Odisha news

ରାକ୍ଷୀ ଦିନର ସାକ୍ଷୀ

0

କଳାହାଣ୍ଡି୧୨/୮/ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ :ଅଷାଢୁ ବାହାର ରାଏଜେ କାମ କରୁଥିଲା!ଏଦେ ଇଥର ଆଇଛେ!ଆଏତେ ଆଏତେ ତାର ମନର ରାନୀ ମିନାକେ ଛକେ ଦେଖଳା ଚାରା ଆମ ଗଛ ଗୁଟକେ!ବଡ଼ା ଯତନେ ସେ ପାଏନ ଦଉଥାଏ, ପୂଜା କରୁଥାଏ!ତାକେ ବଡ଼ା ଆକଭୋତ ଲାଗଲା!ସେ ତାକେ ଡାକଲା!ହେଲେ ମୀନା ନାଇଁ ଶୂନଲା!ଇ ସମିଆକେ ସବଲୋକ କେ ଭେଟି ମୀନାର କଥା ପଚରାଳା!ସୁବକେ କହେଲା-ଶୂନବୁ? ସବୁକଥା ଶୂନ -ତୁଇତ ଗଲୁଯେ ନାଇଁ ଆସଲୁ!କାଏଲ ବାଗିର ଲାଗୁଛେ ଗଲାବଛର ରାକ୍ଷୀ ପୁନି ଦିନକେ!ଆଗରୁ ଏନ୍ତା ଗୁରଦୁଟେ ରାକ୍ଷୀପୁନି ମୀନା ବାଟ ଟାକି ବସିଥିସି ତାର ଦଦା ଜଗନ୍ନାଥ କେ!ହେଲେ ସେ କେଭେ ନାଇଁ ଆସେ!

ସେ ପିଲା ବେଳୁ ମଦ ପାଏନ ପିଇ ଉତ୍ପାତ ହେଲା ଯେ ତାରବା ପିଲାଟା ବାଟକେ ଆଏବା ବଲି ଦିନେ ତାକେ ଘରୁ ଖେଦି ଦେଇଥିଲେ, ଏନ୍ତା ରାକ୍ଷୀ ପୁନି ଦିନେ ସେ ବୁହେନ ହାତୁ ରାକ୍ଷୀଟେ ପିନ୍ଧି ଘରୁ ବାହାରି ଯାଇଥିଲା!ଗଲା ବେଳେ କହିଥିଲା -ଯାଉଁଛେ ଆର କେବେ ନାଇଁ ଆସେ!ତାର ବା ତାକୁ ଖେଦି ସିନା ଦେଇଥିଲେ, ହେଲେ ସେ ମାସେ ଭିତରେ ବାବୁକେ ଝୁରି ଝୁରି ସରଗବାସୀ ହେଲେ!ମୀନା, ଏକଲା ହୋଇ ଗଲା!ବୁପରି ଆର କାଏଁ କରତା ତାର କକା ଘରେ ଛୋଟ ଦିନୁ ତାକର କାମବୁତା କରି ପାଠ ସାଟ ପଢି ରହେଲା!ଏକଲା ହେଲେ ଦଦା କେ ସୋର କରେ ଆରୁ ଘଡେ କାନ୍ଦେ!କେତନି କେତେ ବଛର ହୋଇ ଗଲା!ହେଲେ କେଭେ ଦଦାର ଦେଖା ନାଇଁ!ଗଲା ବଛର କରୋନା ସାରା ପୁରଥିକେ ଚାପିଗଲା!କରୋନାର କଡାକଡ଼ି ନିୟମ ଭିତରେ ଜଗନ୍ନାଥ ମୀନାର ସେନୋ ଆଦରକେ, ଦଦାର ନାନୀର ଭାବକେ ନାଇଁ ଭୁଲିକରି ବଡ଼ା ଦିନୁ ସୋର କରି ଇଟା ମିଲିକନୁ ଲୁକି ଲୁକି କରି ଫିରି ଆସିଥିଲା ଗାଁ ମଁlର ଭୂଇଁକେ!ତାର ଦଦା ଫିରିଛେ ବଲି ମୀନା ବହୁତ ଉସତ ହେଇଥିଲା ହେ ଦିନେ!

