଯୋଧ୍ୟା ନଗରୀ ସରଜୁ ନଦୀ କୁ ନେଇ ସମୃଦ୍ଧ ଓ ଶସ୍ୟ ଶ୍ୟାମଳା ଅଟେ, ଏହି ନଦୀ ହିମାଚଳ ପ୍ରଦେଶ ରୁ ବାହାରିଛି ଏବଂ ଉତ୍ତରପ୍ରଦେଶ ତଥା ଉତ୍ତରାଖଣ୍ଡ ରାଜ୍ୟ ହୋଇ ବହି ଯାଇଛି l କିନ୍ତୁ କୁଳୁକୁଳୁ ନାଦ କରି ବହି ଯାଉଥିବା ଏହି ନଦୀ ଟି ଅଭିଶାପ ଗ୍ରସ୍ତ ଅଟେ l ଏପରିକି ଏହି ନଦୀରେ ସ୍ନାନ କରିବା ଦ୍ୱାରା ପାପ ତ ଲିଭି ଯାଇଥାଏ, କିନ୍ତୁ କୌଣସି ପୁଣ୍ୟ ମଧ୍ୟ ପ୍ରାପ୍ତି ହୋଇନଥାଏ l ପୌରାଣିକ କଥା ଅନୁସାରେ ଭଗବାନ ରାମ ଚନ୍ଦ୍ର ଏହି ସରଜୁ ନଦୀ ରେ ଜଳ ସମାଧି ନେଇ ନିଜ ଲୀଳା କୁ ସମ୍ପୂର୍ଣ କରିଥିଲେ l
ଏହି କାରଣରୁ ଭଗବାନ ଭୋଳାନାଥ ସରଜୁ ନଦୀ ଉପରେ ଅତ୍ୟନ୍ତ କ୍ରୋଧୀ ହୋଇ ଯାଇଥିଲେ ଏବଂ ସରଜୁ ନଦୀ କୁ ଅଭିଶାପ ଦେଇଥିଲେ l ଭୋଳାନାଥ ସରଜୁ ନଦୀ କୁ କହିଥିଲେ ଯେ ହେ ସରଜୁ ନଦୀ ! ଆଜିଠୁ ତୁମର ଜଳ କୌଣସି ପୂଜାପାଠ କାର୍ଯ୍ୟରେ ପ୍ରୟୋଗ କରାଯିବ ନାହିଁ l ଏହି ଅଭିଶାପ ପରେ ମା ସରଜୁ ନଦୀ ଭୋଳାନାଥ ଙ୍କ ପାଦ ତଳେ ପଡି ଯାଇଥିଲେ, ଏବଂ ପଚାରିଥିଲେ ପ୍ରଭୁ ଏଥିରେ ମୋର ବା କି ଦୋଷ ? ଏହାତ ବିଧି ର ବିଧାନ ଥିଲା, ଯାହାକି ପୂର୍ବରୁ ନିର୍ଧାରିତ ଥିଲା l ମାତା ସରଜୁ ଙ୍କ ବିନତି ଶୁଣି ମହାଦେବ କହିଥିଲେ ଯେ ମୁଁ ତ ଅଭିଶାପ ତ ଫେରାଇ ନେଇ ପାରିବି ନାହିଁ l କିନ୍ତୁ ଏତିକି ଆଶୀର୍ବାଦ ଦେଇ ପାରିବି ଯେ ତୁମର ଜଳ ରେ ସ୍ନାନ କରିବା ଦ୍ୱାରା ଲୋକଙ୍କ ପାପ ଧୋଇ ହୋଇଯିବ l କିନ୍ତୁ ଏହି ଜଳର ବ୍ୟବହାର ପୂଜା ପାଠ ତଥା ମନ୍ଦିର ରେ ପ୍ରୟୋଗ କରାଯିବ ନାହିଁ l ଏବଂ ତୁମ ଜଳରେ ସ୍ନାନ କରିବା ଦ୍ୱାରା ମଧ୍ୟ କୌଣସି ପୁଣ୍ୟ ପ୍ରାପ୍ତି ହେବ ନାହିଁ l
