ରାମାୟଣର ରୋଚକ କଥା : ଲଙ୍କାରୁ କାଶ୍ମୀରରେ ଆସି ପହଁଚିଲେ ରାବଣଙ୍କ କୁଳଦେବୀ , କୁଳାଦେବୀଙ୍କ ବିଶେଷତ୍ୱ ହେଉଛି ବିପଦର ପୂର୍ବରୁ ସଂକେତ ଦେଇଥାଆନ୍ତି
କାଶ୍ମୀରର ତୁଲମୂଳା ରେ କାଶ୍ମୀର ପଣ୍ଡିତ ମାନଙ୍କର ଗୋଟିଏ ମନ୍ଦିର ଅଛି l ଯାହା କାଶ୍ମୀରରେ ହେଉଥିବା ଯେ କୌଣସି ପରିବର୍ତ୍ତନ କିମ୍ବା ସଙ୍କଟର ସୂଚନା ଦେଇଥାଏ l ମାନ୍ୟତା ରହିଛି ଯେ ରାବଣର ଭକ୍ତିରେ ପ୍ରସନ୍ନ ହୋଇ ମା ରାଜ୍ଞା ମାତା ରାବଣକୁ ଦର୍ଶନ ଦେଇଥିଲେ l ଏହାପରେ ରାବଣ ତାଙ୍କର ସ୍ଥାପନା ଶ୍ରୀଲଙ୍କାର କୁଳଦେବୀ ଭାବରେ କରିଥିଲା l କିଛି ଦିନ ପରେ ରାବଣର ବ୍ୟବହାର ଓ ଖରାପ କର୍ମ ଦ୍ୱାରା ଦେବୀ ତାଙ୍କ ଉପରେ ଅସନ୍ତୁଷ୍ଟ ହୋଇଥିଲେ ଓ ଶ୍ରୀଲଙ୍କାରୁ ଚାଲିଯିବା ପାଇଁ ଇଛା ପ୍ରକାଶ କରିଥିଲେ l
* ଏହାପରେ ଯେତେବେଳେ ଭଗବାନ ରାମ ରାବଣକୁ ଵଧ କରିଦେଲେ ,ତାପରେ ରାମଚନ୍ଦ୍ର ପ୍ରଭୁ ହନୁମାନଙ୍କୁ ଏହି କାର୍ଯ୍ୟ ଦେଇଥିଲେ ଯେ ସେ ଦେବୀଙ୍କ ପାଇଁ ତାଙ୍କର ପ୍ରିୟ ସ୍ଥାନ ବାଛନ୍ତୁ ଓ ସ୍ଥାପନା କରନ୍ତୁ l ଏହି ସମୟରେ ମାତା ରାଜ୍ଞା ଦେବୀ କାଶ୍ମୀର ର ତୁଲମୂଳାକୁ ବାଛିଥିଲେ l
* ମାନ୍ୟତା ରହିଛି ଯେ ବନବାସ ସମୟରେ ରାମଚନ୍ଦ୍ର ରାଜ୍ଞା ମାତାଙ୍କ ଆରାଧନା କରିଥିଲେ ଓ ମା ଙ୍କୁ ରାଗିଣୀ କୁଣ୍ଡରେ ସ୍ଥାପନା କରିଥିଲେ l ଏହି ଦେବୀଙ୍କର ଆଉ ଗୋଟିଏ ନାମ ହେଉଛି କ୍ଷୀର ଭବାନୀ ମାତା ,ସେ ଆଗକୁ ଘଟିବାକୁ କୌଣସି ବିପଦର ପୂର୍ବରୁ ସଂକେତ ଦେଇଥାଆନ୍ତି l ଯଦି କୌଣସି ବିପଦ ଆସିବାକୁ ଅଛି ତେବେ ତାଙ୍କ କୁଣ୍ଡର ଜଳର ରଙ୍ଗ ପରିବର୍ତ୍ତନ ହୋଇ ଯାଇଥାଏ l ମାତାଙ୍କ ରଙ୍ଗ ମଧ୍ୟ ପରିବର୍ତନ ହୋଇଥାଏ ବୋଲି ମାନ୍ୟତା ରହିଛି l
* ୨୦୦୮ ରେ ଅମରନାଥ ଭୂମି ଆନ୍ଦୋଳନ ,୨୦୧୦ ରେ ଉମର ଅବଦୁଲl ସରକାରରେ ହିଂସା ,୨୦୧୪ ରେ ବନ୍ୟା ,୨୦୧୬ ରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ସମୟରେ ମଧ୍ୟ ଦେବୀଙ୍କ କୁଣ୍ଡର ପାଣି ରଙ୍ଗ ବଦଳି ଯାଇଥିଲା l
* ଘାଟିରେ ଯେବେବି ଆତଙ୍କବାଦ କାର୍ଯ୍ୟକଳାପ ଆରମ୍ଭ ହୋଇଥାଏ ସେହି ସମୟରେ ଏହି କୁଣ୍ଡର ଜଳ ରଙ୍ଗ ବଦଳି ଯାଇଥାଏ l ଅନୁଛେଦ ୩୭୦ ହଟିବl ପୂର୍ବରୁ ମଧ୍ୟ ଏହି କୁଣ୍ଡର ଜଳର ରଙ୍ଗ ପରିବର୍ତ୍ତନ ହୋଇଯାଇଥିଲା l ଏହି ମନ୍ଦିରର ଦେଖାରଖା କରୁଥିବା ରାଜେନ୍ଦ୍ର ସିଂହ କହିଥିଲେ ଯେ ଅଗଷ୍ଟ ମାସ ଆରମ୍ଭରେ କୁଣ୍ଡର ଜଳ ରଙ୍ଗ ପରିବର୍ତ୍ତନ ହୋଇଥିଲା l
* ପ୍ରତେକ ବର୍ଷ ପୂଜା ପୂର୍ବରୁ ମନ୍ଦିରର କୁଣ୍ଡରେ ଦୁଗ୍ଧ ଢାଳି ଦିଆଯାଏ l କୁହାଯାଏ ଯେ ମା ଏହାଦ୍ୱାରା ସନ୍ତୁଷ୍ଟ ହୋଇ ଭବିଷ୍ୟ ବାଣୀ କରିଥାଆନ୍ତି l ଏହି ବିଚାର ଦ୍ୱାରା ମୁସଲମାନ ଓ ହିନ୍ଦୁ ପଣ୍ଡିତ ଉଭୟ ସହମତ ଅଟନ୍ତି l ଏଠାକାର ମୁସ୍ଲିମ ମାନେ କହିଥାଅନ୍ତି ଯେ ଏହା ଆମପାଇଁ ତୀର୍ଥସ୍ଥାନ ସଦୃଶ ଅଟେ l ଏଠାରେ ଆମର ଇଛା ପୁରାଣ ହୋଇଥାଏ l
* ଏହି ମନ୍ଦିରର ସମ୍ପୂର୍ଣ ନିର୍ମାଣ ୧୯୧୨ ରେ ମହାରାଜା ପ୍ରତାପ ସିଂହ କରିଥିଲେ l କାଶ୍ମୀରରେ ଅମରନାଥ ଗୁଫା ପରେ ଏହା ସବୁଠୁ ପବିତ୍ର ସ୍ଥାନ ଅଟେ l
Comments are closed.