ଗାଁର ଲୋକମନେ ଭି ବଡ଼ା ଘାଏ ଉସତଟେ ହେଇଥିଲେ ଜଗନ୍ନାଥ ଫିରିଛେ ବଲି!ସକାଳୁ ଗାଧିପାଧି ଗାଁ ଗୁଡିକେ ଯାଇ ପୂଜା କରି ଦଦାକେ ତାର ଫୁଲ ଚନ୍ଦନ ମଖେଇ ତାର ଭୁଜନୀ ହାତେ ନିଜେ ହାତେ ତିଆରି କରିଥିବା ସୁନ୍ଦରିଆ ରାକ୍ଷୀଟେ ବଡ଼ା ସରାଗେ ପିନ୍ଧେଇ ଦେଇ ମୁଡ଼ିଆ ଟେ ମାରି ଆଶୀରବାଦ ନେଇଥିଲା!ଦଦା ତାର କଥା ଦେଇଥିଲା, ମୋର ସୁନା ବନି ତତେ ଯେତେ ବିପଦ ଆପଦ ପଡଲେ ଭିଲ ତୁଇ ଡରି ନାଇଁ ଯିବୁ, ମୁଇଁ ତର ବଡଖା ଦଦା ପରେ ଅଛେଁ!ଇ ରାକ୍ଷୀ ଭାଏ ବେହେନର ଅଛିତା ବନ୍ଧନର ଗୋଟେ ସାକ୍ଷୀ ଆଏ!ସବୁ ଦିନ ଇ ରାକ୍ଷୀ ମୋର ହାତେ ଝଟକୁ ଥିବା!ଇ ରାକ୍ଷୀନେ ତୋର ଚକା ଜନ ବାଗିର ହଁସୀ ମୁହୁଁ ମୁଇଁ ସବୁ ଦିନ ଦେଖୁଥିମି!ଏତକି କହି ଜଗନ୍ନାଥ ବହେନ ହାତୁ ମିଠା ଖାଇ ସେ ବି ମିଠା ଖୁଆଲା!କହେଲା -ତତେ ଆର କାଣା ଦେମିରେ ବନି କରୋନାର କଟକନା ଭିତରେ ମରିତରି କରି ଆଇଛେଁ ଘରକେ ଫିରି!ହାତେ ମୋର କିଛି ନାଇଁ!ଆଏଲା ବେଳେ ବାଟୁ ଇ ଚାରା ଗଛଟେ ଆନିଛେଁ!ନେ ଏନ୍ତା ଇ ପୁଇନ ପବିତର ମହା ଲଗନେ ହେ ଗାଁର ଛକେ ଇ ଚାରା ଗଛଟେ ଜଗେଇ ପକା!ତାକେ ଯତନ କର ତାକେ ବି ପିନ୍ଧେଇ ଦେ ଗୁଟେ ରାକ୍ଷୀ, ସେ ହେଉ ଆମର ଭାଏ ବୁହେନର ସେନୋ ଆଦରର ରାକ୍ଷୀ ଦିନର ସାକ୍ଷୀ!ଆମେ ଆଏଜ ଅଛୁଁ କାଏଲକେ ନାଇଁ, ଛାଏଁ ଟିକେ ହେଲେ ଲୋକ ତାର ଛଏଁରା ତଲେ ଘଡେ ବସବେ!ଛୁଆ ମନେ ଗଛ ତଲେ ଖେଲବେ!ଚେରେ ମାନେ ଗୁଡା ବନେଇ କେଚେର ମେଚେର କରି ଗୀତ ଗାଏବେ!

