Odisha news

ରାମାୟଣର ରୋଚକ କଥା : କାହିଁକି ହନୁମାନ ଦେଇଥିଲେ ଭୀମଙ୍କୁ ନିଜ ଶରୀରର ୩ଟି ବାଳ

0

ମହାଭାରତ ଓ ରାମାୟଣ ରେ ଅନେକ ରହସ୍ୟ ଲୁଚି ରହିଛି, ଏହିଭଳି ଗୋଟିଏ ରହସ୍ୟ ମହାଭାରତ ରେ ମଧ୍ୟ ରହିଛି l ଏହା ସେହି ସମୟର କଥା ଯେତେବେଳେ ଯୁଦ୍ଧରେ ପାଣ୍ଡଵ ମାନେ କୌରଵ ମାନଙ୍କୁ ଯୁଦ୍ଧରେ ପରାଜିତ କରିଥିଲେ ଏବଂ ହସ୍ତୀନାପୁର ରେ ସୁଖରେ ଜୀବନ ଅତିବାହିତ କରିଥିଲେ l ପୌରାଣିକ ମାନ୍ୟତା ଅନୁସାରେ ଏକଦା ଦେବର୍ଷି ନାରଦ ମୁନୀ ମହାରାଜ ଯୁଧିଷ୍ଠିର ଙ୍କ ସମୁଖରେ ପ୍ରକଟ ହୋଇ କହିଥିଲେ ଆପଣମାନେ ଏଠାରେ ସୁଖରେ ଅଛନ୍ତି, କିନ୍ତୁ ସ୍ୱର୍ଗ ରେ ଆପଣଙ୍କ ପିତା ଖୁବ ଦୁଃଖରେ ଅଛନ୍ତି l ଦେବର୍ଷି ନାରଦ ଙ୍କର ଏଭଳି କଥା ଶୁଣି ଯୁଧିଷ୍ଠିରଙ୍କୁ ଏହାର କାରଣ ପଚାରିଲେ ଏହାର ଉତ୍ତରରେ ନାରଦ କହିଥିଲେ ଯେ ତୁମ ପିତା ବଞ୍ଚିଥିବା ଅବସ୍ଥାରେ ରାଜସୁର୍ଯ୍ୟ ଯଜ୍ଞ କରିବାକୁ ଚାହୁଁଥିଲେ, କିନ୍ତୁ କରିପାରି ନଥିଲେ l ତେଣୁ ଆପଣଙ୍କୁ ଆପଣଙ୍କ ପିତାଙ୍କ ଆତ୍ମା ର ଶାନ୍ତି ପାଇଁ ଏହି ଯଜ୍ଞ କରିବାକୁ ପଡିବ l

ନାରଦଙ୍କ ର ଏଭଳି କଥା ଶୁଣି ଯୁଧିଷ୍ଠିର ନିଜ ପିତାଙ୍କ ଆତ୍ମା ଶାନ୍ତି ପାଇଁ ରାଜସୁର୍ଯ୍ୟ ଯଜ୍ଞ କରିବାର ଘୋଷଣା କରିଥିଲେ l ସେଥିପାଇଁ ସେ ନାରଦଙ୍କୁ ପରାମର୍ଶ ରେ ଭଗବାନ ଶିବ ଙ୍କ ପରମ ଭକ୍ତ ରୁଷି ପୁରୁଷ ମୃଗl ଙ୍କୁ ଆମନ୍ତ୍ରିତ କରିବାର ନିଷ୍ପତି ନେଇଥିଲେ l ରୁଷି ପୁରୁଷ ମୃଗା ଜନ୍ମରୁ ଅଧା ପୁରୁଷ ଶରୀର ଏବଂ ତାଙ୍କର ପାଦ ମୃଗ ର ଥିଲା, କିନ୍ତୁ ସେ କେଉଁଠି ରହୁଥିଲେ ଏହା କେହି ଜାଣି ନଥିଲେ l

ଏପରି ସ୍ଥିତି ରେ ଯୁଧିଷ୍ଠିର ଭୀମ ଙ୍କୁ ଦାୟିତ୍ୱ ଦେଇଥିଲେ ଯେ ଋଷି ପୁରୁଷ ମୃଗ ଙ୍କୁ ଖୋଜି ଆମନ୍ତ୍ରିତ କରିବା ପାଇଁ l ଭୀମ ଯୁଧିଷ୍ଠିର ଙ୍କ ଆଜ୍ଞା ପାଳନ କରି ଋଷି ପୁରୁଷ ମୃଗl  ଙ୍କୁ ଖୋଜିବାକୁ ବାହାରି ପଡିଲେ l ଖୋଜି ଖୋଜି ଘନ ଜଙ୍ଗଲ ମଧ୍ୟରେ ପ୍ରବେଶ କରିଥିଲେ l ଜଙ୍ଗଲ ରେ ଯିବା ସମୟ ରେ ହନୁମାନ ଙ୍କୁ ରାସ୍ତାରେ ଦେଖିଥିଲେ l ଏବଂ ହନୁମାନ ଭୀମ ଙ୍କ ବଳଶାଳୀ ହେବାର ଅହଂକାର କୁ ଭଗ୍ନ କରିଥିଲେ l ଭୀମ ଓ ହନୁମାନ ଉଭୟ ପବନ ପୁତ୍ର ହୋଇଥିବା କାରଣରୁ ୨ଭାଇ ଅଟନ୍ତି l ଭୀମ ଙ୍କ ଶକ୍ତି ପରୀକ୍ଷା କରିବା ପାଇଁ ହନୁମାନ ତାଙ୍କୁ ନିଜର ଲାଞ୍ଜ ଉଠାଇବାକୁ କହିଲେ ଏବଂ ଏଥିରେ ଭୀମ ସଫଳ ହୋଇ ପାରିଲେ ନାହିଁ l

