ଜଳେଶ୍ୱର : ଆଗାମୀ ଅଗଷ୍ଟ ୫ ତାରିଖରେ ବହୁ ଚର୍ଚ୍ଚିତ ଅଯୋଧ୍ୟା ମାଟିରେ ପ୍ରତିଷ୍ଠା ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିରର ଶୀଳାନ୍ୟାସ ପାଇଁ ଆଜି ମଙ୍ଗଳବାର ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ବଜରଙ୍ଗଦଳ ଆନୁକୂଲ୍ୟରେ ରାଜପୁର-ଶିଖରପୁର ନୌକାଘାଟ ନିକଟରୁ ସୁବର୍ଣ୍ଣରେଖା ନଦୀର ପବିତ୍ର ପାଣି ଓ ମୂର୍ତ୍ତିକା ସଂଗ୍ରହ କରାଯାଇଛି ।
ଡିଟିଡିସ୍ କୋରିଆର୍ ମାଧ୍ୟମରେ ଏହା ପଠାଯାଇଥିବା ବେଳେ ବଜରଙ୍ଗଦଳ ସଂଯୋଜକ ପବନ କୁମାର ସାହୁ, ସତ୍ୟବ୍ରତ କାସ୍ତା, ତପନ ବିଶ୍ୱାଳ, ସୁନିତ ରାଠି, ଅଜୟ ପାତ୍ର, ରାଜୀବ ଘୋଷ, ଅଜୟ ଦାସ, ଜଗନ୍ନାଥ ପରିଡା, ହରଶଙ୍କର ଗିରି, ଅରୁଣ ମହଲା, ମଦନ ପ୍ରଧାନ, ସରୋଜ ଭୂୟାଁ, କାଞ୍ଚନବାଳା ଗିରି, ଲତାଶ୍ରୀ ଗିରି, ଦୀପକ ଚୌରାସିଆ, ଜୟଶଙ୍କର ବେହେରା, ରବିନ୍ଦ୍ର ନାଥ ପାତ୍ର, ସମୀର ପାତ୍ର, ସିଦ୍ଧାର୍ଥ ପାଳ, ଅନନ୍ତ ଦାସ ପ୍ରମୁଖ ସାମାଜିକ ଦୂରତା ରକ୍ଷା କରି ସାମିଲ ଥିଲେ ।