Odisha news

ଯାଭେଲିନ ନ ମିଳିବାରୁ ରାକ୍ଷୀ ସାୱନ୍ତ୍ ଫୋପାଡିଲେ ଠେଙ୍ଗା , ସିଧା ଯାଇ ବାଜିଲା ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ

ମୁମ୍ବାଇ: ଜଣାଶୁଣା ଅଭିନେତ୍ରୀ ରାକ୍ଷୀ ଶୱାନ୍ତ ସବୁବେଳେ ନିଜର ଅଦ୍ଭୁତ କାର୍ଯ୍ୟ ଯୋଗୁଁ ଚର୍ଚ୍ଚାରେ ରହି ଥାଆନ୍ତି ଓ ତାଙ୍କର ପ୍ରଶଂସକ ମାନଙ୍କୁ କିଛି ମାତ୍ରାରେ ହସେଇ ଥାଆନ୍ତି । ନିକଟରେ ତାଙ୍କର ଏପରି ଗୋଟିଏ ଭିଡିଓ ଭାରିରାଲ ହେଇଛି ଯାହାକୁ ଯେ କେହିବି ଦେଖୁଛନ୍ତି ହସି ହସି ବେଦମ୍ ହେଉଛନ୍ତି । ସେ ଏହି ଭିଡିଓ ଟିରେ ନିରଜ ଚୋପ୍ରା ଙ୍କୁ ତାଙ୍କର କାର୍ଯ୍ୟ ପାଇଁ ସ୍ବାଗତ ଜଣାଇବାକୁ ଜାଇ ଲୋକ ମାନଙ୍କ ମନୋରଞ୍ଜନ କରିଛନ୍ତି ।

ରାକ୍ଷୀ ମୁମ୍ବାଇର ସଡକରେ ଟୋକିଓ ଅଲମ୍ପିକ୍ସ ର ହିରୋ ନିରଜ ଙ୍କୁ କପି କରୁଥିବାର ନଜର ଆସିଛନ୍ତି । ନିରଜ ବ୍ୟକ୍ତିଗତ ଖେଳରେ ଭାରତକୁ ଟୋକିଓ ଅଲମ୍ପିକ୍ସ ରେ ସ୍ୱର୍ଣ୍ଣ ପଦକ ହାସଲ କରାଇବାରେ ସଫଳତା ଦେଖାଇଛନ୍ତି । ଯେତେବଳେ ସାରା ଦେଶ ଏହାକୁ ନେଇ ଗୌରବ ମନେ କରୁଥିବା ବେଳେ ରାକ୍ଷୀ ବା କିପରି ସେଥିରୁ ବାଦ୍ ପଡି ଥାଆନ୍ତେ । ସେ ନିରଜ୍ କୃତିତ୍ୱ ପାଇଁ ସଡକରେ ଜଭେଳିନ୍ ସ୍ଥାନରେ ଗୋଟିଏ ଠେଙ୍ଗା ଫିଙ୍ଗୁ ଥିବାର ନଜର ଆସିଥିଲେ । ଏହି ଠେଙ୍ଗା ଟି ଜଣଙ୍କୁ ଖୁବ୍ ଧିରେ ଆଘାତ ମଧ୍ୟ ଦେଇଛି । କିନ୍ତୁ ସେ ଯାହାବି ହେଉ ନା କାହିଁକି ରାକ୍ଷୀ ଚେଷ୍ଟା ତ କଲେ ବୋଲି କହିଛନ୍ତି । ଏହା ଲୋକଙ୍କୁ ମନୋରଞ୍ଜନ ର ଖୋରାକ ଯୋଗାଇଛି ।

Shares