ଏହାପରେ ତାଙ୍କର ଅହଂକାର ଭଙ୍ଗ ହେଲା ଓ ସେ ହନୁମାନଙ୍କୁ ଜଙ୍ଗଲ କୁ ନିଜର ଆସିବାର ଉଦେଶ୍ୟ କହିଲେ, ଏହା ଶୁଣି ହନୁମାନ ନିଜ ଶରୀରର ୩ଟି ବାଳ ଭୀମ ଙ୍କୁ ଦେଲେ କହିଲେ ସଙ୍କଟ ସମୟ ରେ କାମରେ ଆସିବ ଏହାକୁ ପାଖରେ ରଖ l ଭୀମ ଏହାପରେ ପୁନର୍ବାର ରୁଷି ପୁରୁଷ ମୃଗl ଙ୍କୁ ଖୋଜିବାକୁ ବାହାରି ପଡିଲେ, ଖୋଜି ଖୋଜି ଯାଇ ତାଙ୍କ ନିକଟ ରେ ପହଁଚିଲେ, ଏବଂ ଯଜ୍ଞ ପାଇଁ ଆମନ୍ତ୍ରିତ କଲେ l ଏହାପରେ ଋଷି ଆସିବା ପାଇଁ ଗୋଟିଏ ସର୍ତ୍ତ ରଖିଲେ, କହିଲେ ମୋ ପୂର୍ବରୁ ତୁମେ ହସ୍ତିନା ପୁରରେ ପହଂଚିବା ଜରୁରୀ ନଚେତ ମୁଁ ତୁମକୁ ଖାଇଦେବି l ତାଙ୍କ ସର୍ତ୍ତରେ ଭୀମ ରାଜି ହୋଇଥିଲେ l

ଏବଂ ଭୀମ ହସ୍ତୀନାପୁର ଆଡକୁ ଦଉଡି ବାକୁ ଲାଗିଲେ, ଦୌଡିବା ସମୟ ରେ ସେ ପଛକୁ ଚାହୁଁ ଥାଆନ୍ତି ଋଷି କିନ୍ତୁ ବାରମ୍ବାର ତାଙ୍କର ନିକଟତର ହୋଇ ଯାଉ ଥାଆନ୍ତି l ଏହାପରେ ଭୀମ ହନୁମାନ ଦେଇଥିବା ବାଳ କଥା ମନେ ପକାଇଲେ l ଏବଂ ସେଥିରୁ ଗୋଟିଏ ଭୂମି ରେ ପକାଇ ଦେବା ପରେ ହଜାର ହଜାର ଶିବ ଲିଙ୍ଗ ର ଉତ୍ପତି ହୋଇଥିଲା ଏବଂ ଋଷି ପୁରୁଷ ମୃଗl ଶିବ ଭକ୍ତ ହୋଇଥିବା କାରଣରୁ ତାହାକୁ ପ୍ରଣାମ କରି ପଛେଇ ଯାଇଥିଲେ l ଏହିଭଳି ଭାବରେ ସେ ୩ଟି ବାଳ ର ବ୍ୟବହାର କରି ଯାଇ ହସ୍ତୀନାପୁର ରେ ପହଞ୍ଚି ଥିଲେ, କିନ୍ତୁ ପହଂଚିବା ସମୟ ରେ ତାଙ୍କର ଗୋଟିଏ ପାଦ ବାହାରେ ରହି ଯାଇଥିଲା ଏବଂ ସେ ଭୀମ ଙ୍କୁ ଖାଇବାକୁ ଚାହିଁଥିଲେ l ଏହି ସମୟ ରେ ଯୁଧିଷ୍ଠିର ଆସି ପହଞ୍ଚିଥିଲେ ଓ ଋଷି ତାଙ୍କୁ ଏହାର ସମାଧାନ କରିବାକୁ କହିଥିଲେ l

ଏହାର ଉତ୍ତରରେ ଯୁଧିଷ୍ଠିର କହିଥିଲେ ଋଷି ଦେବ ସର୍ତ ଅନୁସାରେ ଭୀମ ଙ୍କ ଶରୀର ହସ୍ତିନା ପୁତ୍ର ଭିତରେ ରହିଛି କିନ୍ତୁ ତାଙ୍କ ପାଦଟି ବାହାରେ ଥିବାରୁ ଆପଣ ତାଙ୍କ ପାଦ କୁ ଖାଇପାରିବେ l ଏହି ନିଷ୍ପତି ରେ ଋଷି ପୁରୁଷ ମୃଗା ସନ୍ତୁଷ୍ଟ ହୋଇଥିଲେ ଏବଂ ରାଜସୁର୍ଯ୍ୟ ଯଜ୍ଞ ରେ ଯୋଗ ଦେଇଥିଲେ

Ad2
Leave A Reply