Odisha news

ଲୋକସଭାରେ ବଡ଼ ଖୁଲାସା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ : ପାକିସ୍ତାନ ବେଆଇନ ଭାବେ ୫୧୮୦ ବର୍ଗ କିଲୋମିଟର ଭାରତୀୟ ଅଞ୍ଚଳକୁ ଚୀନ୍‌କୁ ହସ୍ତାନ୍ତର କରିଦେଇଛି

0

ନୂଆଦିଲ୍ଲୀ: ଆଜି ସଂସଦର ଲୋକସଭାରେ ଏକ ବଡ଼ ଖୁଲାସା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ପାକିସ୍ତାନ ବେଆଇନ ଭାବେ ୫୧୮୦ ବର୍ଗ କିଲୋମିଟର ଭାରତୀୟ ଅଞ୍ଚଳକୁ ଚୀନ୍‌କୁ ହସ୍ତାନ୍ତର କରିଦେଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ଲୋକସଭାକୁ ଅବଗତ କରାଇଛନ୍ତି।
ଭାରତ-ଚୀନ୍‌ ମଧ୍ୟରେ ଆରମ୍ଭ ହୋଇଥିବା ସୀମା ବିବାଦ ପ୍ରସଙ୍ଗରେ ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଂସଦର ଲୋକସଭାରେ ନିଜର ବକ୍ତବ୍ୟ ରଖୁଥିବା କାଳରେ ଏହି ସୂଚନା ଦେଇଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ସଂସଦକୁ ସମ୍ବୋଧିତ କରି କହିଛନ୍ତି ଯେ ୧୯୬୩ ମସିହାରେ ତଥାକଥିତ ସୀମା ଚୁକ୍ତି ଅନୁଯାୟୀ ପାକିସ୍ତାନ ବେଆଇନ ଭାବେ ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ୫,୧୮୦ ବର୍ଗ କିଲୋମିଟର ଭାରତୀୟ ଜମିକୁ ଚୀନ୍‌କୁ ହସ୍ତାନ୍ତର କରି ଦେଇଛି। ଏଥିସହ ଲଦାଖରେ ଅଞ୍ଚରେ ଥିବା ୩୮,୦୦୦ ବର୍ଗ କିଲୋମିଟର ଭାରତୀୟ ଜମିକୁ ଚୀନ୍‌ ଅନଧିକାର ଭାବେ ଅଧିକାର କରି ନେଇଥିବା ସେ କହିଛନ୍ତି।

ଲଦାଖରେ ଚୀନ୍‌ ସହ ସୀମା ବିବାଦ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ ଭାରତ ସହିତ ସୀମାର ପାରମ୍ପାରିକ ବୁଝାମଣାକୁ ଚୀନ୍‌ ସମ୍ମାନ ଦେଉନାହିଁ। ସେ କହିଛନ୍ତି ଯେ ବୁଝାମଣା କେବଳ ଚୁକ୍ତିନାମା ଦ୍ୱାରା ବ୍ୟାଖ୍ୟା କରାଯାଇ ପାରିବ ନାହିଁ, ବରଂ ଐତିହାସିକ ଭାବରେ ଏହାକୁ ବଜାୟ ରଖିବାକୁ ପଡ଼ିବ। ଦ୍ୱିପାକ୍ଷିକ ସଂପର୍କ ଆଳରେ ଦେଶର ସୀମା, ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ଅଣଦେଖା କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ।

IEC 2 years
Leave A Reply