ଫୁଲଟେ ଫଲଟେ ହେଲେ ଗାଁ ଉଭାଗର ଦିଶବା, ଲୋକ ମାନେ ଖାଏବେ!ଦଦାର ଇ ମହତ ପନିଆଁ ସେବକାରି ମନର ଭାବନାକେ ଦେଖିକରି, ମୀନା ଖୁସି ନେ କାନ୍ଧି ପକେଇଲା!କହେଲା -ଦଦା ମୋର ଆର କାଣା ଦରକାର ତମେ ଭଲ ହେଇ ଘରକେ ଫିରଲ!ଇଟା ବଡ଼ କଥା!ମୋର କିଛି ଦରକାର ନାଇଁ!ତମକେ ହିଁ ମୋର ଦରକାର!ଚାଲ ଆମେ ଦୁହି ଝନ ମିଶି ଇ ଚାରା ଗଛକେ ଜଗେଇ ଦେମା!ତାକେ ଭି ରାକ୍ଷୀ ଗୁଟେ ପିନ୍ଧେଇ ଦେମା!ରାକ୍ଷୀ ପିନ୍ଧା ସରଳା!ଘରକେ ଫିରଲା କି ନାଇଁ ହଠାତ ଜଗନ୍ନାଥ ବଏଲା -ବନୀରେ ମତେ ତ ଟିକେ ବନେ ନାଇଁ ଲାଗବାର!ମୀନା -ଏ..ମା’.. ତମର କାଏଁ ହେଲାଗୋ ଦଦା ବଲି କାନ୍ଧି ପକାଲା!ଫେର ଦମ କରି ଗାଡି ଡାକି, ପଡ଼ାର ଲୁକକୁ  ଡାକି ଡାକ୍ତର ଖାନାକେ ନେଲା!ମୁଁଇବି ଯାଇଥିଲି ସାଙ୍ଗେ, ଡାକ୍ତର ଦେଖଲେ, କିଛି ସମିଆ ଉତାରୁ କହେଲେ -ଇତାକେ କରୋନା ବେମାର ହୋଇଛେ!ମୀନା -ମୁଇଁ ଭାଷୀ ଗଲି ଆଜ୍ଞା!ମୋର ଦଦାକେ ବଚଉନ!ଡାକ୍ତର -ନାଇଁ   କାନ୍ଦ, ଚେଷ୍ଟା କରମା!

ହେନ୍ତା ଵଲତେ ବଲତେ ଦେଖିତ ଜଗନ୍ନାଥ ଯାନଲା ବାଗିର ବଏଲା -ନାନୀ ମୁଇଁ ଆର ନାଇଁ ବଚେଁନ, ହେ ଚାରା ଗଛକେ ଦାଦା ବଲବୁ ମୋର ଚିହ୍ନା ହେଟା, ହେତାକେ ଯତନ ନେବୁ, ହେ ବଡ଼ ହେଲେ ମୋର ବାଗିର ତତେ ଖାଏବା ପିଇବାର ସବୁ ଦେବା!ଗଛ ହେଇ ମୁଇଁ ତତେ ସବୁ ଦିନ ଦେଖୁ ଥିମି!ଏତିକି କହି ଜଗନ୍ନାଥର ଜୀବନ ଛାଡିଗଲା!ହେ ଦିନୁ ସେ ଏନ୍ତା ସବୁ ଦିନ ଇ ଗଛଟାକେ ପୂଜା ଵିଧି କରି ପାଏନ ଦେଇ ଯତନ ନେଉଛେ!ଅଷାଢୁ ଲମହା ନିଶାଟେ ମାରଳା!ତାର ଆଖିର ଲହ ତାର ଅଜାନତେ ନିଥିରି ପଡୁଥାଏ!ତାର ଗାଲ ବାଟୁ ଠୂଣି ଆଡକେ!ମନେ ମନେ କହୁ ଥାଏ -ଧଏନରେ ଜଗନ୍ନାଥ ଧଏନ ତୁଇ, ତୋର ନାଁ ରଖି ଦେଇ ଚାଲି ଗଲୁ!

Nalco
Leave A Reply