ରାଜସ୍ଥାନର ପ୍ରତାପଗଡ ଜିଲ୍ଲାରେ ପିପଳ ଖୁଣ୍ଟାରେ ଗୋଟିଏ ଅଦ୍ଭୁତ ଘଟଣା ଘଟିଯାଇଛି l ଘଟଣାଟି ହେଉଛି ଏହି ପରି ,ମାହି ନଦୀ କୂଳରେ ଗୋଟିଏ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା l ଗୋଟିଏ ଗଧ ଘାସ ଖାଉଥିଲା ବେଳେ ଭୁଲ ବସତହ ଗୋଟିଏ ସାପକୁ ପାଟିରେ ପୁରାଇ ଦେଇଥିଲା l
କିନ୍ତୁ ସାପଟି ଗଧର ଦାନ୍ତରେ ଅଟକି ଗଲା l ଗଧଟି ସାପ ପାଖରୁ ଛୁଟକାରା ପାଇବା ପାଇଁ ବହୁତ ଚେଷ୍ଟା କଲା ,କିନ୍ତୁ ସେ ସାପଟିକୁ ବାହାର କରି ପାରିଲାନି କିମ୍ବା ଢ଼ୋକି ପାରିଲାନି l ଗଧଟି ବାରମ୍ବାର ମୁଣ୍ଡ ହଲାଇ ଦାନ୍ତରେ ଫସିଥିବା ସାପକୁ କାଢ଼ିବାକୁ ଚାହୁଁ ଥିଲା ,ସାପଟି ମଧ୍ୟ ଦାନ୍ତରୁ ବାହାରିବା ପାଇଁ ଚେଷ୍ଟା କରୁଥିଲା l
ଏମିତି ସଂଘର୍ଷ ସାପ ଓ ଗଧ ମଧ୍ୟରେ ଚାଲିଥିବା ସମୟରେ ମାହି ନଦୀ କୂଳକୁ ପ୍ରାତଃ ଭ୍ରମଣ ପାଇଁ ଯାଇଥିବା ଲୋକେଶ ନାମକ ଜଣେ ଯୁବକ ସବୁ ଘଟଣାକୁ ଦେଖିଥିଲେ l ସେ କହିଛନ୍ତି ଯେ ସାକାହାରୀ ଗଧ କିପରି ସାପକୁ ଖାଉଛି ମୁଁ ତାହା ଦେଖି ଆଶ୍ଚର୍ଯ୍ୟ ହେଲି ଓ ପ୍ରଥମଥର ପାଇଁ ଦେଖିଲି ଯେ ଗୋଟିଏ ଗଧ ସାପକୁ ଖାଉଛି l ସପା ଓ ଗଧର ଏହି ସଂଘର୍ଷ ମଧ୍ୟରେ ବିଷାକ୍ତ ସାପଟି ଗଧକୁ ଚୋଟ ମାରିଦେଲା l ଦୁଇ ତିନି ଘଣ୍ଟା ପରେ ସାପର ଚୋଟରେ ଗଧଟିର ମୃତ୍ୟୁ ହେଲା ଓ ସାପଟି ମଧ୍ୟ ଦାନ୍ତ ଭିତରେ ଅଟକି ମୃତ୍ୟୁ ବାରଣ କଲା l