Odisha news

ଆଗକୁ ଆସୁଛି ରକ୍ଷା ବନ୍ଧନ ଉତ୍ସବ : ଦାଉ ସାଜିଲା କରୋନା, ସାହାରା ପାଲଟିଛି ଡିଜିଟାଲ ଫ୍ଲାଟ ଫର୍ମ

0
ଛତ୍ରପୁର ୩୦/୭:ଆସନ୍ତା ଅଗଷ୍ଟ ମାସ ୩ ତାରିଖରେ ପଡ଼ୁଛି ରକ୍ଷାବନ୍ଧନ । ଭାଇ ଭଉଣୀଙ୍କ ଅତୁଟ ସ୍ନେହ ପ୍ରେମର ସାକ୍ଷୀ ଏହି  ରାକ୍ଷି ପୂର୍ଣ୍ଣିମା ପ୍ରତିବର୍ଷ ଆସି ସଂପର୍କକୁ ପୂର୍ବାପେକ୍ଷା ଆହୁରି ଟିକେ ମଜବୁଥ୍ କରିଯାଏ । ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣ ଅଛି ସତ, କିନ୍ତୁ ଭାଇଙ୍କ ପାଖରେ ଭଉଣୀର ସ୍ନେହର ଡ଼ୋରୀ ଯେପରି ପହଂଚିବା ଯେପରି ସ୍ୱପ୍ନ ପାଲଟିଛି ।
କରୋନା ଭୟରେ ଦେଶରେ ଓ ରାଜ୍ୟରେ ଲାଗୁ ହୋଇ ଚାଲିଥିବା ଗୋଟାଏ ପରେ ଗୋଟାଏ ଲକ୍ ଡାଉନ୍ ଲୋକ ମାନଙ୍କ ବଂଚିବା ମୁସକିଲ କରିଛି । ଯେତେବେଳେ ପର୍ବ ପାଳନର ବା ଆଉ କେତେ ଗୁରୁତ୍ୱ । ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଆମେ ଅନେକ ଭଉଣୀଙ୍କ ହସ ଫେନ୍ ରେ ଯୋଗାଯୋଗ କରିବା ପରେ ଜାଣିବାକୁ ମିଳିଲେ ଯେ ଭାଇ ଭଉଣୀର ଅତୁଟ ଡୋରୀକୁ ଛିଣ୍ଡାଇ ପାରିନି କରୋନା । ଏ ବର୍ଷ ବି ପାଳନ ହେଉଛି ରାକ୍ଷୀ ପୂର୍ଣ୍ଣିମା ।
ବାସ୍ ଟିକେ ନିଆରା ଢଙ୍ଗରେ । କରୋନା ଭୟ, ଲକ ଡାଉନ୍ ଓ ପୋଷ୍ଟ ଅଫିସ ଅଫିସରେ ନାହିଁନଥିବା ଭିଡ଼ ହେତୁ ଚଳିତ ବର୍ଷ ଡାକରେ ବିଶେଷ ରାକ୍ଷୀ ପୋଷ୍ଟ ହେଉନାହିଁ । ତେବେ ଭାଇ ପାଖରେ ଭଉଣୀର ରାକ୍ଷୀକୁ ନେଇ ପହଂଚାଇଛି ଡିଜିଟାଲ୍ ପ୍ଲାଟ୍ ଫର୍ମ । କେହି କେହି ଇ- କମର୍ସ ସାଇଡ୍ ଜରିଆରେ ଭାଇଙ୍କ ଠିକଣାରେ କେବଳ ରାକ୍ଷୀ ବରାଦ ଦେଇଛନ୍ତି ତ ପୁଣି କେହି ରାକ୍ଷୀ ସହ ମିଠା ବି ପଠାଇବାର ସୁବିଧା ପାଇଛନ୍ତି । ଆଉ କିଛି ଜଣ ଭିଡିଓ କଲିଙ୍ଗ୍ ଜରିଆରେ ଏବର୍ଷ ରାକ୍ଷୀ ପାଳିବାର ଯୋଜନା କରିଛନ୍ତି । ଛତ୍ରପୁର ଅଂଚଳର ଜଣେ ଭଉଣୀ କହିବାରେ ଯଦି ଭାଇଙ୍କୁ ଏବର୍ଷ ରାକ୍ଷୀର ଆଲିଙ୍ଗନ ମିଳିବ ନାହିଁ । ମାତ୍ର ଭିଡିଓ କଲିଙ୍ଗ ଜରିଆରେ ମୁଁ ମୋ ଭାଇକୁ ଦେଖିପାରିବି ସେ ମତେ ଦେଖି ପାରିବ, ଆମେ ଅନ୍ ଲାଇନରେ ରହି ରକ୍ଷା ବନ୍ଧନ ପାଳନ କରିବୁ ।

Leave A Reply