Odisha news

ଏହି ଗହ୍ମା ପୁର୍ଣିମା ରେ ରହିଛି ବିଶିଷ୍ଟ ଯୋଗ : ବିଷ୍ଣୁ ଙ୍କ ସହିତ ଲକ୍ଷ୍ମୀଙ୍କୁ ଏହିଭଳି କରନ୍ତୁ ସନ୍ତୁଷ୍ଟ ଓ କୃପା ଲାଭ କରନ୍ତୁ

ଚଳିତ ବର୍ଷ ରାକ୍ଷୀ ପୁର୍ଣିମା ଅଗଷ୍ଟ ୨୨ ତାରିଖ ରବିବାରଦିନ ପଡୁଛି l ଶୁଭ ସମୟ ଏହି ପୁର୍ଣିମାର ରହିଛି ସନ୍ଧ୍ୟା ୫ .୩୩ ପର୍ଯ୍ୟନ୍ତ ଓ ଏହି ସମୟ ପର୍ଯ୍ୟନ୍ତ ପୁର୍ଣିମା ତିଥି ରହିଛି l ଚଳିତ ଥର ଶ୍ରାବଣ ପୁର୍ଣିମା ଯୋଗ ରେ ଚାରିଟି ବିଶିଷ୍ଟ ଯୋଗ ରହିଛି l ୫୦ ବର୍ଷ ପରେ ସର୍ବ ଅର୍ଥ ସିଦ୍ଧି , କଲ୍ୟାଣକ , ମହାମଙ୍ଗଳ ଓ ପ୍ରାପ୍ତି ଯୋଗ ରହିଛି l ଏହା ପୂର୍ବରୁ ୧୯୮୧ ରେ ଏହି ଯୋଗ ଜୁଟାଇଥିଲା l ଏହି ଚାରିଟି ଯୋଗକୁ ନେଇ ଚଳିତ ଥରର ରାକ୍ଷୀ ପୁର୍ଣିମା ଯୋଗ ବଢି ଯାଇଛି l

ଶ୍ରାବଣ ମାସର ଏହି ବିଶିଷ୍ଟ ଦିନରେ ମହାଦେବଙ୍କ ଆଶିଷ ଲାଭ କରିବା ଖୁବ ମହତ୍ୱପୂର୍ଣ୍ଣ ଅଟେ l ଏହି ପବିତ୍ର ତିଥି ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ମଧ୍ୟ ଉତ୍ତମ ଅଟେ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ଥର ରାକ୍ଷୀପୂର୍ଣିମା ଅନେକ ଶୁଭ ଯୋଗ ହେଉଥିବା କାରଣରୁ ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ଅଟେ l

* ପୁର୍ଣିମା ରେ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରନ୍ତୁ –
ସୁଖ ଓ ସମୃଦ୍ଧି ପାଇଁ ଏହି ଦିନ ମାତା ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କର ପୂଜା କରିବା ଆବଶ୍ୟକ l ମାତା ଲକ୍ଷ୍ମୀଙ୍କ ପୂଜାରେ ୧୧ ଟି ହଳଦିଆ କଉଡ଼ି ଅର୍ପଣ କରନ୍ତୁ l ପରଦିନ ଏହି ସମସ୍ତ କଉଡ଼ି କୁ ଗୋଟିଏ ନାଲି କପଡ଼ାରେ ବାନ୍ଧି ନିଜ ଆଲମାରୀ ଭିତରେ ରଖନ୍ତୁ l ଏହି ଉପାୟ କରିବା ଦ୍ୱାରା ଆର୍ଥିକ ସ୍ଥିତି ଠିକ ରହିଥାଏ l

* ଚନ୍ଦ୍ରମା ଙ୍କ ପୂଜା କରିବା ଉଚିତ –
ରାକ୍ଷୀପୂର୍ଣିମା ଦିନ ଚନ୍ଦ୍ର ଙ୍କ ଦର୍ଶନ କରିବା ଆବଶ୍ୟକ l ଚନ୍ଦ୍ରଙ୍କୁ ସନ୍ଧ୍ୟା ସମୟରେ ଦୁଗ୍ଧ , ଗଙ୍ଗା ଜଳ ଓ ଅକ୍ଷତ ମିଶାଇ ଅର୍ଘ୍ୟ ଦେବା ଦ୍ୱାରା ଜୀବନରେ ଆର୍ଥିକ ଅସୁବିଧା ଦୂର ହୋଇଥାଏ l ଏହିଦିନ ଚନ୍ଦ୍ରଙ୍କୁ ଅର୍ଘ୍ୟ ଦେବା ପରେ ତାଙ୍କ ନିକଟରେ ଖିରୀ ପ୍ରସାଦ ଦେବା ଉଚିତ l

* ରାକ୍ଷୀପୂର୍ଣିମା ଦିନ ଶିବ ଓ ବିଷ୍ଣୁ ପୂଜା ଯୋଗ –
ଚଳିତ ଥର ଶିବ ଓ ବିଷ୍ଣୁ ପୂଜାର ଯୋଗ ରହିଥିବା କାରଣରୁ ଆପଣ ଶିବାଳୟ ଯାଇ ଭଗବାନଙ୍କୁ ଦର୍ଶନ କରନ୍ତୁ ଓ ଶିବ ପଞ୍ଚାକ୍ଷରୀ ଜପ କରିବା ଦ୍ୱାରା ଜୀବନ କଷ୍ଟ ଦୂର ହୋଇ ଯାଇଥାଏ l ଘରେ ହେଉ କିମ୍ବା ମନ୍ଦିରରେ ହେଉ ବିଷ୍ଣୁଙ୍କୁ ତୁଳସୀ ଏବଂ ହଳଦିଆ ପୁଷ୍ପ ଅର୍ପଣ କରନ୍ତୁ , ଯେଉଁ କାରଣରୁ ସମ୍ପର୍କ ସୁଦୃଢ ହେବା ସହ ଖରାପ ସମୟ ଦୁରେଇ ଯିବ l

Comments are closed.